ଏକ୍ସଟ୍ରାମାରିଟାଲ୍‌ ଆଫେୟାର୍‌ ପାଇଁ ଦେବାକୁ ପଡ଼ିଲା ୬୦ କୋଟି ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 30, 2018

ଏକ୍ସଟ୍ରାମାରିଟାଲ୍‌ ଆଫେୟାର୍‌ ପାଇଁ ଦେବାକୁ ପଡ଼ିଲା ୬୦ କୋଟି ଟଙ୍କା

66

ନୂଆଦିଲ୍ଲୀ:  ଜଣେ ପୁରୁଷକୁ ବିବାହ କରି ଅନ୍ୟ ପୁରୁଷ ବନ୍ଧୁ ସହିତ ସମ୍ପର୍କ ରଖିବା ମହିଳାଙ୍କ ବିଷୟରେ ଆପଣ ଅନେକ ସମୟରେ ଶୁଣିଥିବେ। ଏହି ଅନ୍ୟ ସମ୍ପର୍କ ପାଇଁ ସ୍ୱାମୀ ସ୍ତ୍ରୀଙ୍କର ବିଚ୍ଛେଦ ବା ଛାଡ଼ପତ୍ର ମଧ୍ୟ ହୋଇଥାଏ। ଛାଡ଼ପତ୍ର ପରେ ସ୍ୱାମୀକୁ ହିଁ ସ୍ତ୍ରୀର ଭରଣପୋଷଣ ପାଇଁ ଜୋରିମାନା ଦେବାକୁ ପଡ଼ିଥାଏ। କିନ୍ତୁ ଆମେରିକାରେ ଏପରି ଏକ ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଛାଡ଼ପତ୍ର ପରେ ସ୍ୱାମୀଙ୍କୁ ନୁହେଁ ତାଙ୍କ ସ୍ତ୍ରୀଙ୍କର ନୂଆ ବୟ୍‌ଫ୍ରେଣ୍ଡ୍‌ଙ୍କୁ ଏହି ଜୋରିମାନା ଦେବାକୁ ପଡ଼ିଛି। ତେବେ ଘଟଣାଟି ଏହିପରି।

ଆମେରିକାରେ ଜଣେ ବ୍ୟକ୍ତିଙ୍କର ତାଙ୍କ ସ୍ତ୍ରୀଙ୍କ ସହିତ ବିଚ୍ଛେଦ ହୋଇଥିଲା। କିନ୍ତୁ ଏଥିପାଇଁ କୋର୍ଟ ତାଙ୍କୁ ୬୦ କୋଟି ୩୯ ଲକ୍ଷ ଟଙ୍କା ଦେବାକୁ ଆଦେଶ ଦେଇଛନ୍ତି। ଏହି ଟଙ୍କା ସେହି ବ୍ୟକ୍ତିଙ୍କ ସ୍ତ୍ରୀ କରିଥିବା ନୂଆ ବୟ୍‌ଫ୍ରେଣ୍ଡଙ୍କୁ ଦେବାକୁ ପଡ଼ିଛି। ଆମେରିକାର ନର୍ଥ କ୍ୟାରୋଲିନା କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।। ଆଫେୟାର୍‌କୁ ନେଇ ଏହି ରାଜ୍ୟରେ କଡ଼ା ନିୟମ ରହିଛି।

କେଥ୍‌ କିଙ୍ଗ୍‌ ନାମରେ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ, ତାଙ୍କ ସ୍ତ୍ରୀ ଡେନିୟଲ୍‌ଙ୍କ ସହିତ ତାଙ୍କର ବିଚ୍ଛେଦ ପାଇଁ ଫ୍ରେନ୍ସିକୋ ନାମକ ଜଣେ ବ୍ୟକ୍ତି ଦାୟୀ। ଏହି ବ୍ୟକ୍ତି ଜଣକ ତାଙ୍କ ସ୍ତ୍ରୀଙ୍କର ନୂଆ ବୟଫ୍ରେଣ୍ଡ୍‌। ଏହା ସହିତ କେଥ୍‌ ତାଙ୍କ ସ୍ତ୍ରୀଙ୍କ ବୟଫ୍ରେଣ୍ଡଙ୍କ ଉପରେ ଅପରାଧିକ କଥାବାର୍ତ୍ତା ଏବଂ ତାଙ୍କ ବିରୋଧରେ ବିରକ୍ତି ଭାବ ସୃଷ୍ଟି କରାଇବା ଭଳି ଆରୋପ ମଧ୍ୟ ଲଗାଇଥିଲେ।

ସୂଚନା ଅନୁସାରେ, କେଥ୍‌ଙ୍କର ଗୋଟିଏ କମ୍ପାନୀ ରହିଛି ଏବଂ ସେଠାରେ ଡେନିୟଲ୍‌ ଏବଂ ଫ୍ରେନ୍ସିକୋ କାମ କରୁଥିଲେ। ଫ୍ରେନ୍ସିକୋ ମାସକୁ ୫୭ ଲକ୍ଷ ଟଙ୍କା ରୋଜଗାର କରନ୍ତି। ଓକିଲଙ୍କ କହିବା ଅନୁସାରେ ଡେନିୟଲ୍‌ଙ୍କର ଫ୍ରେନ୍ସିକୋଙ୍କ ସହିତ ସମ୍ପର୍କ ଯୋଗୁ କେଥ୍‌ଙ୍କର କମ୍ପାନୀକୁ କ୍ଷତି ପହଞ୍ଚିଛି। କେଥ୍‌ ଓ ଡେନିୟଲ୍‌ଙ୍କର ଏକ ୫ ବର୍ଷର ଝିଅ ମଧ୍ୟ ରହିଛି।



from OdishaReporter https://ift.tt/2vkMxbE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages