ମମତାଙ୍କ ନାଁରେ ଏତଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 31, 2018

ମମତାଙ୍କ ନାଁରେ ଏତଲା

banerjee

ନୂଆଦିଲ୍ଲୀ: ଏନ୍‌ଆର୍‌ସି (ନ୍ୟାସ୍‌ନାଲ୍‌ ରେଜିଷ୍ଟର ଅଫ୍‌ ସିଟିଜେନ୍‌ସ) ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି। ଆସାମର ଡିବ୍ରୁଗଡ଼ ଜିଲ୍ଲାର ନାହରକଟିୟା ଥାନାରେ ଏନେଇ ଏତଲା ଦିଆଯାଇଛି। ମମତା ରାଜ୍ୟରେ ସାମ୍ପ୍ରଦାୟିକ ସଦ୍‌ଭାବନାକୁ ନଷ୍ଟ କରିବାକୁ ଉଦ୍ୟମ କରୁଥିବା ନେଇ ଏଥିରେ ଅଭିଯୋଗ କରାଯାଇଛି। ବିଜେପି ଯୁବ ମୋର୍ଚ୍ଚାର ୩ ଜଣ ସଦସ୍ୟ ଏହି ଏତଲା ଦେଇଛନ୍ତି।

ସେମାନେ ଅଭିଯୋଗ କରିଛନ୍ତି, ଆସାମରେ ଏନ୍‌ଆର୍‌ସିର ଶାନ୍ତିପୂର୍ଣ୍ଣ ପ୍ରକ୍ରିୟାରେ ମମତା ବାଧା ପହଞ୍ଚାଇବାକୁ ଚାହୁଁଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଗୃହମନ୍ତ୍ରୀଙ୍କୁ ଭେଟିବା ପରେ ମମତା କହିଥିଲେ, ‘ଯଦି ପଶ୍ଚିମବଙ୍ଗରେ ଏନ୍‌ଆର୍‌ସି ଲାଗୁ କରାଯିବାକୁ ଉଦ୍ୟମ କରାଯାଏ, ତା’ହେଲେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବ ଓ ରକ୍ତପାତ ହେବ। ବିଜେପି ଲୋକଙ୍କୁ ଭାଗ ଭାଗ କରିବାକୁ ଚେଷ୍ଟା କରୁଛି। ଏହାକୁ ଆଦୌ ବରଦାସ୍ତ କରାଯିବ ନାହିଁ।”

ଏହି ପ୍ରସଙ୍ଗରେ ସେ ସମସ୍ତ ବିରୋଧୀ ଦଳଙ୍କ ସହ ଆଲୋଚନା କରିବେ ବୋଲି ମଧ୍ୟ ମମତା କହିଥିଲେ।

ସେ ଆହୁରି କହିଥିଲେ, “ରାଜନୈତିକ ଉଦ୍ଦେଶ୍ୟ ରଖି ଏନ୍‌ଆର୍‌ସି ଲାଗୁ କରାଯାଉଛି। ଆମେ ଏପରି ହେବାକୁ ଦେବୁନାହିଁ।”

ମମତାଙ୍କ ଏପରି ବୟାନ ଉପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ମମତା ବାନାର୍ଜୀ କହୁଛନ୍ତି, ଦେଶରେ ଗୃହଯୁଦ୍ଧ ହେବ। ସେ ସ୍ପଷ୍ଟ କରନ୍ତୁ, କେଉଁ ପ୍ରକାର ଗୃହଯୁଦ୍ଧ ହେବ। ଏହି ମାମଲାରେ ସେ ଦେଶର ଜନତାଙ୍କ ଆଗରେ ନିଜର ମତ ସ୍ପଷ୍ଟ କରନ୍ତୁ।”



from OdishaReporter https://ift.tt/2vo5z12

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages