କିଏ ଚାପି ଦେଲା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ମାମଲା? ଆଶ୍ଚର୍ଯ୍ୟ, ସମସ୍ତେ ଚୁପ୍ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 30, 2018

କିଏ ଚାପି ଦେଲା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ମାମଲା? ଆଶ୍ଚର୍ଯ୍ୟ, ସମସ୍ତେ ଚୁପ୍ !

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲାରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାରେ ଜାତୀୟ ନିର୍ବାଚନ କମିଶନ କାହିଁକି ବିଳମ୍ବ କରୁଛନ୍ତି, ତାକୁ ନେଇ ପାୱାର କରିଡର୍‌ରେ ଚର୍ଚ୍ଚା। ଏହି ଅଭିଯୋଗ ଉପରେ ଯଥାଶୀଘ୍ର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଲିଖିତ ପ୍ରତିଶ୍ରୁତି ସତ୍ୱେ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଚର୍ଚ୍ଚା ହେଉଛି, କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦି ସରକାର ସହ ନବୀନଙ୍କ ଗୋପନ ଚୁକ୍ତି କୁଆଡ଼େ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଜାତୀୟ ନିର୍ବାଚନ କମିଶନଙ୍କୁ ବାଧ୍ୟ କରିଛି। ୨୦୧୭ ଅକ୍ଟୋବର ୨୭ ତାରିଖରେ ସୁପ୍ରିମକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠଙ୍କୁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଆବଶ୍ୟକ ପଦକ୍ଷେପ ନେବାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ୟା’ ଭିତରେ ୯ ମାସ ବିତିଗଲାଣି, ନା ନିର୍ବାଚନ କମିଶନ କିଛି ପଦକ୍ଷେପ ନେଉଛନ୍ତି, ନା ଆବେଦନକାରୀ ଏହି ମାମଲାରେ ନ୍ୟାୟ ପାଇଁ ପୁଣି କୋର୍ଟଙ୍କ ଦ୍ୱାରସ୍ଥ ହେଉଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା, ରାଜ୍ୟର ପ୍ରମୁଖ ବିରୋଧୀ ଦଳଗୁଡ଼ିକ ମଧ୍ୟ ମୁହଁ ଖୋଲୁନାହାନ୍ତି। ପୂର୍ବରୁ ବିଜେପି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ପାଇଁ ଦାବି କରୁଥିଲା। କିନ୍ତୁ ଏବେ ବିଜେପି ବି ଚୁପ୍ ରହିଛି। ସମସ୍ତଙ୍କର ଏଭଳି ନିରବତା ଭିତରେ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲା ବି ହଜିଯିବାକୁ ବସିଲାଣି। ଚର୍ଚ୍ଚା ହେଉଛି, ବିଜେପିର ଜଣେ ବରିଷ୍ଠ ନେତା, ଆଇନ୍‌ ବିଶାରଦ ତଥା କେନ୍ଦ୍ରମନ୍ତ୍ରୀ କୁଆଡ଼େ ନବୀନଙ୍କୁ ଏହି ମାମଲାରେ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି। ଗତ ଫେବୃୟାରୀ ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକାନ୍ତରେ ନବୀନ ପଟ୍ଟନାୟକ ସାକ୍ଷାତ କରିବା ବେଳେ କୁଆଡ଼େ ଏହି ପ୍ରସଙ୍ଗରେ ସହଯୋଗ ଲୋଡ଼ିଥିଲେ। ଆଉ ତା’ ବଦଳରେ କେନ୍ଦ୍ର ସରକାରଙ୍କୁ ସୁହାଇବା ଭଳି ସମସ୍ତ କାର୍ଯ୍ୟ ବିଜେଡି କରିବ ବୋଲି କୁଆଡ଼େ ‘ଡିଲ୍’ ହୋଇଥିଲା। ଯେଉଁଥି ପାଇଁ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲାରେ ସବୁ ପକ୍ଷ ଚୁପ୍‌ ବସିଛନ୍ତି ବୋଲି ଚର୍ଚ୍ଚା ହେଉଛି।  ଆଉ ଏହି ପ୍ରସଙ୍ଗରେ ନବୀନଙ୍କ ଇସ୍ତଫା ଦାବି କରୁଥିବା ରାଜ୍ୟ ବିଜେପି ମଧ୍ୟ ଏହି ମୂଲଚାଲକୁ ବୁଝି ନିରବ ରହିବାକୁ ବାଧ୍ୟ ହୋଇଥିବା ଆଲୋଚନା ହେଉଛି।



from OdishaReporter https://ift.tt/2v1tJiu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages