
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଷ୍ଟାଇଲିଶ୍ ଦେଖା ଯିବା ପାଇଁ ଆଜିକାଲି ଯୁବକଯୁବତୀମାନେ ଶରୀରରେ ଟାଟୁ କରୁଛନ୍ତି। ଏହା ଏକ ଫ୍ୟାଶନ୍ ହୋଇଯାଇଛି। ଆପଣମାନେ ଦେଖିଥିବେ ଅନେକ ଯୁବକ,ଯୁବତୀ ସେମାନଙ୍କ ହାତରେ, ବେକରେ ଓଁ ଲେଖି ଟାଟୁ କରିଥାଆନ୍ତି। କେହି କେହି ଟାଟୁରେ ଗଣେଶ ଚିତ୍ର କରନ୍ତି ତ ଆଉ କେହି କୌଣସି ମନ୍ତ୍ରକୁ ଟାଟୁ ମାଧ୍ୟମରେ ଶରୀରରେ ଲେଖି ଦିଅନ୍ତି। ଯଦି ଆପଣ ବି ଏପରି କିଛି ଟାଟୁ କରିବା ପାଇଁ ଚାହୁଁଛନ୍ତି, ତେବେ ଏହି ଲେଖାଟିକୁ ଥରେ ପଢ଼ି ନିଅନ୍ତୁ।
ବହୁତ୍ କମ୍ ଲୋକ ଏହା ଜାଣିଥିବେ ଯେ, ଶରୀରରେ କରାଯାଇଥିବା ‘ଓଁ’ ଓ ‘ଗଣେଶ’ ଆଦି ଟାଟୁ କେବଳ ସୌନ୍ଦର୍ଯ୍ୟ ବଢ଼ାଏ ନାହିଁ, ଏହା ଜୀବନ ଉପରେ ବି ସିଧାସଳଖ ପ୍ରଭାବ ପକାଇଥାଏ। ତା’ହେଲେ ଆସନ୍ତୁ ଜାଣିବା ଏହା ଦ୍ୱାରା ପଡ଼ୁଥିବା ପ୍ରଭାବ ଭଲ ନା ଖରାପ।
(୧) ଯଦି ଆପଣଙ୍କ ଶରୀରରେ ‘ଓଁ’ ବା ‘ସ୍ୱସ୍ତିକ’ର ଟାଟୁ ରହିଛି, ତେବେ ଏହା ଆପଣଙ୍କ ଜୀବନ ଉପରେ ସେତେବେଳେ ଭଲ ପ୍ରଭାବ ପକାଇବ ଯେତେବେଳେ ଏହାର ଆକୃତିକୁ ଠିକ୍ ଭାବେ ତିଆରି କରାଯାଇଥିବ। ‘ଓଁ’ ଓ ‘ସ୍ୱସ୍ତିକ’ ଟାଟୁ ଠିକ୍ ଭାବେ ହୋଇଥିଲେ ତାହା ମନକୁ ପ୍ରସନ୍ନ ରଖିଥାଏ। ଏହା ମନୋବଳ ବଢ଼ାଏ ଓ ସଫଳତା ପାଇବା ଦିଗରେ ସାହାଯ୍ୟ କରିଥାଏ।
(୨) ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯଦି ଧାର୍ମିକ ଟାଟୁ କରିବା ସମୟରେ ଏହାର ଆକୃତି ଖରାପ ହୋଇଯାଏ ଅବା ଏହାକୁ ଭୁଲ୍ ଢଙ୍ଗରେ କରାଯାଇଥାଏ, ତା’ହେଲେ ସେହି ବ୍ୟକ୍ତିଙ୍କର ଲାଭ ହେବା ପରିବର୍ତ୍ତେ କ୍ଷତି ହୋଇଥାଏ। ସର୍ବପ୍ରଥମେ ଏହା ବ୍ୟକ୍ତିର ମନ ଉପରେ ଖରାପ ପ୍ରଭାବ ପକାଇଥାଏ। ବିଭିନ୍ନ ପ୍ରକାର ନକାରାତ୍ମକ ଚିନ୍ତା ମନକୁ କବଳିତ କରେ। ଏହା ବ୍ୟକ୍ତିର ବ୍ୟବହାରକୁ ମଧ୍ୟ ବଦଳାଇ ଦିଏ।
from OdishaReporter https://ift.tt/2LwNsQF
No comments:
Post a Comment