ମୋଦିଙ୍କୁ ‘କେମିକାଲ୍‌ ଆଟାକ୍‌’ ଧମକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 30, 2018

ମୋଦିଙ୍କୁ ‘କେମିକାଲ୍‌ ଆଟାକ୍‌’ ଧମକ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘କେମିକାଲ୍‌ ଆଟାକ୍‌’ ଧମକ ଦେଇ ଯୁବକ ଗିରଫ। ସୂଚନା ଅନୁଯାୟୀ, ଯୁବକ ଜଣକ ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ (NSG) କଣ୍ଟ୍ରୋଲ୍‌ ରୁମ୍‌କୁ ଫୋନ୍‌ କରି ପ୍ରଧାନମନ୍ତ୍ରୀଙ୍କ ଉପରକୁ କେମିକାଲ୍‌ ଆଟାକ୍‌ର ଧମକ ଦେଇଥିଲେ।

ଯୁବକ ଜଣକ ହେଉଛନ୍ତି ଝାଡ଼ଖଣ୍ଡର ୨୨ ବର୍ଷୀୟ କାଶୀନାଥ ମଣ୍ଡଳ। ପୁଲିସ୍‌ ତାଙ୍କୁ ଜୁଲାଇ ୨୭ ତାରିଖରେ ମୁମ୍ବାଇର ସେଣ୍ଟ୍ରାଲ୍‌ ରେଳ ଷ୍ଟେସନ୍‌ରୁ ଗିରଫ କରିଛି। କାଶୀନାଥ ସୁରଟ ଅଭିମୁଖେ ଯାତ୍ରା କରିବାକୁ ଥିବା ଏକ ଟ୍ରେନ୍‌ରେ ଚଢ଼ୁଥିବା ବେଳେ ପୁଲିସ୍ ତାଙ୍କୁ ଗିରଫ କରିଥିଲା।

ପୋଲିସ୍‌ ଦେଇଥିବା ସୂଚନା ମୁତାବକ, ଯୁବକ ଜଣକ ନୂଆ ଦିଲ୍ଲୀସ୍ଥିତ NSG କଣ୍ଟ୍ରୋଲ୍‌ ରୁମ୍‌ର ଫୋନ୍‌ ନମ୍ବର ଯୋଗାଡ଼ କରି ଗତ ଶୁକ୍ରବାର ଦିନ ସେଠାକୁ ଫୋନ୍‌ କରିଥିଲେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରକୁ କେମିକାଲ୍‌ ଆଟାକ୍‌ କରିବେ ବୋଲି ଧମକ ଦେଇଥିଲେ। ଏହାପରେ NSG ନମ୍ବରଟିକୁ ଟ୍ରାକ୍‌ କରି ମୁମ୍ବାଇ ପୁଲିସ୍‌କୁ ଜଣାଇଥିଲା।

ପୁଲିସ୍‌ ପଚରାଉଚରା କରିବା ବେଳେ କାଶୀନାଥ କହିଥିଲେ ଯେ ନକ୍ସଲ ଆକ୍ରମଣରେ ଝାଡ଼ଖଣ୍ଡରେ ତାଙ୍କର ଜଣେ ବନ୍ଧୁଙ୍କର ମୃତ୍ୟୁ ଘଟିଛି। ଏ ଘଟଣା ନେଇ ସେ ପ୍ରଧାମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଥିଲେ।



from OdishaReporter https://ift.tt/2LKP4pW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages