
ନୂଆଦିଲ୍ଲୀ: ପଞ୍ଜାବର ଦୁଇ ଜଣ ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟକ ଛୁଟି କାଟିବାକୁ କାନାଡ଼ା ଯାଇଥିଲେ। ତେବେ ସେମାନଙ୍କୁ କାନାଡ଼ା ବିମାନବନ୍ଦରରୁ ଫେରିବାକୁ ପଡ଼ିଛି। ରବିବାର କାନାଡ଼ାର ଓଟୱା ବିମାନବନ୍ଦରରେ ଆପ୍ ବିଧାୟକ କୁଲ୍ତାର୍ ସିଂହ ସନ୍ଧୱା ଏବଂ ଅମରଜିତ୍ ସିଂହ ସନ୍ଦୋଆ ପହଞ୍ଚିବା କ୍ଷଣି ସୁରକ୍ଷାକର୍ମୀ ସେମାନଙ୍କୁ ହେପାଜତ୍କୁ ନେଇଯିବା ସହ ପଚରାଉଚରା କରିଥିଲେ। ତା’ପରେ ସେମାନଙ୍କୁ ଭାରତ ଫେରାଇ ଦେଇଥିଲେ। କାନାଡ଼ା ପୁଲିସ୍ ଏପରି କରିବା ପଛର କାରଣ ଜଣାପଡ଼ିନାହିଁ।
ସୂଚନାଯୋଗ୍ୟ, ଦୁଇ ବିଧାୟକ ଗତ କିଛି ଦିନ ହେବ ଏକାଧିକ କାରଣକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଅମରଜିତ୍ଙ୍କ ଉପରେ ନିର୍ଯାତନା ମାମଲା ଚାଲୁଛି। ଏହାବାଦ୍ ତାଙ୍କ ନାଁ ମାଫିଆଙ୍କ ସହ ଯୋଡ଼ା ଯାଉଛି।
from OdishaReporter https://ift.tt/2O8pB8c
No comments:
Post a Comment