ଫାଶୀ ଦେବା ପୂର୍ବରୁ ଅପରାଧୀର କାନରେ କ’ଣ କହିଥାଏ ଜଲ୍ଲାଦ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 27, 2018

ଫାଶୀ ଦେବା ପୂର୍ବରୁ ଅପରାଧୀର କାନରେ କ’ଣ କହିଥାଏ ଜଲ୍ଲାଦ?

hanged

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣ ଫିଲ୍ମରେ ଅନେକ ସିନ୍‌ ଦେଖିଥିବେ ଯେଉଁଥିରେ ଜଲ୍ଲାଦ୍‌ ଅପରାଧୀକୁ ଫାଶୀ ଦେଇଥାଏ। କିନ୍ତୁ ଆପଣ କେବେ ନଜର କରିଥିବେ, ଜଲ୍ଲାଦ ଫାଶୀ ଦେବା ପୂର୍ବରୁ ଅପରାଧୀ କାନରେ କିଛି ଗୁଣୁଗୁଣୁ ହୋଇ କହିଥାଏ। ଏପରି ହୋଇପାରେ, ଆପଣ ଏସବୁ କେବଳ ଫିଳ୍ମରେ ଦେଖିଥିବେ। କିନ୍ତୁ ନା,ଏହା ବାସ୍ତବରେ ମଧ୍ୟ ହୋଇଥାଏ।

ଭାରତରେ ଯେବେ କୌଣସି ଅପରାଧୀକୁ ଫାଶୀ ଦିଆଯାଇଥାଏ ତା ପୂର୍ବରୁ ଅପରାଧୀର କାନରେ ଜଲ୍ଲାଦ୍‌ ବା ଫାଶୀ ଦେଉଥିବା ବ୍ୟକ୍ତି କିଛି କହିଥାଏ। ଏହାପରେ ଅପରାଧୀକୁ ତା’ର ଅପରାଧର ଦଣ୍ଡ ଫାଶୀ ରୂପରେ ଦିଆଯାଇଥାଏ। କିନ୍ତୁ ଏହି ପ୍ରଶ୍ନ ଆପଣଙ୍କ ମନରେ ଉଠିବା ସ୍ୱାଭାବିକ କି ଏପରି କେଉଁ କଥା ଜଲ୍ଲାଦ୍‌ ଅପରାଧୀର କାନରେ କହିଥାଏ?ଆଜି ଆମେ ଆପଣଙ୍କୁ ଫାଶୀ ସମ୍ୱନ୍ଧରେ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ କଥା ଜଣାଇବୁ। ଯାହା ବିଷୟରେ ବୋଧହୁଏ ଆପଣଙ୍କୁ ପୂର୍ବରୁ ଜଣା ନ ଥିବ।

ଫାଶୀ ବିଷୟରେ କିଛି ଜାଣିବା କଥା

ସର୍ବପ୍ରଥମେ ଆପଣ ଜାଣିରଖନ୍ତୁ, ଭାରତରେ କେବଳ ଦୁଇଜଣ ଜଲ୍ଲାଦ ରହିଛନ୍ତି। ଏମାନଙ୍କୁ ସରକାର ଅପରାଧୀଙ୍କୁ ଫାଶୀ ଦେବା ପାଇଁ ବେତନ ଦେଇଥାନ୍ତି। ଏହି କାମକୁ କରିବା ପାଇଁ ବଡ଼ ହୃଦୟ ଦରକାର। ସାଧାରଣ ଲୋକଙ୍କୁ ଫାଶୀ ଦେବା ପାଇଁ ସରକାର ଜଲ୍ଲାଦଙ୍କୁ ୩୦୦୦ ଟଙ୍କା ଦେଇଥାନ୍ତି। ମାତ୍ର କୌଣସି ଆତଙ୍କବାଦୀକୁ ଫାଶୀ ଦେବା ପାଇଁ ସରକାର ଅଧିକ ବେତନ ଦେଇଥାନ୍ତି। ଆପଣଙ୍କୁ ଏହି କଥା ଜଣାଥିବ କି ନାହିଁ, ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ଫାଶୀ ଦେବା ପାଇଁ ଜଲ୍ଲାଦଙ୍କୁ ସରକାର ୨୫ ହଜାର ଟଙ୍କା ଦେଇଥିଲେ।

ଭାରତର ସମ୍ୱିଧାନ ସମସ୍ତଙ୍କ ପାଇଁ ସମାନ। ଯଦି କୌଣସି ବ୍ୟକ୍ତି ଏହାର ବିରୋଧରେ ଯାଇଥାଏ, ତେବେ ସମ୍ୱିଧାନର ନିୟମ ଅନୁସାରେ ସେହି ବ୍ୟକ୍ତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ। ଏଥିପାଇଁ ଅଲଗା ଭାବେ ଭାରତୀୟ ଦଣ୍ଡବିଧାନ ବ୍ୟବସ୍ଥା ତିଆରି ହୋଇଛି। ଯେଉଁଥିରେ ପ୍ରତ୍ୟେକ ଅପରାଧ ପାଇଁ ଦଣ୍ଡବିଧାନ ବିଷୟରେ ଉଲ୍ଲେଖ କରାଯାଇଛି।
ଯଦି କୌଣସି ବ୍ୟକ୍ତି କାହାକୁ ଜୀବନରୁ ମାରିଦିଏ,ତେବେ  ସେହି ବ୍ୟକ୍ତିକୁ ମୃତ୍ୟୁ ଦଣ୍ଡ ବା ଫାଶୀ ଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥାଏ।

hang1

ଫାଶୀ ପୂର୍ବରୁ କାନରେ କ’ଣ କହିଥାଏ ଜଲ୍ଲାଦ?

ପ୍ରକୃତରେ ଫାଶୀ ଦେବାର କିଛି ସମୟ ପୂର୍ବରୁ ଜଲ୍ଲାଦ ଅପରାଧୀର କାନରେ କ୍ଷମା ମାଗିଥାଏ ଏବଂ କହିଥାଏ କି, “ଭାଇ ମୋତେ କ୍ଷମା କରିଦିଅ, ମୁଁ ନିରୁପାୟ।” ଯଦି ଫାଶୀ ପାଇବାକୁ ଯାଉଥିବା ବ୍ୟକ୍ତି ହିନ୍ଦୁ ହୋଇଥାନ୍ତି, ତେବେ ଜଲ୍ଲାଦ ତାଙ୍କ କାନରେ ‘ରାମ-ରାମ’ କହିଥାଏ। ଯଦି ସେହି ବ୍ୟକ୍ତି ଜଣକ ମୁସଲମାନ ହୋଇଥାନ୍ତି,ତେବେ ଜଲ୍ଲାଦ ତାଙ୍କୁ ଶେଷ ସଲାମ୍‌ ଦେଇଥାଆନ୍ତି ଏବଂ ତାଙ୍କ କାନରେ କହିଥାଆନ୍ତି,“ମୁଁ ସରକାରଙ୍କ ଆଦେଶର ଗୋଲାମ୍‌। ଏଥିପାଇଁ ଚାହିଁଲେ ମଧ୍ୟ କିଛି କରି ପାରିବି ନାହିଁ।” ବାସ୍‌ ଏତିକି କହି ସେ ଫାଶୀର ଫନ୍ଦାକୁ ଟାଣି ଦେଇଥାଆନ୍ତି।
ଫାଶୀ ସହିତ ସମ୍ୱନ୍ଧିତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଭାରତରେ ଯେତେ ବି ଅପରାଧୀଙ୍କୁ ଫାଶୀଦଣ୍ଡ ଦିଆଯାଇଥାଏ, ଏଥିପାଇଁ ବିହାରର ବକ୍ସର ଜେଲ୍‌ରେ ଫାଶୀର ଫନ୍ଦା ତିଆରି କରାଯାଇଥାଏ।
ଆପଣ ଏହା ମଧ୍ୟ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଫାଶୀ ଦଉଡ଼ିକୁ ନେଇ ମଧ୍ୟ ଏକ ନିର୍ଦ୍ଦିଷ୍ଟ ମାପଦଣ୍ଡ ରହିଛି। ଫାଶୀ ଦଉଡ଼ିକୁ ଦେଢ଼ ଇଞ୍ଚରୁ ଅଧିକ ମୋଟା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଦଉଡ଼ିର ମୂଲ୍ୟ ମଧ୍ୟ କମ୍‌ ରଖାଯାଇଥାଏ। ୧୦ବର୍ଷ ପୂର୍ବରୁ ଏହି ଦଉଡ଼ିର ମୂଲ୍ୟ ୧୮୨ ଟଙ୍କାରେ ଜେଲ୍‌ ପ୍ରଶାସନ ପକ୍ଷରୁ ଉପଲବ୍ଧ କରାଯାଇଥିଲା।



from OdishaReporter https://ift.tt/2OiIKo9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages