ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 17, 2018

ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ବସିବ ସଂସଦର ମୌସୁମୀ ଅଧିବେଶନ। ଏହାର ପୂର୍ବରୁ ବାଚସ୍ପତି ସୁମିତ୍ରା ମହାଜନଙ୍କ ଅଧ୍ୟକ୍ଷତାରେ ବସିଛି ସର୍ବଦଳୀୟ ବୈଠକ। କିଭିଳି ସବୁ ଶାସକ ଓ ବିରୋଧୀ ଦଳ ସହଯୋଗରେ ଗୃହ ସୁରୁଖୁରରେ ଚାଲିପାରିବ ସେନେଇ ଆଲୋଚନା ହେଉଛି।
ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ମୌସୁମୀ ଅଧିବେଶନ । ଚଳିତ ଅଧିବେଶନରେ ୧୮ଟି କାର୍ଯ୍ୟ ଦିବସ ରହିବ । ମୌସୁମୀ ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଆଗତ ହେବା ସମ୍ଭାବନା ରହିଛି । ବିରୋଧୀଙ୍କ ହୋହାଲ୍ଲା ଓ ହଟ୍ଟଗୋଳ ଯୋଗୁଁ ଗତ ବଜେଟ୍‌ ଅଧିବେଶନ ଚାଲିପାରି ନ ଥିଲା। ଏପରିକି ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ମଧ୍ୟ ଆଗତ ହୋଇପାରି ନ ଥିଲା।  ଟ୍ରିପଲ ତଲାକ୍ ବିଲ୍ ପୂର୍ବରୁ ଲୋକସଭାରେ ପାରିତ ହୋଇଥିବା ବେଳେ ରାଜ୍ୟସଭାରେ ଆଲୋଚନା ହୋଇପାରିନି । ତେଣୁ ଚଳିତ ଅଧିବେଶନରେ ଏହି ବିଲ୍ ରାଜ୍ୟସଭାରେ ଆଗତ ହୋଇପାରେ । ସେହିପରି ଏସ୍‌ସି/ଏସ୍‌ଟି ବିଲ୍ ସଂସଦରେ ଆଗତ ହୋଇପାରେ ।



from OdishaReporter https://ift.tt/2uGaGcv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages