ପ୍ରଧାନମନ୍ତ୍ରୀ ହେବା ପରେ ୮୪ଟି ଦେଶକୁ ଯାଇଛନ୍ତି ମୋଦି: ଜାଣନ୍ତୁ କେତେ ଖର୍ଚ୍ଚ ହୋଇଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 19, 2018

ପ୍ରଧାନମନ୍ତ୍ରୀ ହେବା ପରେ ୮୪ଟି ଦେଶକୁ ଯାଇଛନ୍ତି ମୋଦି: ଜାଣନ୍ତୁ କେତେ ଖର୍ଚ୍ଚ ହୋଇଛି

modi

ନୂଆଦିଲ୍ଲୀ: ୨୦୧୪ ମସିହା ମେ’ ମାସରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ନରେନ୍ଦ୍ର ମୋଦି ବର୍ତ୍ତମାନ ସୁଦ୍ଧା ୮୪ଟି ଦେଶକୁ ଯାତ୍ରା କରି ସାରିଛନ୍ତି। ଏଥିପାଇଁ ୧,୪୮୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ରାଜ୍ୟସଭାରେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭି.କେ. ସିଂହ ଏହି ସୂଚନା ଦେଇଛନ୍ତି। ଚାର୍ଟର୍ଡ ଉଡ଼ାଣ, ବିମାନ ରକ୍ଷଣାବେକ୍ଷଣ ଓ ହଟ୍‌ଲାଇନ୍‌ ସୁବିଧା ବାବଦକୁ ଏହି ଅର୍ଥ ଖର୍ଚ୍ଚ ହୋଇଛି। ୨୦୧୪ ଜୁନ୍‌ ୧୫ରୁ ୨୦୧୮ ଜୁନ୍‌ ୧୦ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବିମାନର ରକ୍ଷଣାବେକ୍ଷଣ ବାବଦକୁ ୧୦୮୮.୪୨ କୋଟି, ଚାର୍ଟର୍ଡ ଉଡ଼ାଣ ବାବଦକୁ ୩୮୭.୨୬ କୋଟି ଏବଂ ହଟ୍‌ଲାଇନ୍‌ ସୁବିଧା ବାବଦକୁ ୯.୧୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ସେ ସୂଚନା ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ମୋଟ ୪୨ ଥର ବିଦେଶ ଯାତ୍ରା କରିଛନ୍ତି। ଏହି ଯାତ୍ରା ମଧ୍ୟରେ ସେ ୮୪ଟି ଦେଶକୁ ଯାଇଛନ୍ତି। ତେବେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଦେଇଥିବା ବିବରଣୀରେ ୨୦୧୭-୧୮ ଓ ୨୦୧୮-୧୯ ବର୍ଷର ହଟ୍‌ଲାଇନ୍‌ ସୁବିଧା ବାବଦ ଖର୍ଚ୍ଚ ଏବଂ ୨୦୧୮-୧୯ ବର୍ଷର ଚାର୍ଟର୍ଡ ଉଡ଼ାଣ ଖର୍ଚ୍ଚକୁ ସାମିଲ କରାଯାଇନାହିଁ।
ଭି.କେ. ସିଂହ ଦେଇଥିବା ସୂଚନା ଅନୁଯାୟୀ, ୨୦୧୪-୧୫ରେ ମୋଦି ୧୩ଟି ଦେଶକୁ ଯାତ୍ରା କରିଥିଲେ। ଏଥିରେ ଚାର୍ଟର୍ଡ ଉଡ଼ାଣ ପାଇଁ ୯୩.୭୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୫-୧୬ ବର୍ଷରେ ସେ ୨୪ଟି ଦେଶକୁ ଯାଇଥିଲେ। ଏଥିରେ ଚାର୍ଟର୍ଡ ଉଡ଼ାଣ ପାଇଁ ୧୧୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ୨୦୧୬-୧୭ରେ ସେ ୧୮ଟି ଦେଶକୁ ଯାଇଥିଲେ ଓ ଏଥିରେ ଚାର୍ଟର୍ଡ ଉଡ଼ାଣ ବାବଦକୁ ୭୬.୨୭ କୋଟି ଖର୍ଚ୍ଚ ହୋଇଛି। ୨୦୧୭-୧୮ରେ ପ୍ରଧାନମନ୍ତ୍ରୀ ୧୯ଟି ଦେଶକୁ ଯାତ୍ରା କରିଥିଲେ। ଏଥିରେ ଚାର୍ଟର୍ଡ ଉଡ଼ାଣ ବାବଦକୁ ୯୯.୩୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୮ରେ ସେ ୧୦ଟି ଦେଶକୁ ଯାତ୍ରା କରି ସାରିଛନ୍ତି।
ସୂଚନାଯୋଗ୍ୟ, ମୋଦିଙ୍କ ବିଦେଶ ଯାତ୍ରାକୁ ନେଇ ବିରୋଧୀ ସବୁବେଳେ ପ୍ରଶ୍ନ ଉଠାଇ ଆସିଛନ୍ତି। ତେବେ ଭି.କେ. ସିଂହ କହିଛନ୍ତି ଯେ ବ୍ୟବସାୟ, ନିବେଶ, ଟେକ୍ନୋଲୋଜି ସମେତ ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ଏହି ଦେଶଗୁଡିକୁ ଯାତ୍ରା କରିଛନ୍ତି। ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ୨୦୧୪ ଜୁନ୍‌ରେ ପ୍ରଥମ ବିଦେଶ ଯାତ୍ରାରେ ଭୁଟାନ୍‌ ଯାଇଥିଲେ।



from OdishaReporter https://ift.tt/2LmSD5v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages