ଅଭାବ ପିଛା ଛାଡୁନାହିଁ ? ଏମିତି କରନ୍ତୁ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ, ଦୂର ହୋଇଯିବ ସବୁ ସମସ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 23, 2018

ଅଭାବ ପିଛା ଛାଡୁନାହିଁ ? ଏମିତି କରନ୍ତୁ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ, ଦୂର ହୋଇଯିବ ସବୁ ସମସ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରାୟ ସବୁ ଲୋକ ବାସ୍ତୁଶାସ୍ତ୍ରକୁ ମାନିଥାନ୍ତି। ବାସ୍ତୁ ଅନୁସାରେ ନିଜର ସବୁ କାମ କରିଥାନ୍ତି। ବାସ୍ତୁଶାସ୍ତ୍ରରେ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର ଉପାୟ ରହିଛି। ଜ୍ୟୋତିଷ ବିଶାରଦଙ୍କ ଅନୁସାରେ ମା’ ଲକ୍ଷ୍ମୀଙ୍କ ପୂଜା, ଦାନପୂଣ୍ୟ କରିଲେ ମା’ ପ୍ରସନ୍ନ ହୋଇଥାନ୍ତି। ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ଅଭାବ ଅନଟନ ଦୂର ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଅନୁସାରେ କେଉଁ କେଉଁ କାମ କଲେ ଧନଦାତ୍ରୀ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇ କୃପା ବୃଷ୍ଟି କରିଥାନ୍ତି।

vastu୧. ମା’ ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଁଥିଲେ ଘରର ଠାକୁର ଘର ବା ପୂଜା ସ୍ଥଳ ସବୁବେଳେ ଆଲୋକିତ ରଖିବେ। ଏଥିରେ ମା’ ପ୍ରସନ୍ନ ହୋଇଥାନ୍ତି। ଏହାଛଡ଼ା ପୂଜା ସ୍ଥଳରେ ଆଲୁଅ ପାଇଁ ହଳଦୀ ରଙ୍ଗର ବଲ୍‌ର ବ୍ୟବହାର କରିବା ଉଚିତ୍‌। ଏହା ଶୁଭ ବୋଲି ମନାଯାଏ।

vastu୨. ବାସ୍ତୁଶାସ୍ତ୍ର ଅନୁସାରେ ଘରେ ସୁଖ ସମୃଦ୍ଧି ଓ ବ୍ୟବସାୟରେ ଉନ୍ନତି ଚାହୁଁଥିଲେ ସବୁ କୋଠରୀରେ ଧଳା ରଙ୍ଗର ବଲ୍ ଲଗାନ୍ତୁ। ଆଲ୍‌ମାରୀ ରଖୁଥିବା କୋଠରୀର ରଙ୍ଗ ଧଳା ରଖନ୍ତୁ। ଏହାଦ୍ୱାରା ଆପଣଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ଲାଭ ହେବ।

vastu୩. କେବେବି ନିଜ ଘରର ଆଲ୍‌ମାରୀ ସିଢ଼ି ତଳେ କିମ୍ବା ପାଇଖାନା ସାମ୍ନାରେ ରଖନ୍ତୁ ନାହିଁ। ବାସ୍ତୁଶାସ୍ତ୍ରରେ ଏହା ଅଶୁଭ ବିବେଚନା କରାଯାଏ। ଯେଉଁଠି ଆଲ୍‌ମାରୀ ଅଛି, ସେଠାରେ ବୁଢ଼ିଆଣୀ ଜାଲ କିମ୍ବା ଅବ୍ୟବହୃତ ଜିନିଷ ବା ମଇଳା ଜିନିଷ ରଖିବା ଉଚିତ୍‌ ନୁହେଁ। କାହିଁକି ନା ଏହା ଦ୍ୱାରା ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ବୃଦ୍ଧି ପାଇଥାଏ।

vastu୪. ଆଲମାରୀରେ ଲକ୍ଷ୍ମୀ ମା’ଙ୍କ ଫଟୋ ଲଗାନ୍ତୁ। ଯେଉଁଥିରେ ଦୁଇ ହାତୀ ବି ଥିବେ ଆଉ ସେମାନେ ଶୁଣ୍ଢ ଉଠାଇଥିବେ। ଏମିତି ଫଟୋ ଲଗାଇବା ଶୁଭ ହୋଇଥାଏ।

୫. ଯଦି ଆପଣ ଘରେ ସବୁବେଳେ ଧନ ରଖିବାକୁ ଚାହୁଁଛନ୍ତି, ତେବେ ଆଲ୍‌ମାରୀ ପୂର୍ବ ଦିଗରେ ରଖନ୍ତୁ।



from OdishaReporter https://ift.tt/2ObnD7a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages