ଚହଳ ସୃଷ୍ଟି କଲା ପ୍ରେମୀଯୁଗଳଙ୍କ କିସ୍‌ ସିନ୍‌ ଫଟୋ , ଚାକିରିରୁ ବିଦା ହେଲେ ଫଟୋଗ୍ରାଫର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 30, 2018

ଚହଳ ସୃଷ୍ଟି କଲା ପ୍ରେମୀଯୁଗଳଙ୍କ କିସ୍‌ ସିନ୍‌ ଫଟୋ , ଚାକିରିରୁ ବିଦା ହେଲେ ଫଟୋଗ୍ରାଫର

ଢାକା: ପ୍ରେମୀଯୁଗଳଙ୍କ ଫଟୋ ଉଠାଇ ଫସିଗଲେ ଫଟୋଗ୍ରାଫର।  ଏକ ପ୍ରେମୀଯୁଗଳଙ୍କ ବିବାଦୀୟ ଫଟୋ ଉଠାଇବା ବଂଲାଦେଶର ଜଣେ ଜଣାଶୁଣା ଫଟୋଗ୍ରାଫରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଉକ୍ତ ପ୍ରେମୀଯୁଗଳ କିସ୍ ଦିଆନିଆ ହେଉଥିବା ବେଳେ ଏହି ଫଟୋ ଉଠାଇବାରୁ ସମ୍ପୃକ୍ତ ଫଟୋଗ୍ରାଫରଙ୍କୁ ଚାକିରିରୁ ବିଦା କରିଦିଆଯାଇଛି।

ସମ୍ପୃକ୍ତ ଫଟୋଗ୍ରାଫରଙ୍କ କହିବା ଅନୁଯାୟୀ ଏହା ତାଙ୍କ ପାଇଁ ଅନ୍ୟାୟ ହୋଇଛି। ତେବେ ଫଟୋଗ୍ରାଫର ଜଣକ ନିଜ କ୍ୟାମେରାରେ କଏଦ କରିଥିବା କିସ୍‌ ସିନ୍‌ର ଦୃଶ୍ୟ ଇଣ୍ଟରନେଟ୍‌ରେ ଭାଇରାଲ ହୋଇଯାଇଛି।  ଆଉ ଏହି ଫଟୋ ମୁସଲିମ୍‌ ବହୁଳ ଦେଶରେ ବିବାଦୀୟ ରୂପ ନେଇଛି।

ସମ୍ପୃକ୍ତ ଫଟୋଗ୍ରାଫର ଜଣକ ହେଲେ  ‘ପୂର୍ବୋପଶ୍ଚିମ୍‌ବିଦ୍‌ ନ୍ୟୁଜ୍‌ ପୋର୍ଟାଲ’ର ଫଟୋ ସାମ୍ବାଦିକ ଜିବନ୍‌ ଅହମ୍ମଦ। ଉକ୍ତ ନ୍ୟୁଜ୍‌ ପୋର୍ଟାଲର କହିବା ଅନୁଯାୟୀ, ଏହି ବିବାଦୀୟ ଫଟୋ ଉଠାଇ ଅହମ୍ମଦ ଚାକିରି କରିବାର ଯୋଗ୍ୟତା ହରାଇଛନ୍ତି। ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅହମ୍ମଦ । କହିଛନ୍ତି ଏହା ତାଙ୍କ ପ୍ରତି ଅନ୍ୟାୟ ହୋଇଛି। ଏହି ଫଟୋ ଉଠାଇବା ପରେ ତାଙ୍କୁ ଅନ୍ୟ ଫଟୋଗ୍ରାଫରମାନେ ମଧ୍ୟ ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ, ଏହି ଗୋଟିଏ ଫଟୋକୁ ନେଇ ଏତେ ବଡ଼ ବିବାଦ ସୃଷ୍ଟି ହେବ ତାହା ସେ କେବେ ଚିନ୍ତା ବି କରି ନଥିଲେ।

ଢାକା ୟୁନିଭର୍ସିଟିରୁ ପରିସରରୁ ସେ ଏହି ଫଟୋ ଉଠାଇ ଥିଲେ।  ଏକ ପ୍ରେମୀଯୁଗଳ ବର୍ଷାର ମଜାନେଉଥିବା ବେଳେ ସେ ଏହି ଏହି ଫଟୋ ଉଠାଇଥିଲେ।  ଆଉ ଏହି ଫଟୋଟିକୁ ସେ ଉକ୍ତ ନ୍ୟୁଜ୍‌ ପୋର୍ଟାଲରେ ପୋଷ୍ଟ କରିଥିଲେ। ଫଟୋର କ୍ୟାପ୍ସନ ଥିଲା  ‘ବାରିଶ୍‌ କେ ତରାନେ: ପ୍ୟାର୍‌କୋ ଆଜାଦ୍‌ ରହନେ ଦୋ’। ଏହି ଫଟୋଟି ସଙ୍ଗେ ସଙ୍ଗେ ବାଂଲାଦେଶରେ ଭାଇରାଲ ହୋଇଯାଇଥିଲା। ସୋଶାଲ ମିଡିଆରେ ଏହାକୁ ନେଇ ଝଡ଼ ସୃଷ୍ଟି ହୋଇଛି। ଏହି ଫଟୋକୁ ନେଇ କିଛି ରୁଢିବାଦୀ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ କହିବା ଅନୁଯାୟୀ ଏମିତି କାର୍ଯ୍ୟକଳାପ ବାଂଲାଦେଶର ସଂସ୍କୃତି ଏବଂ ପରମ୍ପରାର ପରିପନ୍ଥୀ। ଅନ୍ୟପଟେ ଏହି ଫଟୋ ଉଠାଇବା ପାଇଁ ଅହମ୍ମଦ ଉକ୍ତ ପ୍ରେମୀଯୁଗଳଙ୍କଠାରୁ ଅନୁମିତି ନେଇଥିଲେ କି ନାହିଁ ତାକୁ ନେଇ କିଛି ଲୋକେ ପ୍ରଶ୍ନ ଉଠାଇଛନ୍ତି। ସେପଟେ ଏହି ଫଟୋ ପ୍ରକାଶ ପାଇବା ପରେ ଉକ୍ତ ନ୍ୟୁଜ୍‌ପୋର୍ଟାଲ ପକ୍ଷରୁ କ୍ଷମାପ୍ରାର୍ଥନା ମଗାଯାଇଛି।  ସେହିପରି ପୋର୍ଟାଲ ସମ୍ପାଦକଙ୍କ କହିବା ଅନୁଯାୟୀ ଫଟୋଗ୍ରାଫର ଅହମ୍ମଦଙ୍କୁ ଚାକିରିରୁ ବିଦା କରାଯିବା ସହ ତାଙ୍କ ବିରୋଧରେ ଆଇନଗତ ଲଢ଼େଇ ନିଆଯିବ।

ସୌଜନ୍ୟ:ଏନ୍‌ଡିଟିଭି



from OdishaReporter https://ift.tt/2mZw49e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages