ବାଲେଶ୍ୱର ଗୁଳିକାଣ୍ଡର ପର୍ଦ୍ଦାଫାସ୍, ୨ ଜଣଙ୍କୁ ଗିରଫ କଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 16, 2018

ବାଲେଶ୍ୱର ଗୁଳିକାଣ୍ଡର ପର୍ଦ୍ଦାଫାସ୍, ୨ ଜଣଙ୍କୁ ଗିରଫ କଲା ପୁଲିସ୍‌

ବାଲେଶ୍ୱର(ରଞ୍ଜିତ୍‌ ପାକଳ): ବାଲେଶ୍ୱର ଓଟି ରୋଡ଼ରେ ଥିବା ଏକ ହୋଟେଲ ଉପରକୁ ଫାଙ୍କା ଗୁଳି ଚାଳନା ଘଟଣାର ପର୍ଦ୍ଦାଫାସ୍ ହୋଇଛି। ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ  ପୁଲିସ୍‌ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।  ସେମାନେ ହେଲେ ବାଲେଶ୍ୱର ସଦର ଥାନା ମେଘଡମ୍ବୁରୁ ଗାଁର ଜନନ ପାଣିଗ୍ରାହୀ ଏବଂ ସହଦେବଖୁଣ୍ଟା ଥାନା ନିଳିଆବାଗ ଗାଁର ସନ୍ଦୀପ କୁମାର ପତି।  ପୁଲିସ୍‌ ସେମାନଙ୍କଠାରୁ ୬ଟି ମୋବାଇଲ ଓ ଗୋଟିଏ ବାଇକ ଜବତ କରିଛି।  ତେବେ ହୋଟେଲ ଉପରକୁ ଚଲିଯାଇଥିବା ବନ୍ଧୁକକୁ ପୁଲିସ୍‌ ଜବତ କରିପାରିନି।  ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ବ୍ୟକ୍ତି ଏବେବି ଫେରାର ଅଛନ୍ତି। ପୁଲିସ୍‌ ଉକ୍ତ ବନ୍ଧୁକ ଏବଂ ଅନ୍ୟ ଜଣେ ଅଭିଯୁକ୍ତକୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି।  ଦାଦା ବଟି ଆଦାୟକୁ କେନ୍ଦ୍ରକରି ଏହି ଫାଙ୍କା ଗୁଳି ଚାଳନା କରାଯାଇଥିବା ପୁଲିସ୍‌ ସୂଚନା ଦେଇଛି।

ଗତ ୮ ତାରିଖରେ ଗୋଟିଏ ବାଇକରେ ତିନିଜଣ ବ୍ୟକ୍ତ ଆସିଥିଲେ।  ସେମାନଙ୍କ ମଧ୍ୟରୁ ଦୁଇଜଣ ପ୍ରଥମେ ହୋଟେଲ ସୁରକ୍ଷା କର୍ମୀଙ୍କ ସହ କଥା ହୋଇଥିଲେ।  ଏହାପରେ ହୋଟେଲ ଉପରକୁ ଫାଙ୍କା ଗୁଳି ଚାଲନା କରିଥିଲେ।  ଏହାପରେ ବାଇକରେ ବସିଥିବା ବ୍ୟକ୍ତିଙ୍କ ସହ କଥା ହେବା ପରେ ପୁଣି ଥରେ ହୋଟେଲ ଉପରକୁ ଫାଙ୍କା ଗୁଳି ଚାଳନା କରାଯାଇଥିଲା।



from OdishaReporter https://ift.tt/2NQ55sZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages