ବୈତରଣୀ ନଦୀ ବନ୍ଧରେ ୧୫ ଫୁଟ୍‌ର ଫାଟ; ଲୋକେ ଭୟଭୀତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 24, 2018

ବୈତରଣୀ ନଦୀ ବନ୍ଧରେ ୧୫ ଫୁଟ୍‌ର ଫାଟ; ଲୋକେ ଭୟଭୀତ

222

ଚାନ୍ଦବାଲି (ବାସୁଦେବ ଦାସ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ସାଥିବାକୁଡ଼ାରେ ବୈତରଣୀ ନଦୀ ବନ୍ଧରେ ଫାଟ ସୃଷ୍ଟି ହୋଇଛି। ବୈତରଣୀ ନଦୀ ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ସାଥିବାକୁଡ଼ାରେ ନୂଆ କରି ତିଆରି ହୋଇଥିବା ନଦୀ ବନ୍ଧରେ ୧୫ ଫୁଟ୍‌ର ଫାଟ ସୃଷ୍ଟି ହୋଇଛି। ସାଥିବାକୁଡ଼ା ଗାଁ ନିକଟରେ ମୋଟ ୩ଟି ଫାଟ ଦେଖା ଦେଇଥିବାରୁ ଏହାକୁ ନେଇ ସ୍ଥାନୀୟ ଲୋକ ଭୟଭୀତ ହୋଇ ପଡ଼ିଛନ୍ତି। ଏହି ନଦୀବନ୍ଧ ଭାଙ୍ଗିଲେ ୩ଟି ପଞ୍ଚାୟର ପ୍ରାୟ ୨୦ଟି ଗାଁର ଲୋକେ ପ୍ରଭାବିତ ହେବେ।

ଗତ ବର୍ଷ ଏହି ସ୍ଥାନରେ ୧୦୦ ଫୁଟ୍‌ର ଘାଇ ସୃଷ୍ଟି ହୋଇଥିଲା। ଏଥର ବନ୍ଧରେ ପୁଣି ଫାଟ ଦେଖା ଦେଇଥିବାରୁ ବନ୍ଧ ନିର୍ମାଣ କାମ ନିମ୍ନମାନର ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।



from OdishaReporter https://ift.tt/2mFWnRB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages