
ବେଙ୍ଗାଲୁରୁ: ‘ଯଦି ମୁଁ ଗୃହମନ୍ତ୍ରୀ ହୋଇଥାନ୍ତି, ତା’ହେଲେ ବୁଦ୍ଧିଜୀବୀମାନଙ୍କୁ ଗୁଳି ମାରି ହତ୍ୟା କରିବାକୁ ଆଦେଶ ଦେଇଥାନ୍ତି।’ ଏହି ମନ୍ତବ୍ୟ ଦେଇଛନ୍ତି କର୍ଣ୍ଣାଟକର ବିଜୟପୁରାର ବିଜେପି ବିଧାୟକ ବସାନଗୌଡ଼ା ପାଟିଲ ୟତନାଲ। ‘ଉଦାରବାଦୀ’ ଓ ‘ବୁଦ୍ଧିଜୀବୀ’ଙ୍କୁ ସେ ‘ଦେଶଦ୍ରୋହୀ’ ମଧ୍ୟ କହିଛନ୍ତି।
ଗତକାଲି ‘କାରଗିଲ୍ ବିଜୟ ଦିବସ’ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ। ଏଥିରେ ସେ କହିଥିଲେ, “ଏହି ବୁଦ୍ଧିଜୀବୀମାନେ ଦେଶର ସବୁ ସୁବିଧା ପାଉଛନ୍ତି। ସେଥିପାଇଁ ଆମେ ଟ୍ୟାକ୍ସ ଦେଉଛନ୍ତି। ତା’ସତ୍ତ୍ୱେ ସେମାନେ ଭାରତୀୟ ସେନା ବିରୋଧରେ ନାରାବାଜି କରନ୍ତି। ଏହି ବୁଦ୍ଧିଜୀବୀ ଓ ସବୁ ବେଳେ ଧର୍ମନିରପେକ୍ଷ କଥା କହୁଥିବା ଲୋକେ ଏ ଦେଶ ପାଇଁ ସବୁଠୁ ଅଧିକ ବିପଦ।”
ୟତନାଲ ଦୁଇ ଥର ବିଧାୟକ ଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ସେ ମନ୍ତ୍ରୀ ମଧ୍ୟ ହୋଇଥିଲେ। ୨୦୧୦ରେ ସେ ବିଜେପି ଛାଡ଼ି ଜେଡିଏସ୍ରେ ମିଶିଥିଲେ। ବର୍ଷେ ପରେ ଜେଡିଏସ୍ ଛାଡ଼ି ଦେଇଥିଲେ। ୨୦୧୩ରେ ସେ ପୁଣି ବିଜେପିରେ ମିଶି ଥିଲେ।
from OdishaReporter https://ift.tt/2K0SPCD
No comments:
Post a Comment