ହାତୀ ଓ ତେଲ ନଦୀ ଫୁଲୁଛି, ୧୫ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 16, 2018

ହାତୀ ଓ ତେଲ ନଦୀ ଫୁଲୁଛି, ୧୫ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

tel

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ହାତୀ ଓ ତେଲ ନଦୀ ଫୁଲୁଛି।  ଏହି ଦୁଇ ନଦୀର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଛି। ଲାଞ୍ଜିଗଡ଼ ବ୍ଲକ୍‌ର ପ୍ରାୟ ୧୫ଟି ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଛି। ଜୁନାଗଡ଼

ବ୍ଲକ୍‌ର ବୁଢ଼ିଦର ପଞ୍ଚାୟତର ସାନଦର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଭୁଶୁଡ଼ି ପଡ଼ିଛି। ଏହା ଫଳରେ ପ୍ରାୟ ୧୦୦ ଏକର ଜମିରେ ବାଲି ମାଡ଼ିଯାଇଛି। ନାଗାବଳୀ ନଦୀରେ ଜଣେ ଭାସିଯାଇଥିବା ଜଣାପଡ଼ିଛି।

ପ୍ରବଳ ବର୍ଷା ପରେ କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଜଳଭଣ୍ଡାରର ୨ଟି ଗେଟ୍ ଖୋଲାଯାଇଛି।   ଏ ବର୍ଷ ପ୍ରଥମ ଥର ପାଇଁ ଦୁଇଟି ୨ଗେଟ୍ ଖୋଲାଯାଇଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୨  ହଜାର କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି।   ଏହି ଜଳଭଣ୍ଡାରର ଜଳସ୍ତର ବିପଦ ସଙ୍କେତର ନିକଟତର ହୋଇଛି।  ବିପଦ ସଙ୍କେତ ୯୦ ଫୁଟ୍ ରହିଥିବା ବେଳେ ଜଳସ୍ତର ରହିଛି ୮୯.୨ ଫୁଟ୍।

 

 

 

 

 

 



from OdishaReporter https://ift.tt/2NS4w1y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages