
ରାଇରଙ୍ଗପୁର (ରାଜେଶ ଶର୍ମା): ଭାଇ ଓ ଭଉଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ଭାଇର ଗୋଡ଼ ଖସି ଯାଇଥିଲା। ଭାଇ ବୁଡ଼ି ଯାଉଥିବା ଦେଖି ଭଉଣୀ ନଦୀକୁ ଡେଇଁ ପଡ଼ିଥିଲା। ହେଲେ ସେ ବି ନଦୀରୁ ବାହାରି ପାରି ନ ଥିଲା। ଉଭୟ ନଦୀରେ ବୁଡ଼ି ଯାଇଥିଲେ। ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଘଟିଛି ଏହି ଦୁଃଖଦ ଘଟଣା।
ଆଜି ସକାଳେ ହୀନା ଗୁଜରାତି (୨୮) ଓ ତାଙ୍କ ସାନ ଭାଇ ନାନୁ (୧୦) ନିକଟସ୍ଥ ଖଡ଼ଖାଈ ନଦୀକୁ ଗାଧୋଇବାକୁ ଯାଇଥିଲେ। ନାନୁ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ। ଭାଇ ବୁଡ଼ି ଯାଉଥିବା ଦେଖି ହୀନା ପାଣିକୁ ଡେଇଁ ପଡ଼ିଥିଲେ। ମାତ୍ର ସେ ଭାଇକୁ ବଞ୍ଚାଇ ପାରିଲେନି କି ନିଜେ ବଞ୍ଚି ପାରିଲେନି। ଭାଇ,ଭଉଣୀ ପାଣିରେ ବୁଡ଼ି ଯାଇଥିଲେ। ପ୍ରାୟ ୪୦ ମିନିଟ୍ ପରେ ଅଗ୍ନିଶମ କର୍ମଚାରୀମାନେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
from OdishaReporter https://ift.tt/2N9J9Yy
No comments:
Post a Comment