ବିନା ଔଷଧରେ ବି ଦୂର ହୋଇପାରିବ ଜ୍ୱର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 26, 2018

ବିନା ଔଷଧରେ ବି ଦୂର ହୋଇପାରିବ ଜ୍ୱର

fever

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଋତୁ ବଦଳିବା ସଙ୍ଗେ ସଙ୍ଗେ ଭାଇରାଲ୍‌ ଜ୍ୱର ହୋଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ ବଜାରରେ ଅନେକ ଆଣ୍ଟିବାୟୋଟିକ୍‌ ଔଷଧ ମିଳୁଛି। କିନ୍ତୁ ଏସବୁ ଦ୍ୱାରା ଶରୀରରେ ସାଇଡ୍‌ ଇଫେକ୍ଟ ପଡ଼ିବା ସହିତ ପାଟିର ସ୍ୱାଦରେ ପରିବର୍ତ୍ତନ ଆସିଥାଏ। ଏପରି ସମୟରେ ଆପଣ ସହଜ ଘରୋଇ ଉପଚାର ଜରିଆରେ ଭାଇରାଲ୍‌ ଜ୍ୱରରୁ ରକ୍ଷା ପାଇପାରିବେ। ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ?

(୧) ଅଦା
ଭାଇରାଲ୍‌ ଜ୍ୱରକୁ ଠିକ୍ କରିବା ପାଇଁ ଅଦା ବହୁତ ଉପକାରୀ। ଅଦାରେ କିଛି ହଳଦୀ,ଗୋଲମରିଚ ଏବଂ ଚିନି ମିଶାଇ ଏକ ମିଶ୍ରଣ ବା କାଢ଼ା ତିଆରି କରନ୍ତୁ। ଜ୍ୱର ହୋଇଥିବା ବ୍ୟକ୍ତିଙ୍କୁ ଏହି କାଢ଼ା ଦିନକୁ ତିନିରୁ ଚାରି ଥର ପିଇବାକୁ ଦିଅନ୍ତୁ। ଦେଖିବେ ଜ୍ୱର ଭଲ ହୋଇଯିବ।

(୨) ଧନିଆ ମଞ୍ଜି
ଗୋଟିଏ ଗ୍ଲାସ୍‌ ପାଣିରେ ଏକ ଚାମଚ ଧନିଆ ମଞ୍ଜି ପକାଇ ଏହାକୁ ଫୁଟାନ୍ତୁ। ଫୁଟି ସାରିବା ପରେ ଏହାକୁ ଛାଣି ଦିଅନ୍ତୁ ଏବଂ ସ୍ୱାଦ ଅନୁସାରେ କ୍ଷୀର ଏବଂ ଚିନି ପକାଇ ଜ୍ୱର ହୋଇଥିବା ବ୍ୟକ୍ତିକୁ ପିଇବାକୁ ଦିଅନ୍ତୁ।

tulasi

(୩) ତୁଳସୀ ପତ୍ର
ଗୋଟିଏ ମୁଠା ତୁଳସୀ ପତ୍ର ଓ ଏକ ଚାମଚ ଲବଙ୍ଗ ପାଉଡର୍‌କୁ ୧ ଲିଟର ପାଣିରେ ଫୁଟାନ୍ତୁ। ଏହି ଫୁଟାପାଣିକୁ ପ୍ରତି ଦୁଇ ଘଣ୍ଟାରେ ଥରେ ପିଅନ୍ତୁ।

(୪) ମେଥି
ରାତିରେ ଗୋଟିଏ ଚାମଚ ମେଥି ମଞ୍ଜିକୁ ବତୁରାଇ ଦିଅନ୍ତୁ। ସକାଳେ ବତୁରା ଯାଇଥିବା ମେଥି ପାଣିରେ ଲେମ୍ୱୁ ରସ ଏବଂ ମହୁ ମିଶାଇ ପିଅନ୍ତୁ।

(୫) ଭାତର ପେଜ
ଭାତ ରାନ୍ଧି ସାରିବା ପରେ ଆମେ ସାଧାରଣତଃ ପେଜକୁ ଅଦରକାରୀ ଭାବି ଫିଙ୍ଗି ଦେଇଥାଉ। ପେଜକୁ ନ ଫିଙ୍ଗି ସେଥିରେ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ ଏବଂ ଜ୍ୱର ହୋଇଥିବା ବ୍ୟକ୍ତିଙ୍କୁ ପିଇବାକୁ ଦିଅନ୍ତୁ।

(୬) ରସୁଣ
ଅଳ୍ପ ରସୁଣରେ ମହୁ ମିଶାଇ ଖାଆନ୍ତୁ। ଏଥିରେ ଜ୍ୱରରୁ ରକ୍ଷା ପାଇ ପାରିବେ।

(୭) କିସ୍‌ମିସ୍‌
ରାତିରେ କିଛି କିସ୍‌ମିସ୍‌ ବତୁରାଇ ଦିଅନ୍ତୁ। ସକାଳୁ ଉଠି ଏହାକୁ ଖାଇବା ଦ୍ୱାରା ଜ୍ୱର ଦୂର ହୋଇଥାଏ।



from OdishaReporter https://ift.tt/2LBUYtx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages