ବିଜେପି ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ: କହିଲେ, ଯେଉଁମାନେ ଦେଶ ଛାଡ଼ି ଯାଉ ନାହାନ୍ତି ସେମାନଙ୍କୁ ଗୁଳି କରି ଦିଆଯାଉ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 31, 2018

ବିଜେପି ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ: କହିଲେ, ଯେଉଁମାନେ ଦେଶ ଛାଡ଼ି ଯାଉ ନାହାନ୍ତି ସେମାନଙ୍କୁ ଗୁଳି କରି ଦିଆଯାଉ

RajaSingh

ନୂଆଦିଲ୍ଲୀ: ଦେଶରେ ବାଂଲାଦେଶୀ ଓ ରୋହିଙ୍ଗ୍ୟା ମୁସଲିମଙ୍କ ଅନୁପ୍ରବେଶକୁ ନେଇ ଜଣେ ବିଜେପି ବିଧାୟକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।

ତେଲେଙ୍ଗାନାର ବିଧାୟକ ଟି ରାଜା ସିଂ ଲୋଧ କହିଛନ୍ତି,“ଯଦି ବାଂଲାଦେଶୀ ଏବଂ ରୋହିଙ୍ଗ୍ୟା ଶରଣାର୍ଥୀମାନେ ସ୍ୱଇଚ୍ଛାରେ ନିଜ ଦେଶକୁ ଯାଉନାହାନ୍ତି, ତା’ହେଲେ ସେମାନଙ୍କୁ ଗୁଳି ମାରି ଦେବା ଦରକାର। ଏପରି କଲେ ହିଁ ଭାରତୀୟମାନେ ସୁରକ୍ଷିତ ରହିପାରିବେ।”
ଆସାମ ଏନ୍‌ଆର୍‌ସି ଡ୍ରାଫ୍ଟ ତାଲିକାରୁ ୪୦ ଲକ୍ଷ ଲୋକ ବାଦ୍‌ ପଡ଼ିବା ଘଟଣାରେ ପ୍ରତିକ୍ରିୟା ରଖି ସେ ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ ସୋଶାଲ୍ ମିଡିଆରେ ତାଙ୍କର ଏହି ମନ୍ତବ୍ୟ ସମ୍ବଳିତ ଭିଡିଓକୁ ପୋଷ୍ଟ୍ କରିଛନ୍ତି।

ସେ କହିଛନ୍ତି,“ଅନ୍ୟ କିଛି ଦେଶରେ ବେଆଇନ ଭାବେ ବସବାସ କରୁଥିବା ଲୋକଙ୍କୁ ଗୁଳି ମାରି ଦିଆଯାଉଛି ନ ହେଲେ ତଡ଼ି ଦିଆଯାଉଛି। ୧୯୭୧ ମସିହାରେ ଯୁଦ୍ଧ ସମୟରେ ବହୁ ସଂଖ୍ୟାରେ ବାଂଲାଦେଶୀ ଆସାମକୁ ପଶି ଆସିଥିଲେ। ବର୍ତ୍ତମାନ ସେଠାରେ ୪୦ ଲକ୍ଷ ଲୋକ ଅବୈଧ ଭାବେ ରହୁଛନ୍ତି। ସେମାନେ ଭାରତକୁ ବରବାଦ କରି ଦେବା ପାଇଁ ଏଠାରେ ରହୁଛନ୍ତି।”
ଲୋଧ ଆହୁରି କହିଛନ୍ତି,“ସେମାନଙ୍କୁ କିପରି ବାଂଲାଦେଶ ପଠାଯିବ ତାହା ସରକାରଙ୍କ ଦାୟିତ୍ୱ। ଭାରତର ସୁରକ୍ଷା ପାଇଁ ବେଆଇନ ଭାବେ ରହୁଥିବା ସମସ୍ତ ମୁସଲମାନଙ୍କୁ ସେମାନଙ୍କ ଦେଶକୁ ପଠାଯିବା ଦରକାର। ଯଦି ସେମାନେ ଯିବାକୁ ରାଜି ନାହାନ୍ତି, ତେବେ ବନ୍ଧୁକ ମୁନରେ ସେମାନଙ୍କୁ ପଠାଇବା ଦରକାର।”

ବିଜେପି ବିଧାୟକ ଟି ରାଜା ସିଂ ଲୋଧ ନିଜ ବିବାଦୀୟ ମନ୍ତବ୍ୟ ପାଇଁ ଜଣାଶୁଣା। ନିକଟରେ ସେ କହିଥିଲେ ଯେ ଯେଉଁ ଦଳଗୁଡ଼ିକ ଇଫ୍‌ତାର୍ ପାର୍ଟିର ଆୟୋଜନ କରୁଛନ୍ତି ସେମାନେ ଭୋଟ୍ ପାଇଁ ଭିକାରୀ ହୋଇଯାଇଛନ୍ତି।



from OdishaReporter https://ift.tt/2M9D9iy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages