ପୁରୀରେ ଅଭିନେତ୍ରୀ ମାହିକା ଶର୍ମାଙ୍କୁ ଦୁର୍ବ୍ୟବହାର ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 19, 2018

ପୁରୀରେ ଅଭିନେତ୍ରୀ ମାହିକା ଶର୍ମାଙ୍କୁ ଦୁର୍ବ୍ୟବହାର ଅଭିଯୋଗ

MahikaSharma

ପୁରୀ (ମଧୁସୂଦନ ମିଶ୍ର): ଘୋଷଯାତ୍ରା ଦିନ ପୁରୀରେ ଟେଲିଭିଜନ୍‌ ଅଭିନେତ୍ରୀ ମାହିକା ଶର୍ମାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ନିଜ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ କ୍ଷୋଭ ପ୍ରକାଶ କରିଛନ୍ତି ମାହିକା।

ସେ ଲେଖିଛନ୍ତି,“ସକାଳ ପ୍ରାୟ ୬ଟା ବେଳେ ମୁଁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଉଥିଲି। କିଛି ଯୁବକ ମୋତେ ଘେରି କମେଣ୍ଟ୍‌ ମାରିବା ସହିତ ଧକ୍କା ମାରିଥିଲେ। ଏପରିକି ଚାପୁଡ଼ା ମାରିବା ପାଇଁ ଉଦ୍ୟମ କରିଥିଲେ। ଏହାପରେ ମୁଁ ଆଉ ମହାପ୍ରଭୁଙ୍କୁ ଦର୍ଶନ ନକରି ହୋଟେଲ୍‌କୁ ଫେରି ଆସିଥିଲି।”

ତେବେ ଏହି ଘଟଣା ସଂପର୍କରେ ସେ ପୁଲିସ୍‌ରେ ଅଭିଯୋଗ କରିନାହାନ୍ତି। ତାଙ୍କ ସହ ଯାହା ହୋଇଛି ତାର ଉଚିତ୍ ନ୍ୟାୟ ପ୍ରଭୁ ଜଗନ୍ନାଥ ଦେବେ ବୋଲି ମାହିକା ତାଙ୍କ ପୋଷ୍ଟ୍‌ରେ ଲେଖିଛନ୍ତି।

ଏ ଘଟଣା ସମ୍ପର୍କରେ ପୁରୀ ଏସ୍‌ପି କହିଛନ୍ତି,“ଇନ୍‌ଷ୍ଟାଗ୍ରାମ୍‌ ଜରିଆରେ ମାହିକାଙ୍କୁ ତଥ୍ୟ ମଗାଯାଇଛି। ଘଟଣା ସମ୍ପର୍କରେ ତଥ୍ୟ ମିଳିଲେ ଏହାର ତଦନ୍ତ କରାଯିବ।”



from OdishaReporter https://ift.tt/2zYm3CG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages