ସୁପ୍ରିମକୋର୍ଟଙ୍କ ଛାଟ ପରେ ଲୋକାୟୁକ୍ତ ଗଠନ ପାଇଁ ତନାଘନା, କାଲି ଦାଖଲ ହେବ ସତ୍ୟପାଠ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 9, 2018

ସୁପ୍ରିମକୋର୍ଟଙ୍କ ଛାଟ ପରେ ଲୋକାୟୁକ୍ତ ଗଠନ ପାଇଁ ତନାଘନା, କାଲି ଦାଖଲ ହେବ ସତ୍ୟପାଠ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକାୟୁକ୍ତ ବିଲ୍‌ ପାରିତ ହେବା ପରେ ବିତିଗଲାଣି ୪ ବର୍ଷ  ୫ ମାସ। ଏହା ପରେ ମଧ୍ୟ ଚେଇଁ ଶୋଇଥିଲେ ରାଜ୍ୟ ସରକାର। ସୁପ୍ରିମ୍‌କୋର୍ଟଙ୍କ  ଛାଟ ପରେ ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତି ନେଇ ଆରମ୍ଭ ହୋଇଛି ବିଧିବଦ୍ଧ ପ୍ରକ୍ରିୟା। ଏଥିପାଇଁ ଏକ ସର୍ଚ୍ଚ କମିଟି ଗଠନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ସାଧାରଣ ପ୍ରଶାସନ ବିଭାଗ। ଆସନ୍ତାକାଲି ସରକାର ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ କରିବେ।

୨୦୧୪ ଜାନୁଆରୀ ୫ ତାରିଖରେ ରାଜ୍ୟ କ୍ୟାବିନେଟରେ ଲୋକାୟୁକ୍ତରେ ମୋହର ଲାଗିଥିଲା। ଆଉ ଏହାର ଗୋଟିଏ ମାସ ଆଠ ଦିନ ପରେ ବିଧାନସଭାରେ ପାରିତ ହେଲା ବିଲ୍‌। ସେତେବେଳେ ଏଭଳି ବିଲ୍ ପାରିତ କରିବାରେ ଦେଶରେ ଓଡ଼ିଶା ଥିଲା ଆଗୁଆ। ବିଡ଼ମ୍ବନାର ବିଷୟ, ବିଲ୍‌ ଆଇନରେ ପରିଣତ ହେଲା ନାହିଁ। ଏପରିକି ଲୋକାୟୁକ୍ତ ନିଯୁକ୍ତ ହେଲେନି। ୪ ବର୍ଷ ୫ ମାସ ପରେ ସୁପ୍ରିମ୍‌କୋର୍ଟଙ୍କ ଛାଟ ଲାଗିବାରୁ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ଲୋକାୟୁକ୍ତ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଚୟନ କମଟି ଗଠନ ହେବ। ଏଥିରେ ବିଧାନସଭାର ବାଚସ୍ପତି, ବିରୋଧୀ ଦଳ ନେତା ବି ରହିବେ। ଏହି ତିନିଜଣ ମିଶି ଚତୁର୍ଥ ସଦସ୍ୟଙ୍କ ନାଁ ସୁପାରିଶ କରିବା ପରେ ରାଜ୍ୟପାଳ ତାଙ୍କୁ ନିଯୁକ୍ତି ଦେବେ। ପୁଣି ଚୟନ କମିଟି ଏକ ପାଞ୍ଚଜଣିଆ ସର୍ଚ୍ଚ କମିଟି ବାଛିବେ। ଏହି ସର୍ଚ୍ଚ କମିଟି ଲୋକାୟୁକ୍ତ ଓ ସଦସ୍ୟଙ୍କୁ ବାଛି ଚୟନ କମିଟିର ବିଚାର ପାଇଁ ସୁପାରିଶ କରିବେ। ସରକାର ଆରମ୍ଭ କରିଥିବା ଏହି ସମସ୍ତ ପ୍ରକ୍ରିୟା ନେଇ ଆସନ୍ତାକାଲି ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ  କରିବେ ରାଜ୍ୟ ସରକାର।

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, “ଲୋକାୟୁକ୍ତକୁ ନେଇ ରାଜ୍ୟ ସରକାର ବିଧିବଦ୍ଧ ଭାବେ ନୋଟିଫିକେସନ୍‌ ଜାରି କରିଛନ୍ତି। ସେହି ନିୟମ ଅନୁସାରେ ସର୍ଚ୍ଚ କମିଟି ଗଠନ କରାଯିବ। ଏନେଇ ସତ୍ୟପାଠ ଦାଖଲ କରାଯିବ।”

ଲୋକାୟୁକ୍ତ ଗଠନ ପାଇଁ ସୁପ୍ରିମ୍‌କୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠକୁ ନେଇ ଗତ ବିଧାନସଭାରେ ତମ୍ବିତୋଫାନ କରିଥିଲେ ବିରୋଧୀ। ଲୋକାୟୁକ୍ତ ଆଇନ୍‌ କାର୍ଯ୍ୟକାରୀ ନକରି ସରକାର ଭୁଲ ସତ୍ୟପାଠ କରିଥିବା ଅଭିଯୋଗ ଆଣିଥିଲେ ଉଭୟ କଂଗ୍ରେସ ଓ ବିଜେପି। ଆଜି ବି ସରକାରଙ୍କ ପ୍ରସ୍ତୁତି ଓ ମାନସିକତାକୁ ନେଇ ଉଭୟ ଦଳ ପ୍ରଶ୍ନ ଉଠାଇଛନ୍ତି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି,“ମନ ପସନ୍ଦର ବ୍ୟକ୍ତି ମିଳୁନଥିବାରୁ ଲୋକାୟୁକ୍ତ ଗଠନ ହୋଇପାରୁ ନାହିଁ। ଅନ୍ୟପକ୍ଷରେ ସରକାର ଏକଚାଟିଆ ଭାବେ କାମ କରିଚାଲିଛନ୍ତି। ସେମାନେ କୌଣସି ନ୍ୟାୟଯୁକ୍ତ ଯୁକ୍ତିକୁ ଗ୍ରହଣ କରିନାହାନ୍ତି।”

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,“ଲୋକାୟୁକ୍ତି ନିଯୁକ୍ତି କରିବାରେ ରାଜ୍ୟ ସରକାର କାଳକ୍ଷେପଣ ନୀତି ଅବଲମ୍ୱନ କରୁଛନ୍ତି। ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ଘଟଣାକୁ ଗଡ଼ାଇ ଚାଲିଛନ୍ତି।”

ଏପ୍ରିଲ ୯ ତାରିଖରେ ମୁଖ୍ୟଶାସନ ସଚିବ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। ଏଥିରେ ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ କରିବାକୁ ସରକାର ପଦକ୍ଷେପ ନେଉଥିବା କଥା ଦର୍ଶାଇଥିଲେ। ୨୦୧୪ରେ ପାରିତ ବିଲକୁ ୨୦୧୫ରେ ରାଷ୍ଟ୍ରପତି ଅନୁମୋଦନ ଦେଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିପାରି ନାହାନ୍ତି ରାଜ୍ୟ ସରକାର।



from OdishaReporter https://ift.tt/2znucQr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages