ବୁଢ଼ୀମା’ପାଖରେ ଶୋଇଥିବା ବେଳେ କବାଟ ଭାଙ୍ଗି ଦୁଷ୍କର୍ମ ଉଦ୍ୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 9, 2018

ବୁଢ଼ୀମା’ପାଖରେ ଶୋଇଥିବା ବେଳେ କବାଟ ଭାଙ୍ଗି ଦୁଷ୍କର୍ମ ଉଦ୍ୟମ

ସୋର(ଓଡ଼ିଶା ରିପୋର୍ଟର): ଘର କବାଟ ଭାଙ୍ଗି ଜଣେ ନାବାଳିକାକୁ  ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ।

ସୂଚନା ଅନୁସାରେ, ଗତ ୮ ତାରିଖ ରାତିରେ ସୋର ଅଞ୍ଚଳରେ ଜଣେ ୧୩ ବର୍ଷର ନାବାଳିକା ତାଙ୍କ ଘରେ ବୁଢିମା’ ପାଖରେ ଶୋଇଥିଲେ। ରାତି ଗୋଟାଏ ବେଳେ ସେହି ଗାଁର ସୁବାସ ଦାସ ନାମକ ଜଣେ ଯୁବକ ନାବାଳିକା ଶୋଇଥିବା ଘର କବାଟ ଭାଙ୍ଗି ପଶିଥିଲେ। ଏମିତିକି ନାବାଳିକାର ପାଟିରେ କପଡା ବାନ୍ଧି ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏହି ସମୟରେ ଅନ୍ୟ ଘରେ ଶୋଇଥିବା ନାବାଳିକାର ବାପା ମାଆ ଉଠି ଆସିବାରୁ ଯୁବକ ଜଣକ ସେଠାରୁ  ଦୌଡ଼ି ପଳାଇଥିଲା। ତେବେ ଯୁବକ ଜଣକ ଗଲା ବେଳେ ନାବାଳିକା ଓ ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ଏନେଇ ନାବାଳିକାର ମାଆ ସୋର ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା ରୁଜୁ କରି ନାବାଳିକାକୁ ଡାକ୍ତରୀ ମାଇନା ପାଇଁ ପଠାଇଛି। ଏହି ଘଟଣାରେ ଅଭିଯୁକ୍ତ ଯୁବକକୁ ପୋଲିସ ଗିରଫ କରିଛି।



from OdishaReporter https://ift.tt/2L6RMSX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages