
ନୂଆଦିଲ୍ଲୀ: ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଶେଷ ଦିନିକିଆ ଖେଳାଯିବ। ଉଭୟ ଦଳ ପାଇଁ ଏହି ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ। ପୂର୍ବରୁ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସାରିଛନ୍ତି। ତେଣୁ ଏହି ମ୍ୟାଚ୍ ଜିତି ସିରିଜ୍ ହାତେଇବାକୁ ଉଭୟ ଦଳ ଚେଷ୍ଟା କରିବେ।
ଟି-ଟ୍ୱଣ୍ଟି ସିରିଜ୍ରେ ଭାରତ ଶେଷ ମ୍ୟାଚ୍ରେ ଜିତିଥିବାରୁ ଦିନିକିଆରେ ବି ଏହାର ପୁନରାବୃତ୍ତି କରିବ ବୋଲି ଆଶା କରାଯାଉଛି।
ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆର ମଧ୍ୟମକ୍ରମ ଖରାପ ପ୍ରଦର୍ଶନ କରିଥିବାରୁ ଆଜିର ମ୍ୟାଚ୍ରେ ସାମାନ୍ୟ ପରିବର୍ତ୍ତନ କରାଯିବା ଆଶା କରାଯାଉଛି। ଓ୍ୱିକେଟ୍ କିପର ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ସ୍ଥାନରେ ଦିନେଶ କାର୍ତ୍ତିକ ପଡ଼ିଆକୁ ଓହ୍ଲାଇ ପାରନ୍ତି। ସେହିପରି ଶ୍ରେୟାସ ଆୟାର ମଧ୍ୟ ଦଳରେ ସ୍ଥାନ ପାଇପାରନ୍ତି। ଇଂଲଣ୍ଡ ଦଳରେ ପରିବର୍ତ୍ତନ ଆଶା କମ୍ ରହିଛି।
from OdishaReporter https://ift.tt/2usugcM
No comments:
Post a Comment