
କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ଗ୍ୟାଙ୍ଗଷ୍ଟର ଟିଟୋ କେମିତି ପେଟ୍ରୋଲ୍ ପମ୍ପ୍ ବସାଇବାକୁ ଲାଇସେନ୍ସ୍ ପାଇଲା? ସିବିଆଇ ଏନେଇ ତଦନ୍ତ କରିବ। ଅପରାଧ ପୃଷ୍ଠଭୂମି ଥିବା ଜଣେ ବ୍ୟକ୍ତି କେମିତି ପେଟ୍ରୋଲ୍ ପମ୍ପ୍ ପାଇଲା ବୋଲି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଆଇଓସିଏଲ୍କୁ ରିପୋର୍ଟ ମାଗିଥିଲା। ନିୟମ ଉଲ୍ଲଙ୍ଘନ କରି ଟିଟୋକୁ ପେଟ୍ରୋଲ୍ ପମ୍ପ୍ ଦିଆଯାଇଥିବା ଆଇଓସିଏଲ୍ ନିଜସ୍ୱ ତଦନ୍ତରୁ ଜାଣିବାକୁ ପାଇଥିଲା।
ମାମଲାର ଗୁରୁତ୍ୱ ଦୃଷ୍ଟିରୁ ସିବିଆଇକୁ ତଦନ୍ତ ଦାୟିତ୍ୱ ଦେବା ଲାଗି ପେଟ୍ରୋଲିୟମ୍ ମନ୍ତ୍ରାଳୟ ଆଇଓସିଏଲ୍କୁ ପରାମର୍ଶ ଦେଇଥିଲା। ଏହା ପରେ ଆଇଓସିଏଲ୍ ଏହି ଅନିୟମିତତା ନେଇ ସିବିଆଇ ତଦନ୍ତ ସୁପାରିଶ କରିବା ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଲାଗି ଅନୁରୋଧ କରିଛି। ଟିଟୋ ନାଁରେ କେନ୍ଦ୍ରାପଡ଼ା ବଡ଼ହାଟରେ ଏକ ପେଟ୍ରୋଲ୍ ପମ୍ପ୍ ରହିଥିବା ବେଳେ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟରେ ଥିବା କୋକୋ ପେଟ୍ରୋଲ୍ ଟାଙ୍କିର ଆଡ୍ହକ୍ ଡିଲର୍ସିପ୍ ବି ତା ନାଁରେ ରହିଛି।
ସୂଚନାଯୋଗ୍ୟ, ଜୁଲାଇ ୧ରେ ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ୍ ଉସ୍ମାନ ଅଲିକୁ ଗିରଫ କରାଯାଇଥିଲା। ଗତକାଲି ଟିଟୋର ୪ ଜଣ ସହଯୋଗୀଙ୍କୁ କ୍ରାଇମ୍ବ୍ରାଞ୍ଚ୍ ଗିରଫ କରିଛି।
from OdishaReporter https://ift.tt/2mrL8Mw
No comments:
Post a Comment