ମା’ଙ୍କ ରହସ୍ୟମୟ ରଥର ନାମକରଣ ଏମିତି କାହିଁକି, ପଢ଼ନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 15, 2018

ମା’ଙ୍କ ରହସ୍ୟମୟ ରଥର ନାମକରଣ ଏମିତି କାହିଁକି, ପଢ଼ନ୍ତୁ

devadalan

ଭୁବନେଶ୍ୱର(ଓଡିଶା ରିପୋର୍ଟର): ମା’ ସୁଭଦ୍ରାଙ୍କ ରଥ ହେଉଛି ଦର୍ପଦଳନ ବା ଦେବଦଳନ। ଦେବୀ ଦୁର୍ଗା ହେଉଛନ୍ତି ଗର୍ବ ଓ ଅହଂକାର ବିନାଶକାରୀ। ମା’ଙ୍କୁ ଉପାସନା କଲେ ଦୁଷ୍ଟ ଶକ୍ତିର ବିନାଶ ହୋଇଥାଏ। ଦେବୀ ସୁଭଦ୍ରା ହେଉଛନ୍ତି ଶକ୍ତିରୂପିଣୀ ଦେବୀ ଭୁବନେଶ୍ୱରୀ। ଯାହାଙ୍କୁ ଆଧାର କରି ଅଣସର ସମୟରେ ମଝିବାଡ଼ରେ ଦେବୀ ଭୁବନେଶ୍ୱରୀଙ୍କ ପଟ୍ଟି ପୂଜା ହୋଇଥାଏ। ଏଣୁ ରଥର ନାମ ଦର୍ପଦଳନ। ଦ୍ୱିତୀୟ ଅର୍ଥଟି ରାମାୟଣ ଯୁଗ ସହ ସମ୍ପର୍କିତ। ଦେବତାମାନଙ୍କୁ ପରାସ୍ତ କରିବା ଲାଗି ରାବଣଙ୍କ ପୁତ୍ର ମେଘନାଦ ଦେବୀ ଦୁର୍ଗାଙ୍କୁ ନିକୁମ୍ଭିଲା ଗଡ଼ରେ ଉପାସନା କରିଥିଲେ। ମା’ ତାଙ୍କୁ ଯୁଦ୍ଧରେ ବିଜୟୀ ହେବା ପାଇଁ ନିଜ ରଥ ପ୍ରଦାନ କରିଥିଲେ। ଦେବୀଙ୍କ ଦୟାରୁ ମେଘନାଦ ଇନ୍ଦ୍ରଙ୍କ ଉପରେ ବିଜୟ ଲାଭ କରି ଇନ୍ଦ୍ରଜିତ ହୋଇଥିଲେ। ଦେବୀ ଦୁର୍ଗାଙ୍କ ରଥରେ ମେଘନାଦ ଦେବାତାଙ୍କୁ ପରାସ୍ତ କରିଥିବା ବା ଦଳନ କରିଥିବାରୁ ଏହାର ନାମ ଦେବଦଳନ ହୋଇଥିବା କେତେକ ପୁରାଣକାର କୁହନ୍ତି।

ରଥ ବିବରଣୀ-

ଏହି ରଥର ଉଚ୍ଚତା ୩୧ ହାତ । କାଠ ସଂଖ୍ୟା- ୫୯୩, ଚକ ସଂଖ୍ୟା-୧୨। ରଥାବରଣ କୃଷ୍ଣ-ଲୋହିତ। ରଥ ରକ୍ଷକ ଜୟଦୁର୍ଗା, ଧ୍ୱଜାଧିପତି ହେଉଛନ୍ତି ତ୍ରୀପୁରସୁନ୍ଦରୀ। ରଥର ୪ କସରା ରାଙ୍ଗର ଅଶ୍ୱ ବା ଘୋଡ଼ା ହେଉଛନ୍ତି ରୋଚିକା, ମୋଚିକା, ଜିତା ଓ ଅପରାଜିତା। ସାରଥୀ ହେଉଛନ୍ତି ଅର୍ଜୁନ।  ରଥ ଦଉଡ଼ି ସ୍ୱର୍ଣ୍ଣଚୁଡ଼ ନାଗ, ରଥ ପତାକାର ନାଁ ହେଉଛି ନାଦାମ୍ବିକା।



from OdishaReporter https://ift.tt/2NfgzVJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages