
ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ଆଜି ହୀରାକୁଦ ଜଳଭଣ୍ଡାରରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯିବ। ସକାଳ ୧୧ଟା ପରେ ଜଳ ନିଷ୍କାସନ କରାଯିବା ନେଇ ହୀରାକୁଦ ଜଳଭଣ୍ଡାରର ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୧୭.୬ ଫୁଟ୍ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୦ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୧୧ ହଜାର ୮୪୬ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ସ୍ଥିତିକୁ ଦେଖି କେତୋଟି ଗେଟ୍ ଖୋଲାଯିବ, ତାହା ସ୍ଥିର କରାଯିବ।”
ବନ୍ୟାଜଳ ଛଡ଼ା ଯାଉଥିବାରୁ ନଦୀକୁ ନ ଯିବା ପାଇଁ ଲୋକଙ୍କୁ ସତର୍କ କରାଯାଇଛି। ଏ ସଂପର୍କରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ଅବଗତ କରାଯାଇଛି।
ହୀରାକୁଦର ବନ୍ୟାଜଳ ମୁଣ୍ଡଳିରେ ପହଞ୍ଚିବାକୁ ପ୍ରାୟ ୪୦ ଘଣ୍ଟା ଲାଗିବ ବୋଲି ରଥ କହିଛନ୍ତି।
from OdishaReporter https://ift.tt/2mCgSyv
No comments:
Post a Comment