ନିଦାଙ୍କ ବିରୋଧରେ ଫତୁଆ: ହୁକା-ପାଣି ବନ୍ଦ, କବରସ୍ଥାନ୍‌ରେ ମିଳିବନି ଦୁଇହାତ ଜମି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 16, 2018

ନିଦାଙ୍କ ବିରୋଧରେ ଫତୁଆ: ହୁକା-ପାଣି ବନ୍ଦ, କବରସ୍ଥାନ୍‌ରେ ମିଳିବନି ଦୁଇହାତ ଜମି

niad-khan

ବରେଲି: ତିନ୍‌ ତଲାକ୍‌, ବହୁବିବହା ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ବରେଲିର ଆଲା ହଜରତ ବଂଶର ପୂର୍ବତନ ବୋହୂ ନିଦା ଖାନ୍‌ଙ୍କ ବିରୋଧରେ ଫତୁଆ ଜାରି କରାଯାଇଛି। ନିଦାଙ୍କ ବିରୋଧରେ ଇସଲାମିକ୍‌ ଆଇନ୍‌କୁ ବିରୋଧ କରିବା ଅଭିଯୋଗ କରାଯିବା ସହ ତାଙ୍କୁ ମୁସଲିମ୍‌ ସମାଜରୁ ବହିଷ୍କୃତ କରାଯାଇଛି। ଏପରିକି ତାଙ୍କୁ କବରସ୍ଥାନ୍‌ରେ ଦୁଇହାତ ଜମି ଦିଆଯିବ ନାହିଁ ବୋଲି କୁହାଯାଇଛି।

ସୋମବାର ବରେଲି ସହରର ଇମାମ୍‌ ମୁଫତି ଖୁର୍ଶୀଦ ଆଲମ୍‌ ଆଲା ହଜରତ୍‌ ଦର୍‌ଗାହରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି- “ଦର୍‌ଗାହର ହାରୁଲ୍‌ ଇଫ୍‌ତା ବିଭାଗ ନିଦାଙ୍କ ବିରୋଧରେ ଫତୁଆ ଜାରି କରିଛନ୍ତି। ମୁଫିତ୍‌ ଅଫ୍‌ଜାଲ ରଜବୀଙ୍କ ଦସ୍ତଖତ ଥିବା ଏହି ଫତୁଆରେ କୁହାଯାଇଛି ଯେ ନିଦା ଇସ୍‌ଲାମିକ ଆଇନ୍‌ର ବିରୋଧ କରୁଛନ୍ତି। ତେଣୁ ତାଙ୍କ ହୁକା-ପାଣି ବନ୍ଦ କରାଯାଇଛି। ନିଦାଙ୍କୁ ସହାୟତା କଲେ କି ତାଙ୍କୁ ସାକ୍ଷାତ କଲେ ସମ୍ପୃକ୍ତ ମୁସଲିମ୍‌ଙ୍କୁ ମଧ୍ୟ ଇସଲାମ୍‌ରୁ ବାହାର କରିଦିଆଯିବ।”

ସେ କହିଛନ୍ତି- “ନିଦା ଯଦି ବେମାର ପଡ଼ନ୍ତି ତାଙ୍କୁ ଔଷଧ ଦିଆଯିବ ନାହିଁ। ତାଙ୍କ ମୃତ୍ୟୁରେ ନମାଜ ପଢ଼ାଯିବ ନାହିଁ। ଏପରିକି କବର୍‌ ଦିଆଯିବାକୁ କବର୍‌ସ୍ଥାନରେ ତାଙ୍କୁ ଦୁଇହାତ ଜମି ଦିଆଯିବ ନାହିଁ।”

ନିଦା କହିଲେ ଫତୁଆ ଜରି କରିଥିବା ଲୋକେ ପାକିସ୍ତାନ ଚାଲିଯା

ଫତୁଆ ଜରି ପରେ ନିଦା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି- “ଫତୁଆ ଜାରି କରିଥିବା ଲୋକେ ପାକିସ୍ତାନ ଚାଲିଯାଅ। ହିନ୍ଦୁସ୍ତାନ୍‌ ଏକ ଲୋକତନ୍ତ୍ରର ଦେଶ। ଏଠାରେ ଦୁଇଟି ଆଇନ୍‌ ଚଳିବ ନାହିଁ। କୌଣସି ମୁସଲିମ୍‌ଙ୍କୁ ଇସଲାମ୍‌ରୁ ବାହାର କରିବାର କ୍ଷମତା କାହାର ନାହିଁ। କେବଳ ଆଲ୍ଲା ହିଁ କିଏ ଅଭିଯୁକ୍ତ ଓ କିଏ ନିର୍ଦ୍ଦୋଶ ନିଶ୍ଚୟ କରିପାରିବେ।”

ସୂଚନାଯୋଗ୍ୟ ଯେ ନିଦାଙ୍କ ବିବାହ ୨୦୧୫ ଜୁଲାଇ ୧୬ ତାରିଖରେ ଆଲା ହଜରତ ବଂଶର ଉସ୍ତାନ୍‌ ରାଜ ଖାଁଙ୍କ ପୁଅ ଶୀରାନ୍‌ ରାଜ ଖାଁଙ୍କ ସହ ହୋଇଥିଲା। ୨୦୧୬ ଫେବୃଆରୀରେ ତାଙ୍କଲ ତଲାକ୍‌ ହୋଇଯାଇଥିଲା। ଏହାପରେ ନିଦା କୋର୍ଟର ଆଶ୍ରୟ ନେଇଥିଲେ। ସେବେଠାରୁ ସେ ତଲାକ୍‌ ପାଇଥିବା ଅନ୍ୟ ମହିଳାଙ୍କୁ ନ୍ୟାୟ ଦେବାକୁ ଆନ୍ଦୋଳନ ଚଳାଇଛନ୍ତି। ସେ ତିନ୍‌ ତଲାକ୍‌, ହଲାଲା ଓ ବହୁବିବାହ ପରି ପ୍ରଥା ବିରୋଧରେ ଅଭିଯାନ ଚଳାଇଛନ୍ତି।



from OdishaReporter https://ift.tt/2NjBE1k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages