ଚୀନ୍‌ରେ ଭାରତୀୟ ଦୂତାବାସ ସମ୍ମୁଖରେ ବିସ୍ଫୋରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 26, 2018

ଚୀନ୍‌ରେ ଭାରତୀୟ ଦୂତାବାସ ସମ୍ମୁଖରେ ବିସ୍ଫୋରଣ

india

ନୂଆଦିଲ୍ଲୀ: ଚୀନ୍‌ର ରାଜଧାନୀ ବେଜିଂ ସ୍ଥିତ ଭାରତୀୟ ଦୂତାବାସ ବାହାରେ ଆଜି ଏକ ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଖବର ପାଇବା ପରେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ପୂରା ଅଞ୍ଚଳକୁ ସିଲ୍‌ କରିବା ସହ ତଦନ୍ତ ଆରମ୍ଭ କରିଛି। ବିସ୍ଫୋରଣରେ ଭାରତୀୟ ଦୂତାବାସର କୌଣସି କ୍ଷୟକ୍ଷତି ହୋଇନାହିଁ। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କେହି ମୃତାହତ ହୋଇଥିବାର ସୂଚନା ମିଳିନାହିଁ।

ସୂଚନାଯୋଗ୍ୟ, ଭାରତୀୟ ଓ ଆମେରିକୀୟ ଦୂତାବାସ ପାଖାପାଖିରେ ରହିଛି। ଫଳରେ ବିସ୍ଫୋରଣକୁ ନେଇ ପ୍ରଥମେ ସଠିକ୍‌ ସୂଚନା ମିଳିପାରି ନଥିଲା। ଆମେରିକୀୟ ଦୂତାବାସ ସମ୍ମୁଖରେ ବିସ୍ଫୋରଣ ହୋଇଛି ବୋଲି କୁହାଯାଇଥିଲା।

ସୋଶାଲ୍‌ ମିଡିଆରେ କିଛି ଲୋକ ଏହି ସ୍ଫୋରଣର ଫଟୋ ଓ ଭିଡିଓ ସେୟାର କରିଛନ୍ତି। ଏମାନଙ୍କ ମଧ୍ୟରୁ କିଛି ଏହାକୁ ଆମେରିକା ଦୂତାବାସ ଦର୍ଶାଇଥିବା ବେଳେ ଆଉ କିଛି ଭାରତୀୟ ଦୂତାବାସ ବୋଲି ଉଲ୍ଲେଖ କରିଛନ୍ତି।



from OdishaReporter https://ift.tt/2LCf4Us

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages