
ମୁମ୍ବାଇ: ଦମ୍ଦାର ଡାଇଲଗ୍ ଏବଂ ନିଆରା ଅଭିନୟ ପାଇଁ ବଲିଉଡ୍ରେ ବେଶ୍ ଜଣାଶୁଣା ହେଉଛନ୍ତି ନାନା ପାଟେକର୍। ସେ କଥା କହିଲେ ପ୍ରେକ୍ଷାଳୟରେ କମ୍ପନ ସୃଷ୍ଟି ହୁଏ। ନିଜ ଚମତ୍କାର ଅଭିନୟ ଯାଦୁରେ ଦର୍ଶକଙ୍କୁ ବାନ୍ଧି ପାରୁଥିବା ନାନା ପାଟେକର୍ ଅନ୍ୟ ଅଭିନେତାଙ୍କ ଠାରୁ ଭିନ୍ନ। ଫିଲ୍ମେର କୌଣସି ସଟ୍ ପାଇଁ ଯେ କୌଣସି ଅଭିନେତାଙ୍କୁ କେତେ ଥରେ ଟେକ୍-ରିଟେକ୍ ନେବାକୁ ପଡ଼େ ତା’ର ହିସାବ ନଥାଏ। ହେଲେ ବିନା ଅଭ୍ୟାସ ଏବଂ ବିନା ରିହଲ୍ସେଲ୍ରେ ସଂଳାପ କହିବାର ଦକ୍ଷତା ରଖୁଥିବା ଅଭିନେତା ହେଉଛନ୍ତି ନାନା ପାଟେକର୍।
ଆପଣ ଜାଣିଛନ୍ତି କି ୨୪ ବର୍ଷ ପୂର୍ବରୁ ସେ ବିନା ପ୍ରସ୍ତୁତିରେ ଚମତ୍କାର ଡାଇଲଗ୍ କହି ସମସ୍ତଙ୍କୁ ଚକିତ କରିଦେଇଥିଲେ। ଆଉ ସେଇଟା ଥିଲା ‘କ୍ରାନ୍ତିବୀର୍’ ଚଳଚ୍ଚିତ୍ରର ସଂଳାପ ‘ଆ ଗଏ ମେରେ ମୌତ୍ କା ତମାସା ଦେଖ୍ନେ…’। ୧୯୯୪ ମସିହା ଜୁଲାଇ ୨୨ ତାରିଖରେ ରିଲିଜ୍ ହୋଇଥିଲା ତାଙ୍କର ସୁପରହିଟ୍ ଫିଲ୍ମ ‘କ୍ରାନ୍ତିବୀର୍’। ଫିଲ୍ମରେ ତାଙ୍କ ଅଭିନୟ ଯେମିତି ଜବରଦସ୍ତ ଥିଲା ଡାଇଲଗ୍ ବି ସେମିତି ପାୱାର ପ୍ୟାକ୍ ଥିଲା। ସେହି ଫିଲ୍ମରେ ନାନା ପାଟେକର୍ଙ୍କୁ ତାଙ୍କ ଅଭିନୟ ପାଇଁ ଅନ୍ତର୍ଜାତୀୟ ପୁରସ୍କାର ମିଳିଥିଲା।
ସବୁଠୁ ବଡ଼ କଥା ହେଉଛି ଫିଲ୍ମର କ୍ଲାଇମ୍ୟାକ୍ସ ପାର୍ଟର ପ୍ରସିଦ୍ଧ ଡାଇଲଗ୍ ସେ ବିନା କୌଣସି ପ୍ରସ୍ତୁତିରେ କହିଥିଲେ। ଏହି ସିନ୍କୁ ସୁଟ୍ କରିବା ପୂର୍ବରୁ ତାଙ୍କ ଦେହ ଖରାପ ହୋଇଯାଇଥିଲା। ସେ ହସ୍ପିଟାଲ୍ରେ ଥିଲେ। ହସ୍ପଟାଲ୍ରୁ ସୁଟିଂ ସେଟ୍କୁ ଯିବା ପୂର୍ବରୁ ଫିଲ୍ମର ନିର୍ଦ୍ଦେଶକ ମେହୁଲ୍ କୁମାର ଶିବାଜୀ ମଇଦାନ୍ରେ ୩୦୦୦ ଲୋକଙ୍କୁ ସୁଟିଂ ପାଇଁ ଡାକି ସାରିଥିଲେ। ମେହୁଲ୍ ନାନାଙ୍କୁ ନେବା ପାଇଁ ହସ୍ପଟାଲ୍ ପହଞ୍ଚିଥିଲେ। କିନ୍ତୁ ନାନା ସୁଟିଂ ପାଇଁ ଆଦୌ ପ୍ରସ୍ତୁତ ନଥିଲେ କି କ’ଣ ସିନ୍ ରହିବ ସେ ବଷୟରେ କୌଣସି ସ୍ଥିର ହୋଇ ନ ଥିଲା। ତା’ପରେ ସୁଟିଂ ସେଟ୍କୁ ଫେରି ବିନା କୌଣସି ପ୍ରସ୍ତୁତିରେ ନାନା ଡାଇଲଗ୍ କହିଥିଲେ। ତାହା ସୁପର ଡୁପରହିଟ୍ ମଧ୍ୟ ହୋଇଥିଲା।
‘କ୍ରାନ୍ତିବୀର’ ସହ ଜଡ଼ିତ ଆହୁରି କିଛି ଘଟଣା: ଫିଲ୍ମରେ ‘କଲମ୍ ବାଲୀ ବାଈ’ ଜର୍ଣ୍ଣାଲିଷ୍ଟ ମେଘା ଦିକ୍ଷୀତ୍ଙ୍କ ରୋଲ ପ୍ରଥମେ ଶ୍ରୀଦେବୀଙ୍କୁ ଅଫର୍ ଦିଆଯାଇଥିଲା। କିନ୍ତୁ ଶ୍ରୀଦେବୀ ଅରାଜି ହେବା ପରେ ଏହା ଡିମ୍ପଲ କପାଡ଼ିଆଙ୍କୁ ମିଳିଥିଲା। ସେହିଭଳି ମମତା କୁଲକର୍ଣ୍ଣୀଙ୍କ ରୋଲ୍ ପ୍ରଥମେ କାଜୋଲଙ୍କୁ ଅଫର୍ କରାଯାଇଥିଲା।
-ପ୍ରଥମେ ‘କ୍ରାନ୍ତିବୀର୍’ର ଟାଇଟେଲ୍ ‘ମସିହା’ ରଖା ଯାଇଥିଲା। କିନ୍ତୁ ଏହି ଟାଇଟଲ୍ କପିରାଇଟ୍ ହେବାରୁ ପରେ ବଦଳାଯାଇ ‘କ୍ରାନ୍ତିବୀର୍’ ରଖା ଯାଇଥିଲା।
-‘କ୍ରାନ୍ତିବୀର’ ଦର୍ଶକଙ୍କୁ ଏତେ ପସନ୍ଦ ଆସିଥିଲା ଯେ, ଫିଲ୍ମଟି ଅନ୍ୟ ସବୁ ଭାଷାରେ ରିଲିଜ୍ ହୋଇଥିଲା। ୧୯୯୫ରେ ତେଲ୍ଗୁ, ୨୦୦୭ରେ କନ୍ନଡ଼ ଭାଷାରେ ରିଲିଜ୍ ହୋଇଥିଲା ଏହି ଫିଲ୍ମ।
-୨୦୧୦ରେ ‘କ୍ରାନ୍ତିବୀର’ର ସିକ୍ୱେଲ୍ ବି ତିଆରି ହୋଇଥିଲା। ଯାହାର ନାଁ ଥିଲା ‘କ୍ରାନ୍ତିବୀର: ଦ ରିଭଲ୍ୟୁସନ୍’।
from OdishaReporter https://ift.tt/2mJK07j

No comments:
Post a Comment