ଏହି ୭ଟି ଜିନିଷ ଦାନ କରନ୍ତୁ ନାହିଁ, ମାଡ଼ି ଆସିବ ଦୁର୍ଭାଗ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 11, 2018

ଏହି ୭ଟି ଜିନିଷ ଦାନ କରନ୍ତୁ ନାହିଁ, ମାଡ଼ି ଆସିବ ଦୁର୍ଭାଗ୍ୟ

ଅନେକ ଲୋକ ଦାନ କରିବାକୁ ଭଲ ପାଆନ୍ତି। ଦାନ କରି ସେମାନେ ସୁଖ ପାଆନ୍ତି। ଆଉ କିଛି ଲୋକ ଗ୍ରହ ଦୋଷ ଦୂର କରିବା ପାଇଁ ଦାନ କରନ୍ତି। ତେବେ ଦାନର ବି କିଛି ନୀତି ନିୟମ ରହିଛି। କେଉଁ ଜିନିଷ ଦାନ କରାଯିବା ଉଚିତ ଓ କେଉଁ ଜିନିଷ ଦାନ କରାଯିବା ଉଚିତ ନୁହେଁ, ତାହା ଶାସ୍ତ୍ରରେ ଲେଖାଯାଇଛି। ବେଳେ ବେଳେ ଆମେ ଅଜାଣତରେ ଏମିତି ଗୁଡ଼ାଏ ଜିନିଷ ଦାନ କରୁ ଯାହାକୁ ଶାସ୍ତ୍ରରେ ବର୍ଜନ କରାଯାଇଛି। ଏଗୁଡ଼ିକୁ ଦାନ କଲେ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ। ତେଣୁ ଆସନ୍ତୁ ଜାଣିବା କେଉଁ ଜିନିଷଗୁଡ଼ିକୁ ଦାନ କରିବାକୁ ଶାସ୍ତ୍ରରେ ବାରଣ କରାଯାଇଛି।

୧- ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଝାଡ଼ୁ ମା’ ଲକ୍ଷ୍ମୀଙ୍କ ପ୍ରିୟ ହୋଇଥାଏ। ତେଣୁ ଝାଡ଼ୁକୁ କେବେ ହେଲେ ଦାନ କରିବା ଉଚିତ ନୁହେଁ। ଝାଡ଼ୁ ଦାନ କରିବା ଦ୍ୱାରା ମା’ ଲକ୍ଷ୍ମୀ ରାଗି ଯାଆନ୍ତି ବୋଲି ବିଶ୍ୱାସ ରହିଛି। ଫଳରେ ବ୍ୟବସାୟରେ କ୍ଷତି ହୋଇଥାଏ। ଏହାସହ ଘରେ ଟଙ୍କା ରହି ନ ଥାଏ।

୨- ଘରେ ବ୍ୟବହାର କରୁଥିବା ବାସନକୁସନକୁ ଦାନ କରିବାକୁ ଶାସ୍ତ୍ରରେ  ମନା କରାଯାଇଛି। ଷ୍ଟିଲ୍‌ର ବାସନକୁସନ ଦାନ କରିବା ଦ୍ୱାରା ଘରର ସୁଖ ଶାନ୍ତି ନଷ୍ଟ ହୋଇଯାଇଥାଏ।

୩- ତେଲ ଦାନ କଲେ ଶନିଦେବଙ୍କ ଆଶୀର୍ବାଦ ମିଳିଥାଏ ବୋଲି କୁହାଯାଏ। ହେଲେ ଖରାପ କିମ୍ୱା ବ୍ୟବହାର କରାଯାଇଥିବା ତେଲ  ଦାନ କରିବା ଉଚିତ ନୁହେଁ। ଏହାଦ୍ୱାରା ଶନି କୋପ କରିଥାନ୍ତି ବୋଲି କୁହାଯାଏ।

୪- ଯେକୌଣସି ବ୍ୟକ୍ତିଙ୍କୁ ଖାଦ୍ୟ ଖୁଆଇବା ଦ୍ୱାରା ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ହେଲେ ବାସି ଖାଦ୍ୟ କାହାକୁ ଦିଅନ୍ତୁ ନାହିଁ। ଏହା ଅଶୁଭ ବୋଲି ଗ୍ରହଣ କରାଯାଇଥାଏ। ଏହାଦ୍ୱାରା ଘରେ ବାଦ-ବିବାଦ ଦେଖା ଦେଇଥାଏ।

୫-ଆଜିକାଲି ପ୍ରାୟତଃ ସମସ୍ତଙ୍କ ଘରେ ବିଭିନ୍ନ ପ୍ଲାଷ୍ଟିକ୍‌ ଉପକରଣ ବ୍ୟବହାର କରାଯାଇଥାଏ। ତେବେ କେବେ ହେଲେ ପ୍ଲାଷ୍ଟିକ୍ ଜିନିଷ ଦାନ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଘରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ।

 

୬- ପୁରୁଣା ଓ ଚିରି ଯାଇଥିବା ପୋଷାକ ଦାନ କଲେ ଅଶୁଭ ବୋଲି ଗ୍ରହଣ କରାଯାଇଥାଏ। ଏପରି କରିବା ଦ୍ୱାରା ମା’ ଲକ୍ଷ୍ମୀ କୋପ କରିବା ସହ ଘରେ ଆର୍ଥିକ ସମସ୍ୟା ଦେଖାଦେଇଥାଏ। ତେଣୁ ଚିରା ପୋଷାକ ଦାନ କରନ୍ତୁ ନାହିଁ।

୭-  କେବେ ହେଲେ କାହାକୁ କଇଁଚି ଓ ଛୁରୀ ପରି ଧାରୁଆ ଜିନିଷ ଦାନ କରନ୍ତୁ ନାହିଁ। ଏହାଦ୍ୱାରା ଘରେ ସୁଖ ଓ ଶାନ୍ତି ହ୍ରାସ ହୋଇଥାଏ। ଏହାସହ ଘର ସଦସ୍ୟଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଥାଏ।



from OdishaReporter https://ift.tt/2NaFqdf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages