ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେନି ରାହୁଲ୍: କଂଗ୍ରେସ୍‌ କହିଲା, ମମତା କିମ୍ବା ମାୟାବତୀ ହେଲେ ଚଳିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 25, 2018

ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେନି ରାହୁଲ୍: କଂଗ୍ରେସ୍‌ କହିଲା, ମମତା କିମ୍ବା ମାୟାବତୀ ହେଲେ ଚଳିବ

mayawati-mamata-rahul

ନୂଆଦିଲ୍ଲୀ: ୨୦୧୯ ନିର୍ବାଚନରେ ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ କଂଗ୍ରେସ୍‌ ଘୋଷଣା କରିବା ପରେ, ଏହାର କିଛି ସହଯୋଗୀ ଦଳଙ୍କ ସମେତ, ମହାମେଣ୍ଟ ପାଇଁ ପ୍ରୟାସ କରୁଥିବା ଦଳଗୁଡ଼ିକ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏପରି ସ୍ଥିତିରେ ମହାମେଣ୍ଟକୁ ନେଇ ସନ୍ଦେହ ଉପୁଜିଛି। କଂଗ୍ରେସ୍‌ ନିଜ ବଢ଼େଇଥିବା ପାଦ ପଛକୁ ହଟାଇ ନେଇ କହିଛି, ଆସନ୍ତା ନିର୍ବାଚନରେ ବିରୋଧୀ ଯଦି ସରକାର ଗଢ଼ିବାରେ ସକ୍ଷମ ହୁଅନ୍ତି, ତେବେ ବିଏସ୍‌ପି ନେତ୍ରୀ ମାୟାବତୀ କିମ୍ବା ତୃଣମୂଳ କଂଗ୍ରେସ୍‌ ମୁଖ୍ୟ ମମତା ବାନାର୍ଜୀଙ୍କୁ ଏହା ପ୍ରଧାନମନ୍ତ୍ରୀ ଭାବେ ଗ୍ରହଣ କରିବାକୁ ରାଜି।

କଂଗ୍ରେସ୍‌ର ଜଣେ ବରିଷ୍ଠ ନେତା କହିଛନ୍ତି- “ଦଳର ମତ ସ୍ପଷ୍ଟ ଅଛି। ଭାରତୀୟ ଜନତା ପାର୍ଟିକୁ ୨୦୧୯ ସାଧାରଣ ନିର୍ବାଚନରେ ଅଟକାଇବା ଆମର ପ୍ରମୁଖ ଲକ୍ଷ୍ୟ। ଆଞ୍ଚଳିକ ଦଳଙ୍କ ସହ ଆମେ କେବଳ ମେଣ୍ଟ ଗଠନ କରିବାକୁ ପ୍ରସ୍ତୁତ ଅଛୁ ତା’ନୁହେଁ, ସେମାନଙ୍କ ନେତୃତ୍ୱକୁ ମଧ୍ୟ ସ୍ୱୀକାର କରିବାକୁ ପ୍ରସ୍ତୁତ। ମାୟାବତୀ ଏବଂ ମମତା ବାନାର୍ଜୀଙ୍କ ମଧ୍ୟରୁ ଯିଏ ବି ପ୍ରଧାନମନ୍ତ୍ରୀ ହେଲେ ଆମେ ସମର୍ଥନ କରିବୁ। ତେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ପଛରେ ଆରଏସ୍‌ଏସ୍‌ର ସମର୍ଥନ ନଥିବା ଦରକାର।”

କର୍ଣ୍ଣାଟକ ନିର୍ବାଚନ ପ୍ରଚାର ବେଳେ ଯେତେବେଳେ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ହେବା କଥା ପଚରା ଯାଇଥିଲା, ସେ କହିଥିଲେ- “ଏହା ଦଳର ପ୍ରଦର୍ଶନ ଉପରେ ନିର୍ଭର କରେ। ଆମେ ବଡ଼ ଦଳ ଭାବେ ଜିତିକି ଆସିଲେ, ନିଶ୍ଚିତ ହେବି।” ହେଲେ ରାହୁଲଙ୍କ ଏହି ମନ୍ତବ୍ୟକୁ ଅନ୍ୟ ସହଯୋଗୀ ଦଳମାନେ ସହଜରେ ଗ୍ରହଣ କରି ନଥିଲେ।

ସୂଚନାଯୋଗ୍ୟ ଯେ, ମାୟାବତୀ ଓ ମମତା ମଧ୍ୟ ଦୀର୍ଘଦିନରୁ ପ୍ରଧାନମନ୍ତ୍ରୀ ହେବାକୁ ଅଭିଳାଷ ରଖିଛନ୍ତି। ଏମାନେ ନିଜକୁ ବିରୋଧୀ ମେଣ୍ଟର ପ୍ରମୁଖ ନେତା ବୋଲି ଭାବୁଛନ୍ତି। ଏପରି ସ୍ଥିତିରେ ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ରାହୁଲଙ୍କୁ ଉପସ୍ଥାପନ କରାଯିବା ଦଳ ପାଇଁ ଆଦୌ ଶୁଭ ହେବନାହିଁ ବୋଲି କଂଗ୍ରେସ୍‌ ଜାଣି ସାରିଲାଣି। ତେଣୁ ଦଳ ପଛକୁ ହଟିବା ଉଚିତ୍‌ ମଣୁଛି ବୋଲି ରାଜନୈତିକ ବିଷାରଦମାନେ ମତ ଦେଇଛନ୍ତି।



from OdishaReporter https://ift.tt/2OerJeJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages