
ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକରେ ଟ୍ରକ୍ ମାଡ଼ି ୫ଜଣ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଗତକାଲି ବିଳମ୍ବିତ ରାତିରେ ୪ ଜଣଙ୍କ ଅନ୍ତିମ ସଂସ୍କାର କରାଯାଇଛି। ୩ଜଣ ଛାତ୍ରଛାତ୍ରୀଙ୍କ ଶେଷକୃତ୍ୟ ସେମାନଙ୍କ ଗାଁରେ କରାଯାଇଥିବା ବେଳେ ଜଣଙ୍କ ଅନ୍ତିମ ସଂସ୍କାର ପୁରୀରେ ସମ୍ପନ୍ନ ହୋଇଛି। ଅନ୍ୟଜଣଙ୍କ ଦାହ ସଂସ୍କାର ଆଜି ହେବ।
ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଦୁର୍ଘଟଣାରେ ଆହତ ୪ ଜଣଙ୍କ ଭିତରୁ ଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ଗତକାଲି ଅପରାହ୍ଣରେ ଘଟିଥିବା ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଶହ ଶହ ଲୋକେ ରାସ୍ତା ଅବରୋଧ କରିଥିଲେ। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ, ଆହତଙ୍କୁ ୫ ଲକ୍ଷ ଟଙ୍କା, ରାସ୍ତାରେ ସ୍ପିଡ୍ ଲିମିଟ୍ ପାଳନକୁ କଡ଼ାକଡ଼ି କରିବା ଏବଂ ଫ୍ଲାଇଓଭର୍ ନିର୍ମାଣ ଆଦି ଦାବି ନେଇ ଲୋକେ ରାସ୍ତାରୋକ କରିଥିଲେ। ପୁଲିସ୍ ଓ ପ୍ରଶାସନିକ ଅଧିକାରୀମାନେ ଦୀର୍ଘ ସମୟ ଧରି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ବି ଲିଖିତ ପ୍ରତିଶ୍ରୁତି ନପାଇଲେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ସେମାନେ ଜିଦ୍ ଧରିଥିଲେ। କିଛି ଉତ୍ତ୍ୟକ୍ତ ଲୋକେ ପୁଲିସ୍ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଥିଲେ। ପରେ ପୁଲିସ୍ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ମୃଦୁ ଲାଠି ଚାଳନା କରିଥଲା। ଏହାର କିଛି ସମୟ ପରେ ରାସ୍ତା ଅବରୋଧ ହଟିଥିଲା। ପରେ ପୁଲିସ୍ ଛାତ୍ରଛାତ୍ରୀଙ୍କ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଡାକ୍ତରଖାନାକୁ ନେଇଥିଲା।
from OdishaReporter https://ift.tt/2uPH4JD

No comments:
Post a Comment