
ହଜାରୀବାଗ୍: ଦିଲ୍ଲୀର ବୁରାଡ଼ିରେ ଗୋଟିଏ ପରିବାରର ୧୧ ଜଣ ଆତ୍ମହତ୍ୟା କରିବା ଘଟଣା ଏଯାଏ ଦେଶବାସୀଙ୍କ ମନରୁ ଯାଇ ନଥିବା ବେଳେ ପୁଣି ଏଭଳି ଏକ ଘଟଣା ଘଟିଛି। ତେବେ ଏଥର ଦିଲ୍ଲୀରୁ ନୁହେଁ, ଝାଡ଼ଖଣ୍ଡରୁ ଆସିଛି ଏପରି ଅଭିଯୋଗ। ଝାଡ଼ଖଣ୍ଡର ହଜାରୀବାଗ୍ ସହରରେ ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ମିଳିଛି। ଏମାନଙ୍କ ମଧ୍ୟରେ ଦୁଇ ଜଣ ଛୁଆ ଅଛନ୍ତି। ତିନି ଜଣ ଆତ୍ମହତ୍ୟା କରିଥିବା ବେଳେ ଆଉ ତିନି ଜଣଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି।
ମୃତକମାନେ ହେଲେ ଫଳ ବ୍ୟବସାୟୀ ମହାବୀର ମହେଶ୍ୱରୀ (୭୦), ତାଙ୍କ ପତ୍ନୀ କିରଣ ମହେଶ୍ୱରୀ (୬୫), ପୁଅ ନରେଶ ଅଗ୍ରୱାଲ୍ (୪୦), ବୋହୂ ପ୍ରୀତି ଅଗ୍ରୱାଲ୍ (୩୭), ନାତି ଅମନ (୧୧) ଓ ନାତୁଣୀ ୟାନ୍ଭୀ (୬)।

ଯାହା ଜଣାପଡ଼ିଛି ୟାନ୍ଭୀଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ବେଳେ ପ୍ରୀତିଙ୍କୁ ବେକ ଚିପି ହତ୍ୟା କରାଯାଇଛି। ସୁଇସାଇଡ୍ ନୋଟ୍ରେ ଲେଖାଯାଇଛି ଯେ ଅମନଙ୍କୁ ଗଳା କାଟି ହତ୍ୟା କରାଯାଇଛି।
ଏଭଳି ଚରମ ନିଷ୍ପତ୍ତି ପଛରେ ସୁଇସାଇଡ୍ ନୋଟ୍ରେ ଅନେକ କାରଣ ଦର୍ଶାଯାଇଛି। ବ୍ୟବସାୟ ଭଲ ନ ଚାଲିବା, ଋଣ ନ ଶୁଝିପାରିବା, ଦୋକାନୀମାନଙ୍କୁ ବକେୟା ଅର୍ଥ ଦେଇ ନ ପାରିବା ଓ ବଦନାମ୍ ହେବା ଭୟରେ ସେମାନେ ଏମିତି ନିଷ୍ପତ୍ତି ନେଇଥିବା ସୁଇସାଇଡ୍ ନୋଟ୍ରେ ଲେଖାଯାଇଛି।
ଏହି ଘଟଣା ବୁରାଡ଼ି ଗଣ ଆତ୍ମହତ୍ୟା ଘଟଣାକୁ ପୁଣି ତାଜା କରି ଦେଇଛି। ଦିଲ୍ଲୀର ବୁରାଡ଼ିରେ ଗୋଟିଏ ପରିବାରର ୧୧ ଜଣ ଲୋକ ସମୂହ ଆତ୍ମହତ୍ୟା କରିଥିଲେ। ଗତ ଜୁଲାଇ ୧ ତାରିଖରେ ସେମାନଙ୍କ ଶବ ଜବତ କରାଯାଇଥିଲା। ଏହା ପୂରା ଦେଶର ଛାତି ଥରାଇ ଦେଇଥିଲା।
from OdishaReporter https://ift.tt/2mlLYdv
No comments:
Post a Comment