ଗଛକୁ ପିଟିଲା କାର୍‌: ୪ ମୃତ, ଜଣେ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 30, 2018

ଗଛକୁ ପିଟିଲା କାର୍‌: ୪ ମୃତ, ଜଣେ ଆହତ

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ମଇଦାନକେଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକମାନେ ହେଲେ କେନ୍ଦୁଝର ସରକାରୀ ଇଂଜିନିୟରିଂ କଲେଜର ପ୍ରିନସିପାଲ୍‌ ତୀର୍ଥବାସୀ ପରିଡ଼ା, ଗାୟତ୍ରୀ କଲେଜର ଭାଇସ ପ୍ରିନସିପାଲ୍‌ ଚୈତନ୍ୟ ବିକାଶ ସାହୁ, ପ୍ରଶାନ୍ତ କୁମାର ପାତ୍ର ଓ ରାଜେଶ କୁମାର ଗୁରୁ। ଗୁରୁତର ଥିବା କମଳାକ୍ଷ ପରିଡ଼ାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଗତକାଲି ରାଇରଙ୍ଗପୁର ଠାରେ ଶ୍ରୀ ଅନୁକୁଳଚନ୍ଦ୍ରଙ୍କର ସତ୍‌ସଙ୍ଗ ସାରି ଏକ ମାରୁତି ସୁଇପ୍ଟିରେ ୫ ଜଣ କେନ୍ଦୁଝର ଫେରୁଥିଲେ। ରାତି ପ୍ରାୟ ୨ଟା ସମୟରେ ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଗାଡ଼ିଟି ଏକ ଗଛରେ ପିଟି ହୋଇ ଯାଇଥିଲା।



from OdishaReporter https://ift.tt/2LGvKuQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages