ଶିବଙ୍କୁ ମାରି ବାଲିରେ ପୋତି ଦେଇଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 31, 2018

ଶିବଙ୍କୁ ମାରି ବାଲିରେ ପୋତି ଦେଇଥିଲେ

କଟକ (ଓଡ଼ିଶା ରିପୋର୍ଟର): କଟକ ଜଗତପୁର ମହାନଦୀ ପଠାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ ହତ୍ୟା କରି ବାଲିରେ ପୋତି ଦିଆଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଜଗତପୁର ମୁଣ୍ଡାସାହି ବସ୍ତିର ଶିବ ସାହୁ।

ଅଭିଯୋଗ ଅନୁଯାୟୀ, ଗତ ରବିବାର ଦିନ ମଦ ପିଇବାକୁ କେନ୍ଦ୍ର କରି ବସ୍ତିର କିଛି ଲୋକଙ୍କ ସହିତ ଶିବଙ୍କର ଗଣ୍ଡଗୋଳ ହୋଇଥିଲା। ଫଳରେ ବସ୍ତିର କିଛି ଯୁବକ ତାଙ୍କୁ ‌ଆକ୍ରମଣ କରିଥିଲେ। ସୋମବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତଦେହକୁ ବସ୍ତିରୁ ଆଣି ମହାନଦୀ ପଠାରେ ପୋତି ଦେଇଥିଲେ ଆକ୍ରମଣକାରୀ ଯୁବକ।

ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ୍‌ ମହାନଦୀ ପଠାରୁ ତାଙ୍କ ମୃତଦେହକୁ ଉଦ୍ଧାର କରିଥିଲା। ଏହି  ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି।

 



from OdishaReporter https://ift.tt/2LRMu1m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages