
ବେଙ୍ଗାଲୁରୁ: ଗୁଗଲ୍ରେ ସଫ୍ଟୱେର୍ ଇଂଜିନିୟର ଭାବେ କାର୍ଯ୍ୟରତ ହାଇଦ୍ରାବାଦ୍ର ଜଣେ ଯୁବକଙ୍କୁ ପିଲା ଚୋର ଭାବି ଲୋକେ ପିଟିପିଟି ମାରି ଦେଇଛନ୍ତି। ଏହାସହ ତାଙ୍କର ୩ ଜଣ ସାଙ୍ଗକୁ ଏତେ ପିଟିଛନ୍ତି ଯେ ସେମାନେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଘଟଣାଟି ଘଟିଛି କର୍ଣ୍ଣାଟକର ବିଦର ଅଞ୍ଚଳରେ। ମୃତ ଇଞ୍ଜିନିୟରଙ୍କ ନାଁ ମୋହମ୍ମଦ ଆଜମ୍ ଅହମ୍ମଦ।
ପୁଲିସ୍ଠାରୁ ମିଳିଥିବା ସୂଚନା ଅନୁଯାୟୀ, ହାଇଦ୍ରାବାଦ୍ର ମଲକ୍ପେଟ୍ର ବାସିନ୍ଦା ଅହମ୍ମଦ ଗୁଗଲ୍ରେ ସଫ୍ଟୱେର ଇଂଞ୍ଜିନିୟର ଭାବେ କାମ କରନ୍ତି। ବଶିର, ସଲମାନ୍ ଓ ଆକ୍ରମ୍ଙ୍କ ସହ ମିଶି ସେ ତାଙ୍କର ଆଉ ଜଣେ ସାଙ୍ଗକୁ ଭେଟିବାକୁ ବିଦରର ମୁର୍କିକୁ ଆସିଥିଲେ। ଫେରିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ବାଟରେ ପିଲାଙ୍କୁ ଚକୋଲେଟ୍ ବାଣ୍ଟି ଥିଲେ। ଏହି ଦୃଶ୍ୟକୁ କେହି ମୋବାଇଲ୍ରେ ରେକର୍ଡ କରି ହ୍ୱାଟ୍ସଆପ୍ରେ ଛାଡ଼ି ଦେଇଥିଲେ ଓ ଉକ୍ତ ଯୁବକମାନେ ପିଲା ଚୋର ବୋଲି ଲେଖିଥିଲେ। ଏହାପରେ ବହୁ ସଂଖ୍ୟାରେ ଗାଁ ଲୋକେ ସେଠାରେ ଏକାଠି ହୋଇଯାଇଥିଲେ ଓ ସେମାନଙ୍କୁ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ।
ଖବର ପାଇ ପୋଲିସ୍ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଥିଲା। ନିଜେ ଏସ୍ପି ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଏସ୍ପି ୩ ଜଣ ଯୁବକଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ଅହମ୍ମଦଙ୍କ ମୃତ୍ୟୁ ଘଟି ସାରିଥିଲା।
ଏହି ଘଟଣାରେ ପୋଲିସ୍ ୩୦ ଜଣଙ୍କୁ ଗିରଫ କରିଛି। ହ୍ୱାଟ୍ସଆପ୍ରେ ଏହି ଭିଜୁଆଲ୍ ପୋଷ୍ଟ୍ କରି ଗୁଜବ ସୃଷ୍ଟି କରିଥିବା ଯୁବକଙ୍କୁ ବି ପୁଲିସ୍ ଗିରଫ କରିଛି।
from OdishaReporter https://ift.tt/2uB1UfH
No comments:
Post a Comment