ବ୍ରିଟିଶ୍‌ ଯୁବକ ସଂସ୍କୃତରେ ଶ୍ଳୋକ ପଢ଼ି ବୁଝାଇଲେ ଶନି ଦଶା, ଭାଇରାଲ୍‌ ହେଲା ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 24, 2018

ବ୍ରିଟିଶ୍‌ ଯୁବକ ସଂସ୍କୃତରେ ଶ୍ଳୋକ ପଢ଼ି ବୁଝାଇଲେ ଶନି ଦଶା, ଭାଇରାଲ୍‌ ହେଲା ଭିଡିଓ

999

ନୂଆଦିଲ୍ଲୀ: ଭାରତୀୟ ସଂସ୍କୃତି ଦୁନିଆର ସବୁଠାରୁ ପୁରୁଣା ସଂସ୍କୃତି ମଧ୍ୟରୁ ଗୋଟିଏ। ଏହି କାରଣରୁ ବିଦେଶୀ ଲୋକ ଏଠାକୁ ଆସିଥାନ୍ତି ଏବଂ ଭାରତୀୟ ସଂସ୍କୃତିକୁ ନିଜ ଜୀବନର ଅଂଶ ଭାବେ ଗ୍ରହଣ କରିଥାନ୍ତି। ଅନେକ ବିଦେଶୀ ଲୋକ ହିନ୍ଦୁ ଧର୍ମ ଗ୍ରହଣ କରି ସାରିଛନ୍ତି।

କେବଳ ଏତିକି ନୁହେଁ, ବିଦେଶୀମାନେ ଭାରତର ବେଶ-ପୋଷାକ ଏବଂ ଖାଦ୍ୟପେୟକୁ ମଧ୍ୟ ଆପଣାଇ ନେଇଛନ୍ତି। ଏପରିକି ହଲିଉଡ୍‌ ସେଲିବ୍ରିଟି ଭାରତୀୟ ସଂସ୍କୃତିକୁ ଲୁହା ବୋଲି କହିଥାନ୍ତି। ସେଥିପାଇଁ ପପ୍‌ ଗାୟିକା ମାଇଲି ସାଇରସ୍‌ ପ୍ରତିବର୍ଷ ଦୀପାବଳିରେ ନିଜ ଘରେ ପୂଜା କରିଥାନ୍ତି। ଅନେକ ହଲିଉଡ୍‌ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ତାଙ୍କର ଶରୀରରେ ମନ୍ତ୍ରର ଟାଟୁ କରିଛନ୍ତି।

ଏହା ମଧ୍ୟରେ ଇଣ୍ଟର୍‌ନେଟ୍‌ରେ ଏକ ଭିଡିଓ ଭାଇରାଲ୍‌ ହୋଇଛି। ଯେଉଁଥିରେ ଜଣେ ବ୍ରିଟିଶ୍‌ ଯୁବକ କେଉଁଠି ନ ଅଟକି ସଂସ୍କୃତରେ ଅନର୍ଗଳ ଶ୍ଳୋକ ପଢ଼ୁଛନ୍ତି। ଏତିକି ନୁହେଁ, ସେ ଭିଡିଓରେ ଶ୍ଳୋକର ଅନୁବାଦ ମଧ୍ୟ କରୁଛନ୍ତି।

ଏହି ଭିଡିଓରେ ଥିବା ବ୍ରିଟିଶ୍‌ ଯୁବକ ଜଣକ ଗଭୀର ଆତ୍ମବିଶ୍ୱାସର ସହିତ ଶ୍ଳୋକ ପଢ଼ୁଛନ୍ତି। ଏହା ପରେ ପୂଜାରେ ବସିଥିବା ଲୋକଙ୍କୁ ଶନି ଏବଂ ଏହାର ଦଶା ସମ୍ପର୍କରେ ମଧ୍ୟ ବୁଝାଉଛନ୍ତି।

ଇଣ୍ଟରନେଟ୍‌ରେ ଏହି ଭିଡିଓକୁ ଲୋକ ବହୁତ ପସନ୍ଦ କରିଛନ୍ତି। କିଛି ଲୋକ ନିଜ ଭାଷାକୁ ବିଦେଶୀ ଯୁବକ ପାଟିରୁ ଶୁଣି ଏହାର ଆନନ୍ଦ ମଧ୍ୟ ନେଇଛନ୍ତି।



from OdishaReporter https://ift.tt/2LG2SBU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages