ବର୍ଷାଦିନେ ଫଙ୍ଗଲ୍‌ ଇନ୍‌ଫେକ୍‌ସନ୍‌ରୁ ସୁରକ୍ଷିତ ରହିବା ପାଇଁ ଆପଣାନ୍ତୁ ଏହି ଟିପ୍‌ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 27, 2018

ବର୍ଷାଦିନେ ଫଙ୍ଗଲ୍‌ ଇନ୍‌ଫେକ୍‌ସନ୍‌ରୁ ସୁରକ୍ଷିତ ରହିବା ପାଇଁ ଆପଣାନ୍ତୁ ଏହି ଟିପ୍‌ସ

fangal

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷା ଋତୁରେ ଆମେ ଗରମରୁ ରକ୍ଷା ପାଇଥାଉ ସତ, କିନ୍ତୁ ଏହି ଋତୁରେ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଭାବେ ଯତ୍ନବାନ ହେବାକୁ ପଡ଼ିଥାଏ।  କାରଣ ଏହି ଋତୁରେ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇଥାଏ। ସେଥିରୁ ଗୋଟିଏ ହେଉଛି ଫଙ୍ଗଲ୍ ଇନ୍‌ଫେକ୍‌ସନ୍।  ବର୍ଷା ଋତୁରେ ଫଙ୍ଗଲ୍‌ ସଂକ୍ରମଣରେ ପୀଡ଼ିତ ରୋଗୀଙ୍କ ସଂଖ୍ୟା ବଢ଼ିଯାଏ। କାରଣ ଫଙ୍ଗଲ୍‌ ସୃଷ୍ଟି କରୁଥିବା ଜୀବାଣୁ ସାଧାରଣତଃ ବର୍ଷାଦିନେ ଅଧିକ ବଢ଼ିଥାଆନ୍ତି। ଏହି ଜୀବାଣୁ ସାଧାରଣତଃ ଶରୀରର ସେହି ସବୁ ସ୍ଥାନରେ ସୃଷ୍ଟି ହୋଇଥାଆନ୍ତି, ଯାହାକୁ ଆମେ ଅଧିକ ଧ୍ୟାନ ଦେଇ ନ ଥାଉ। ପାଦ, ନଖ ଓ ଆଙ୍ଗୁଠିଗୁଡ଼ିକ ମଝିରେ ଥିବା ଫାଙ୍କ ସ୍ଥାନରେ ଫଙ୍ଗସ୍‌  ଜୀବାଣୁ ଅଧିକ ବଢ଼ିଥାଆନ୍ତି। ତା’ହେଲେ ଆସନ୍ତୁ ଜାଣିବା ଏହି ଫଙ୍ଗସ୍ ଜୀବାଣୁ କେମିତି ବଢ଼ି ଥାଆନ୍ତି ଓ ଏଥିରୁ ଆପଣ କେମିତି ରକ୍ଷା ପାଇପାରିବେ।

(୧) ସାଧାରଣତଃ ଝିପ୍‌ ଝିପ୍‌ ବର୍ଷା ପାଣିରେ ଓଦା ହେବା ପରେ ଆମେ ଶରୀରକୁ ଅଣଦେଖା କରିଥାଉ। କିନ୍ତୁ ଏହି ଛୋଟ ଅସାବଧାନତା ଫଙ୍ଗଲ୍‌ ସଂକ୍ରମଣର କାରଣ ହୋଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ ବର୍ଷାରେ ଅଧିକ ସମୟ ଓଦା ହୁଅନ୍ତୁ ନାହିଁ।

fangal

(୨) ଫଙ୍ଗଲ୍‌ ସଂକ୍ରମଣ ଜୁଲାଇ ଏବଂ ଅଗଷ୍ଚ ମାସରେ ଅଧିକ ଦେଖା ଯାଇଥାଏ। ମସ୍ତିଷ୍କର ଚର୍ମରେ ଥିବା ଛୋଟ ଛୋଟ ଛିଦ୍ରରେ ଫଙ୍ଗଲ୍‌ ଜୀବୀଣୁ ହେବା ଯୋଗୁ କେଶ ଅଠାଳିଆ ହୋଇଯାଏ। ଯଦି ଆପଣ ଏପରି ଲକ୍ଷଣ ଦେଖୁଛନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ। ଏହାର ଚିକିତ୍ସା ନ କଲେ ଆପଣଙ୍କ କେଶ ଝଡ଼ିବାକୁ ଲାଗିବ।

(୩) ଚର୍ମ ରୋଗ ବିଶେଷଜ୍ଞ ଡ.ରୋହିତ ବତ୍ରା କୁହନ୍ତି, “ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଶରୀରକୁ ପରିଷ୍କାର ରଖନ୍ତୁ। ଅଧିକ ଓଦା ହୁଅନ୍ତୁ ନାହିଁ। ଆଣ୍ଟିବ୍ୟାକ୍ଟେରିଆଲ୍‌ ସାବୁନ୍‌ ବ୍ୟବହାର କରନ୍ତୁ। ଏହା ବ୍ୟତୀତ ଆପଣଙ୍କ ପୋଷାକକୁ ନିୟମିତ ଧୁଅନ୍ତୁ। ବର୍ଷାଦିନେ ଯଦି ଆପଣଙ୍କ ପୋଷାକରେ ମଇଳା ଲାଗୁଛି, ତେବେ ପୋଷାକକୁ ତୁରନ୍ତ ଧୋଇ ଦିଅନ୍ତୁ। ଏହିସବୁ ଦ୍ୱାରା ଆପଣ ଫଙ୍ଗଲ୍ ସଂକ୍ରମଣରୁ ରକ୍ଷା ପାଇପାରିବେ।”



from OdishaReporter https://ift.tt/2AdkIb0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages