
ଇସଲାମାବାଦ: ପାକିସ୍ତାନ ସାଧାରଣ ନିର୍ବାଚନରେ ସର୍ବବୃହତ ଦଳ ଭାବେ ଉଭା ହୋଇଥିବା ପାକିସ୍ତାନ ତେହେରିକ୍-ଏ-ଇନ୍ସାଫ୍(ପିଟିଆଇ) ମୁଖ୍ୟ ତଥା ପୂର୍ବତନ କ୍ରିକେଟର୍ ଇମ୍ରାନ୍ ଖାନ୍ ଅଗଷ୍ଟ ୧୧ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ।
ଆଜି ନିଜେ ଇମ୍ରାନ୍ ଖାନ୍ ଏହି ଘୋଷଣା କରିଛନ୍ତି।
ପିଟିଆଇ ସର୍ବବୃହତ ଦଳ ହୋଇଥିଲେ ହେଁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ୍ ନମ୍ବର ୧୩୭ ଦଳ ପାଖରେ ନାହିଁ। ବର୍ତ୍ତମାନ ଦଳ ପାଖରେ ୧୧୬ଟି ଆସନ ଥିବା ବେଳେ ବାକି ୨୧ଟି ଆସନ ଯୋଗାଡ଼ ପାଇଁ କଷରତ ଆରମ୍ଭ ହୋଇଛି। ଏନେଇ କିଛି ସ୍ୱାଧୀନ ପ୍ରାର୍ଥୀ ଓ କ୍ଷୁଦ୍ର ଦଳ ସହ ପିଟିଆଇ ନେତାଙ୍କ ଆଲୋଚନା ମଧ୍ୟ ଚାଲିଛି।
ଆଜି ଗଣମାଧ୍ୟମକୁ ସୂଚନା ଦେଇ ଇମ୍ରାନ୍ କହିଛନ୍ତି, ଆସନ୍ତା ୧୧ ତାରିଖରେ ମୁଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବି।
ସେହିପରି ଖାଇବର ପାଖତୁନଖ୍ୱାରେ ପିଟିଆଇ ସରକାର ଗଠନ ପାଇଁ ସ୍ପଷ୍ଟ ବହୁମତ ପାଇଥିବାରୁ, ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ହୋଇସାରିଛି।
ଆସନ୍ତା ୪୮ ଘଣ୍ଟା ମଧ୍ୟରେ ତାଙ୍କ ନାଁ ଘୋଷଣା କରାଯିବ। ପାକିସ୍ତାନବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପିଟିଆଇ ସମସ୍ତ ପ୍ରକାରର ନିଷ୍ପତ୍ତି ନେଉଛି। ସିନ୍ଧ ପ୍ରଦେଶରୁ ଗରିବୀ ଦୂରୀକରଣ ଦଳର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି।
ପୂର୍ବରୁ ପିଟିପିଆଇ ମୁଖପାତ୍ର ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ୍ ଅଗଷ୍ଟ ୧୪ ପୂର୍ବରୁ ଶପଥ ନେବେ ବୋଲି କହିଥିଲେ।
from OdishaReporter https://ift.tt/2vfFTDK
No comments:
Post a Comment