
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଶିଳ୍ପ ନିରାପତ୍ତା ସୁରକ୍ଷା ବଳ (CISF)ରେ ନିଯୁକ୍ତି ପାଇଁ ଲିଖିତ ଓ ଶାରୀରିକ ପରୀକ୍ଷା ବେଳେ ରାଉରକେଲାରୁ ୫ ଜଣ ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ କରାଯାଇଛି। ସହରର ଗୁରୁ ନାନକ ପବ୍ଲିକ୍ ସ୍କୁଲ୍ ପରୀକ୍ଷା କେନ୍ଦ୍ରରୁ ପ୍ଲାଣ୍ଟ୍ ସାଇଟ୍ ପୁଲିସ୍ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଦିଲ୍ଲୀ ପବ୍ଲିକ୍ ସ୍କୁଲ୍ ପରୀକ୍ଷା କେନ୍ଦ୍ରରୁ ସେକ୍ଟର ୧୫ ପୁଲିସ୍ ଜଣକୁ ଗିରଫ କରିଛି। ଏମାନେ ସମସ୍ତେ ବିହାରର ବୋଲି ଜଣାପଡ଼ିଛି। ଏମାନେ ଜାଲ୍ ଭୋଟ୍ ପରିଚୟପତ୍ର ଓ ଜାଲ୍ ଆଧାର କାର୍ଡ ଜରିଆରେ ଅନ୍ୟମାନଙ୍କ ପାଇଁ ପରୀକ୍ଷା ଦେଉଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଏହି ପରୀକ୍ଷାରେ ଆଉ କିଏ ନକଲି ଡକ୍ୟୁମେଣ୍ଟ୍ ଦେଇ ପରୀକ୍ଷା ଦେଇଛନ୍ତି କି ନାହିଁ, ସେ ନେଇ ପୁଲିସ୍ ତନାଘନା ଜାରି ରଖିଛି।
from OdishaReporter https://ift.tt/2L8NXQH
No comments:
Post a Comment