ଭାରତର ସବୁଠାରୁ କ୍ଷୁଦ୍ର ଶିଶୁ ଏବେ ସୁସ୍ଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 22, 2018

ଭାରତର ସବୁଠାରୁ କ୍ଷୁଦ୍ର ଶିଶୁ ଏବେ ସୁସ୍ଥ

smallchild

ନୂଆଦିଲ୍ଲୀ: ହାଇଦ୍ରାବାଦ୍‌ର ରେନ୍‌ବୋ ଚିଲ୍‌ଡ୍ରେନ୍‌ ହସ୍ପିଟାଲ୍‌ରେ ଭାରତର ସବୁଠାରୁ ଛୋଟ ଶିଶୁ ଜନ୍ମ ନେଇଛି। ରିପୋର୍ଟ ଅନୁସାରେ ଜନ୍ମ ସମୟରେ ଏହି ଶିଶୁଟିର ଓଜନ  ୦.୮ ପାଉଣ୍ଡ ଅର୍ଥାତ୍‌ ମାତ୍ର ୩୭୫ ଗ୍ରାମ୍‌ ରହିଥିଲା ଏବଂ ଲମ୍ୱ ଥିଲା ୨୦ ସେଣ୍ଟିମିଟର। ଶିଶୁଟି ଏତେ ଛୋଟ ଯେ ଜଣେ ନିଜ ହାତ ପାପୁଲିରେ ମଧ୍ୟ ଧରି ପାରିବ। ଏହା ଭାରତର ପ୍ରଥମ ଶିଶୁ ଯିଏକମ୍‌ ଓଜନ ଥାଇ ବି ଜୀବିତ ରହିଛି। ଏହି ଶିଶୁଟିର ଜନ୍ମ ୪ ମାସ ପୂର୍ବରୁ ହୋଇଥିଲା। ଶିଶୁଟିର ନାମ ରିଦ୍ଦିମା ରଖାଯାଇଛି। ପରିବାର ଲୋକ ସ୍ନେହରେ ତାକୁ ‘ଚେରୀ’ ଡାକୁଛନ୍ତି।

ମେଡିକାଲ୍‌ ରିପୋର୍ଟ ଅନୁସାରେ, ଯେଉଁ ଶିଶୁଙ୍କ ଓଜନ ଜନ୍ମ ସମୟରେ ୫୦୦ ଗ୍ରାମ୍‌ରୁ କମ୍‌ ହୋଇଥାଏ, ସେମାନଙ୍କର ଜୀବିତ ରହିବା ସମ୍ଭାବନା ୫୦ ପ୍ରତିଶତ କମ୍‌ ଥାଏ। ଏମିତିରେ କେବଳ ୩୭୫ ଗ୍ରାମ୍‌ ଓଜନ ନେଇ ଜନ୍ମ ନେଇଥିବା ‘ଚେରୀ’ ଜୀବିତ ରହିବା ଚମତ୍କାର ବୋଲି କୁହାଯାଉଛି।

ଚେରୀର ବାପା ଏକ ଇଣ୍ଟରଭ୍ୟୁରେ କହିଥିଲେ, ଚେରୀର ଜନ୍ମ ପୂର୍ବରୁ ତାଙ୍କ ସ୍ତ୍ରୀ ନିକିତାଙ୍କର ୪ ଥର ଅପରେସନ୍‌ ହୋଇ ସାରିଥିଲା। ଏହା ପରେ ତାଙ୍କ ସାଙ୍ଗମାନେ ନିକିତାଙ୍କୁ ହାଇଦ୍ରାବାଦ୍‌ ହସ୍ପିଟାଲ୍‌ରେ ଚିକିତ୍ସା କରିବା ପାଇଁ ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ କହିବା ଅନୁସାରେ ଚେରୀର ଜୀବିତ ରହିବାର ସମ୍ଭାବନା ବହୁତ କମ୍‌। ଏହାର କାରଣ ଗର୍ଭାଶୟରେ ଥିବା ସମୟରେ ମା’ ଛୁଆଙ୍କର ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇ ପାରି ନ ଥିଲା।

ଗର୍ଭାଶୟକୁ ଠିକ୍ ଭାବେ ରକ୍ତ ସଞ୍ଚାଳନ ନ ହେଲେ ଗର୍ଭରେ ବଢ଼ୁଥିବା ଶିଶୁକୁ ଠିକ୍‌ ମାତ୍ରାରେ ଅମ୍ଲଜାନ ଏବଂ ପୁଷ୍ଟିସାର ମିଳି ପାରି ନ ଥାଏ। ଯାହା ବିପଦ ସୃଷ୍ଟି କରିଥାଏ। ଗର୍ଭରେ ଥିବା ଶିଶୁର ଅଙ୍ଗପ୍ରତ୍ୟଙ୍ଗର ବିକାଶ ମଧ୍ୟ ହୋଇ ପାରେନାହିଁ। ଏହା ବ୍ୟତୀତ ସମୟ ପୂର୍ବରୁ ପ୍ରସବ ହେବାର ଆଶଙ୍କା ମଧ୍ୟ ରହିଥାଏ। ଏହି ସବୁ ସମସ୍ୟା ଥିବା ସତ୍ତ୍ୱେ ଚେରୀର ବାପା ମାଆ ତାକୁ ଜନ୍ମ ଦେବା ପାଇଁ ହାଇଦ୍ରାବାଦ୍‌ର ରେନ୍‌ବୋ ଚିଲ୍‌ଡ୍ରେନ୍ ହସ୍ପିଟାଲ୍‌କୁ ବାଛିଥିଲେ। ଏହି ହସ୍ପିଟାଲ୍‌ରେ ସମୟ ପୂର୍ବରୁ ଜନ୍ମ ନେଉଥିବା ଛୁଆଙ୍କ ପାଇଁ ବିଶେଷ ଡାକ୍ତର ରହିଛନ୍ତି।

ଏତେ ସମସ୍ୟା ପରେ ଚେରୀ ୪ ମାସ ପୂର୍ବରୁ ଦୁନିଆକୁ ଆସିଥିଲା। ଜନ୍ମ ପରେ ଚେରୀକୁ ୧୫ ସପ୍ତାହ ପର୍ଯ୍ୟନ୍ତ ଭେଣ୍ଟିଲେଟର୍‌ରେ ରଖା ଯାଇଥିଲା। ଜନ୍ମ ହେବାର ୩୮ ଦିନ ପରେ ଚେରୀର ଓଜନ ୩୭୫ ଗ୍ରାମ୍‌ରୁ ବଢ଼ି ୫୦୦ ଗ୍ରାମ୍‌ ହୋଇଥିଲା। ୧୨୮ ଦିନ ହସ୍ପିଟାଲ୍‌ରେ ରହିବା ପରେ ଡାକ୍ତର ଚେରୀକୁ ଡିସ୍‌ଚାର୍ଜ କରିଥିଲେ। ରିପୋର୍ଟ ଅନୁସାରେ ବର୍ତ୍ତମାନ ଚେରୀର ଓଜନ ୨ କିଲୋ ହୋଇ ସାରିଛି ଏବଂ ସେ ପୂରା ସୁସ୍ଥ ଅଛି। ରେନ୍‌ବୋ ଚିଲ୍‌ଡ୍ରେନ୍‌ ହସ୍ପିଟାଲ୍‌ ଏକ ସାମ୍ୱାଦିକ ସମ୍ମିଳନୀ ଜରିଆରେ ଚେରୀର ଜନ୍ମ ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି।

09

ଚେରୀ ପୂର୍ବରୁ ଆମେରିକାରେ ଦୁନିଆର ସବୁଠାରୁ ଛୋଟ ଶିଶୁ ଜନ୍ମ ନେଇଥିଲା। ଏହି ଶିଶୁର ନାମ ‘ହିବା’ ରଖା ଯାଇଥିଲା। ଜନ୍ମ ସମୟରେ ‘ହିବା’ର ଓଜନ କେବଳ ୨୪୪ ଗ୍ରାମ୍‌ ଥିଲା ଏବଂ ତାର ଆକାର ଏତେ ଛୋଟ ଥିଲା ଯେ ସେ ହାତର ପାପୁଲି ଭିତରେ ରହି ଯାଉଥିଲା। ହିବା ସହିତ ତାର ଯାଆଁଳା ଭଉଣୀ ମଧ୍ୟ ଜନ୍ମ ନେଇଥିଲା। ଯାହାର ଓଜନ ଏବଂ ଆକାର ହିବାଠାରୁ ଟିକେ ଅଧିକ ଥିଲା।



from OdishaReporter https://ift.tt/2uQSXiC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages