
ନୂଆଦିଲ୍ଲୀ: ଯୁଗ ବଦଳୁଛି। ତା’ସହ ତାଳଦେଇ ବଦଳୁଛି ଫ୍ୟାଶନ୍। ଆଜିକାଲି ଫ୍ୟାଶନ୍ ଜଗତରେ ନୂଆ ନୂଆ ଟ୍ରେଣ୍ଡ୍ ଦେଖିବାକୁ ମିଳୁଛି। ଦିନକୁ ଦିନ ଫ୍ୟାଶନେବଲ୍ ଡ୍ରେସ୍ର ଭୟଙ୍କର ରୂପ ସାମ୍ନାକୁ ଆସୁଛି। ଏଇ ଯେମିତି ଆଜିକାଲି ଓଲଟା ଜିନ୍ସର ଫ୍ୟାସନ୍ ବାହାରିଛି। ଜିନ୍ସକୁ କିଛି ଝିଅ ଓଲଟା ପିନ୍ଧିବାର ଦେଖିବାକୁ ମିଳୁଛି। ସୋଶାଲ୍ ମିଡିଆରେ ଏବେ ଏହି ଜିନ୍ସର ଫଟୋ ଭାଇରାଲ୍ ହେବାରେ ଲାଗିଛି। ଆସନ୍ତୁ, ଏହି ଓଲଟା ଜିନ୍ସ ବିଷୟରେ ଅଧିକ ଜାଣିବା।
ନ୍ୟୁୟର୍କର CIE Denim ନାଁରେ ଏକ ବ୍ରାଣ୍ଡ୍ ହାଇ ରାଇଜ୍ ଜିନ୍ସ ଡିଜାଇନ୍ କରିଛି। ଏହି ଜିନ୍ସକୁ ଓଲଟା ଢଙ୍ଗରେ ଡିଜାଇନ୍ କରାଯାଇଛି।
ଏହି ଜିନ୍ସ ଗୁଡ଼ିକର ବେଲ୍ଟ ଏବଂ ପକେଟ ଭାଗ ଅଣ୍ଟା ପାଖରେ ରହିବା ପରିବର୍ତ୍ତେ ପାଦ ପାଖରେ ରହିଛି। ଏହି ଜିନ୍ସର ଡିଜାଇନ୍ ଆମେରିକାର ହରର୍ ୱେବ୍ ସିରିଜ୍ ‘ସ୍ଟ୍ରେଞ୍ଜର ଥିଙ୍ଗ୍ସ’ ଦ୍ୱାରା ପ୍ରେରିତ ହୋଇଛି। ଏହି ଜିନ୍ସର ନାଁ Will ଦିଆଯାଇଛି। ଏପରି ଜିନ୍ସର ଭିନ୍ନ ଭିନ୍ନ କ୍ୟାଟେଗରୀ ରହିଛି ଯାହାର ନାଁ, Lucas, Mike, Nancy ଏବଂ Maxine ରହିଛି। ଏହି ଜିନ୍ସର ମୂଲ୍ୟ ଭାରତୀୟ ମୁଦ୍ରାରେ ପାଖାପାଖି ୩୩,୯୦୫ ଟଙ୍କା ରହିଛି।
ସୋଶାଲ୍ ମିଡିଆରେ ଏହି ଜିନ୍ସ ଗୁଡିକର ଫଟୋ ଦେଖି ଲୋକେ ପ୍ରତିକ୍ରିୟା ରଖିଛନ୍ତି। କିଛି ଲୋକ ଏହି ଜିନ୍ସ ଦେଖିବା ପରେ ‘ପତନ ପାଖେଇ ଆସୁଛି’ ବୋଲି କହିଛନ୍ତି।
ତେବେ ପ୍ରଥମ ଥର ପାଇଁ ଜିନ୍ସର ଏମିତି ଅଜବ ଡିଜାଇନ୍ କରାଯାଇ ନାହିଁ। କଟା ଓ ଫଟା ଜିନ୍ସ ବହୁ ଦିନରୁ ବଜାରକୁ ଆସି ସାରିଛି। ସେଥିରୁ ‘ଏକ୍ସଟ୍ରିମ୍ କଟ୍ ଆଉଟ୍’ ନାମକ ଏକ ଜିନ୍ସ ବେଶ୍ ଚର୍ଚ୍ଚାରେ ରହିଥିଲା। ଏହି ଜିନ୍ସରେ ସବୁଠୁ ଅଧିକ କଟା ଭାଗ ଦେଖିବାକୁ ମିଳିଥିଲା। ଏହି ଜିନ୍ସର ମୂଲ୍ୟ ଭାରତୀୟ ମୁଦ୍ରାରେ ୧୨,୦୦୦ରୁ ୨୦,୦୦୦ଟଙ୍କା ମଧ୍ୟରେ।
from OdishaReporter https://ift.tt/2moOhg7
No comments:
Post a Comment