ଟିଟୋର ସହଯୋଗୀକୁ ଏନ୍‌କାଉଣ୍ଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 22, 2018

ଟିଟୋର ସହଯୋଗୀକୁ ଏନ୍‌କାଉଣ୍ଟର

କେନ୍ଦ୍ରାପଡ଼ା(ପ୍ରଭାତ ପରିଡ଼ା): କେନ୍ଦ୍ରାପଡ଼ାରେ ଗ୍ୟାଙ୍ଗଷ୍ଟର୍‌ ଟିଟୋର ସହଯୋଗୀ ବାବୁ ସାହୁକୁ ପୁଲିସ୍‌ ଏନ୍‌କାଉଣ୍ଟର୍‌ କରିଛି। ଇଚ୍ଛାପୁର-ଛଗରିଆ ରାସ୍ତାରେ ଏହି ଏନ୍‌କାଉଣ୍ଟର ହୋଇଛି। ବାବୁର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ବହୁ ଦିନ ଧରି ପୁଲିସ୍‌ ସହ ଲୁଚକାଳି ଖେଳୁଥିଲା ବାବୁ। ତେବେ ଗତକାଲି ସେ ଇଚ୍ଛାପୁର ଅଞ୍ଚଳରେ ଥିବା ନେଇ ପୁଲିସ୍ ଖବର ପାଇଥିଲା। ଏହାପରେ କେନ୍ଦ୍ରାପଡ଼ା ଟାଉନ୍ ଥାନା ପୁଲିସ୍‌ ଏବଂ ସ୍ପେଶାଲ୍‌ ସ୍କ୍ୱାଡ୍‌ ପକ୍ଷରୁ ସେଠାରେ ଚଢ଼ଉ କରାଯାଇଥିଲା। ପୁଲିସ୍‌କୁ ଦେଖି ବାବୁ ଗୁଳି ଚଳାଇଥିଲା। ପୁଲିସ୍‌ ଏହାର ପାଲଟା ଜବାବ ଦେଇଥିଲା। ଗୁଳିମାଡ଼ରେ ସେ ଆହତ ହୋଇଥିଲା।

ବାବୁ ନାଁରେ ୫୦ରୁ ଅଧିକ ମାମଲା ରହିଛି।  କେନ୍ଦ୍ରାପଡ଼ା, କଟକ, ଯାଜପୁର ଓ ଜଗତସିଂହପୁର ଜିଲ୍ଳାରେ ବିଭିନ୍ନ ଅପରାଧିକ ମାମଲାରେ ବାବୁ ଜଡ଼ିତ ରହିଛି। ଏହା ପୂର୍ବରୁ ଗତମାସରେ ଟିଟୋକୁ ଏନ୍‌କାଉଣ୍ଟର କରିଥିଲା କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌। ସେ ଏବେ ଜେଲ୍‌ରେ ଅଛି।



from OdishaReporter https://ift.tt/2uUVpog

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages