କେମିତି ଆରମ୍ଭ ହେଲା ସୁନାବେଶ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 22, 2018

କେମିତି ଆରମ୍ଭ ହେଲା ସୁନାବେଶ?

sunabeshaphoto

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଡ଼ ଏକାଦଶୀରୁ ଆରମ୍ଭ ହୁଏ ବିଷ୍ଣୁଙ୍କ ଚତୁର୍ମାସ୍ୟ ବ୍ରତ। ଜଗନ୍ନାଥ ମହାପ୍ରଭୁ ମଧ୍ୟ ଏହି ଦିନଠାରୁ ୪ ମାସ ପର୍ଯ୍ୟୟ ଶୟନ କରନ୍ତି। ଆଉ ଏହି ଶୟନକୁ ଯିବା ପୂର୍ବରୁ ବୁଲି ଆସନ୍ତି ଜନ୍ମବେଦୀ। ନିଜ ମନମୋହକ ଛଟାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଭିଜେଇ ଦିଅନ୍ତି କାଳିଆ ଦିଅଁ। ଗୁଣ୍ଡିଚା ଘରୁ ରଥ ଆସି ସିଂହଦୁଆରେ ଲାଗିବା ପରେ ମହାପ୍ରଭୁଙ୍କୁ ସଜେଇ ଦିଆଯାଏ ମହଣ ମହଣ ସୁନା, ରୂପା, ମଣିମାଣିକ୍ୟ ଓ ଅଳଙ୍କାରରେ। ବଡ଼ ଠାକୁର ବୋଲି ସବୁଥିରେ ତାଙ୍କ ବଡ଼ ପଣିଆ। ଆଉ ଏହି ବେଶର ନାଁ ବି କେମିତି ଛୋଟ ହୁଅନ୍ତା। ଲୋକେ କୁହନ୍ତି ସୁନାବେଶ ବା ବଡ଼ ତଡ଼ାଉ ବେଶ। ଏହି ବେଶରେ ମହାପ୍ରଭୁ ସର୍ବାଧିକ ପରିମାଣର ସୁନା ଅଳଙ୍କାର ଧାରଣ କରୁଥିଲେ ବି ବେଶରେ ଅନ୍ୟ ଅଳଙ୍କାରର ମଧ୍ୟ ପ୍ରାଧାନ୍ୟ ରହିଥାଏ।

ବାସ୍ତବରେ ଏହି ବେଶର ନାଁ ହେଉଛି ରାଜାଧିରାଜ ବେଶ। ଇତିହାସ କୁହେ ୧୮୬୦ ଖ୍ରୀଷ୍ଟାବ୍ଦରୁ ଏହାର ଆରମ୍ଭ ହୋଇଥିଲା। ଏହାର ଅନ୍ୟନାମ ହେଉଛି ବଡ଼ ତଡ଼ାଉ ବେଶ। ତା ହେଲେ ଆସନ୍ତୁ ଜାଣିବା ସୁନା ବେଶ ସମ୍ପର୍କରେ କିଛି ଅଜଣା କଥା।

ଶ୍ରୀମନ୍ଦିର ସ୍ୱତ୍ୱଲିପି ମୁତାବକ ପ୍ରତିବର୍ଷ ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ପ୍ରାୟ ୨୦ଟି ବେଶ କରାଯାଇଥାଏ(ଦୈନିକ ବେଶ ବ୍ୟତୀତ)। ଏହି ବେଶଗୁଡିକ ମଧ୍ୟରୁ ସବୁଠାରୁ ଆକର୍ଷଣୀୟ ଓ ମନମୋହକ ବେଶ ହେଉଛି ରାଜାଧିରାଜ ବେଶ, ରାଜବେଶ ବା ସୁନାବେଶ।

କେତେଥର ହୁଏ ଏହି ବେଶ: ବର୍ଷକୁ ୫ ଥର ସୁନାବେଶ ବା ରାଜବେଶ ଅନୁଷ୍ଠିତ ହୋଇଥାଏ। ବିଜୟା ଦଶମୀ ବା ଦଶହରା, ପୌଷ ପୂର୍ଣ୍ଣିମା ବା ପୁଷ୍ୟାଭିଷେକ, ଦୋଳ ପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମା ଓ ଆଷାଢ଼ ଶୁକ୍ଳ ବା ହରିଶୟନ ଏକାଦଶୀ(ରଥ ଉପରେ) ।

ବେଶ ପଛର କହାଣୀ: ତ୍ରୟୋଦଶ ଶତାବ୍ଦୀରେ ଗଙ୍ଗବଂଶୀୟ ରାଜା ଅନଙ୍ଗ ଭୀମଦେବ ପୁରୁଷୋତ୍ତମ ଜଗନ୍ନାଥଙ୍କୁ ଉତ୍କଳର ସମ୍ରାଟ ବା ରାଷ୍ଟ୍ରଦେବତା ବୋଲି ଘୋଷଣା କରିଥିଲେ। ସେବେଠାରୁ ମହାପ୍ରଭୁ ଉତ୍କଳୀୟ ଭାବଧାରାରେ ରାଜା ବୋଲି ସମ୍ବୋଧିତ ହୋଇ ଆସୁଛନ୍ତି। ତାଙ୍କ ପରେ ମହାନ୍‌ ବୀର ଗଜପତି କପିଳେନ୍ଦ୍ର ଦେବ ମହାପ୍ରଭୁଙ୍କ ଆଶିଷରୁ ଅନେକ ରାଜ୍ୟ ଜୟ କରି ଉତ୍କଳର ସୀମା ବୃଦ୍ଧି କରିଥିଲେ। କପିଳେନ୍ଦ୍ରଦେବଙ୍କ ସମୟରେ ହିଁ ଉତ୍କଳ ବିଶାଳ ଉତ୍କଳର ସ୍ୱରୂପ ପାଇଥିଲା। ହେଲେ ସେ ମଧ୍ୟ ମହାପ୍ରଭୁଙ୍କ ଏ ରାଜ୍ୟର ରାଜା ଓ ନିଜକୁ ତାଙ୍କ ସେବକ ବା ରାଉତ ବୋଲି ଘୋଷଣା କରିଥିଲେ। ଦାକ୍ଷିଣାତ୍ୟ ବା ଦକ୍ଷିଣ ଭାରତ ଜୟ କରିବା ଏହି ରାଜାଙ୍କର ସବୁଠାରୁ ବଡ଼ କୀର୍ତ୍ତି ଥିଲା। ୧୬ଟି ହାତୀ ପିଠିରେ ସେ ମୋତି, ମାଣିକ୍ୟ ଓ ସ୍ୱର୍ଣ୍ଣ ଅଳଙ୍କାର ସାଥିରେ ନେଇ ଉତ୍କଳ ପହଞ୍ଚିଥିଲେ। ହେଲେ ଏତେ ମାତ୍ରାରେ ମଣି ମାଣିକ୍ୟ କ’ଣ କରାଯିବ ବୋଲି ଚିନ୍ତା ପଡ଼ିଲା। ଶେଷରେ  ଗଜପତିଙ୍କ ପାଖରେ ରହୁଥିବା ୧୬ କରଣଙ୍କ ମଧ୍ୟରୁ ଅନ୍ୟତମ ଜଣେ କରଣ ପାର୍ଷଦଙ୍କ ପରାମର୍ଶ କ୍ରମେ ମହାପ୍ରଭୁଙ୍କ ପାଇଁ ଅଳଙ୍କାର ନିର୍ମାଣ କରାଯିବାକୁ ନିଷ୍ପତ୍ତି ହେଲା। ଏହି ପରାମର୍ଶକୁ ଉଚିତ୍‌ ମନେକରି ଗଜପତି ମହାପ୍ରଭୁଙ୍କ ପାଇଁ ସ୍ୱର୍ଣ୍ଣାଳଙ୍କାର ନିର୍ମାଣ କରିଥିଲେ। ବାସ୍ତବରେ ତଡ଼ାଉର ଅର୍ଥ ସୁନା। ଉକ୍ତ କରଣ ପାର୍ଷଦଙ୍କ ପରାମର୍ଶରେ ମହାପ୍ରଭୁଙ୍କ ବେଶ ସାଜ ପ୍ରସ୍ତୁତ ହୋଇଥିବାରୁ ଏହାର ନାମକରଣ ପ୍ରଥମେ ରାଜବେଶ ଓ ପରେ ବଡ଼ ତଡ଼ାଉ ବେଶ ନାମରେ ନାମିତ ହୋଇଥିଲା। ଏପରିକି ଉକ୍ତ କରଣ ସେବକ ତଡ଼ାଉ କରଣ ଭାବେ ସମ୍ବୋଧିତ ହେବା ଆରମ୍ଭ ହୋଇଥିଲା।

222

କେତେବେଳେ ହୁଏ ବେଶ: ରଥ ଉପରେ ମଧ୍ୟାହ୍ନ ଧୂପ ସମାପନ ପରେ ମହାପ୍ରଭୁଙ୍କ ଏହି ବେଶ ବଢିଥାଏ। ପାଳିଆ ପୁଷ୍ପାଳକ, ମେକାପ, ଖୁଣ୍ଟିଆ ସେବକଙ୍କ ତତ୍ତ୍ୱାବଧାନରେ ଏହି ବେଶ ଅନୁଷ୍ଠିତ ହୋଇଥାଏ।

ଅଳଙ୍କାର ନାଁ: ସୁନାବେଶରେ ୧୩୮ ପ୍ରକାର ଅଳଙ୍କାର ଲାଗି ହୋଇଥାଏ। ମହାପ୍ରଭୁ ସୁନା, ରୁପା, ମୋତି, ମାଣିକ୍ୟର ମାଳା ଧାରଣ କରୁଥିବା ବେଳେ ସର୍ବାଧିକ ଥାଏ ସ୍ୱର୍ଣ୍ଣରେ ନିର୍ମିତ ଅଳଙ୍କାର। ଏହି ଅଳଙ୍କାରଗୁଡିକର ନାଁ ହେଉଛି- ଶ୍ରୀପୟର, ଶ୍ରୀଭୁଜ, କିରିଟୀ, ଓଡ଼ିଆଣି, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ାମାଳ, କଦମ୍ବମାଳ, ତିଲକ, ଚନ୍ଦ୍ରିକା, ଅଳକା, ଝୋବା, କଣ୍ଠିମାଳ, ହଳ, ମୂଷଳ(ଆୟୁଧ), ଚକ୍ର, ବାହାଡାମାଳୀ, ସେବତିମାଳ, ବାଘନଖ ମାଳ, ତ୍ରୀଖଣ୍ଡିକା କମର ପଟି, ତଗଡି(ସୁଭଦ୍ରା), କାନ, ହରିଡ଼ାମାଳ, କଦମ୍ବମାଳ, ତିବିଜମାଳ ପ୍ରଭୃତି। କିନ୍ତୁ ଜାଣିଛନ୍ତି, ଏ ସମସ୍ତ ଅଳଙ୍କାର ମଧ୍ୟରେ ଥାଏ ଗୋଟିଏ ରୁପା ଶଙ୍ଖ। ଯାହା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଧାରଣ କରନ୍ତି। ଶଙ୍ଖର ବର୍ଣ୍ଣ ଶୁଭ୍ର ହୋଇଥିବାରୁ ଏହି ଅଳଙ୍କାରଟିକୁ ସୁନାରେ ତିଆରି ନ କରି ରୁପାରେ ତିଆରି କରାଯାଇଥିବା କୁହାଯାଏ।

 

 



from OdishaReporter https://ift.tt/2LJCsfi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages