
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା-ଛତିଶଗଡ଼ ସୀମାରେ ଜୋଙ୍କ୍ ନଦୀ ଉପରେ ନିର୍ମାଣ ହେଉଥିବା ରେଳ ବ୍ରିଜ୍ ଭାଙ୍ଗି ପଡ଼ିଛି। ଲଗାଣ ବର୍ଷା ସହ ଛତିଶଗଡ଼ର ଉପର ମୁଣ୍ଡରୁ ଅଧିକ ଜଳ ପ୍ରବାହିତ ହେଉଥିବା କାରଣରୁ ଏହି ବ୍ରିଜ୍ ଭାଙ୍ଗି ପଡିଥିବା ଜଣାପଡ଼ିଛି।
ରାୟପୁର-ବିଶାଖାପାଟଣା ମଧ୍ୟରେ ଥିବା ରେଳ ପୋଲ ଦୋହରୀକରଣ କାର୍ଯ୍ୟ କରାଯାଉଥିଲା। ରେଳଯାତ୍ରାକୁ ସୁଗମ କରିବାକୁ ଏହି ବ୍ରିଜ୍ ନିର୍ମାଣ କରାଯାଉଥିଲା। ଫଲ୍ସ ପଡିଥିବା ବେଳେ ଏହା ଉପରେ ସ୍ଲାବ୍ ପଡ଼ିବାକୁ ବ୍ୟବସ୍ଥା କରାଯାଉଥିଲା। ତେବେ ଆଜି ହଠାତ୍ ବନ୍ୟା ପାଣି ମାଡ଼ି ଆସିବାରୁ ରେଳ ବ୍ରିଜ୍ର ଫଲ୍ସ୍ ଧୋଇ ଯାଇଛି। କେଉଁ ପରିସ୍ଥିତିରେ ଏହି ବ୍ରିଜ୍ ଭାଙ୍ଗିଛି, ପୋଲିସ ଏହାର ତଦନ୍ତ ଜାରି ରଖିଛି।
from OdishaReporter https://ift.tt/2moRuMQ
No comments:
Post a Comment