ନକ୍ସଲଙ୍କ ସହିଦ ସପ୍ତାହ ଆରମ୍ଭ: ହିଂସାକାଣ୍ଡ ଘଟାଇବା ଆଶଙ୍କାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 27, 2018

ନକ୍ସଲଙ୍କ ସହିଦ ସପ୍ତାହ ଆରମ୍ଭ: ହିଂସାକାଣ୍ଡ ଘଟାଇବା ଆଶଙ୍କାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

naxal

ମାଲକାନଗିରି/ରାୟଗଡ଼ା(ଓଡ଼ିଶା ରିପୋର୍ଟର): ଆଜିଠାରୁ ନକ୍ସଲମାନେ ସହିଦ ସପ୍ତାହ ପାଳନ କରୁଛନ୍ତି। ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସେମାନେ ସହିଦ ଦିବସ ପାଳନ କରିବେ। ଏହି ଅବସରରେ ନକ୍ସଲମାନେ ହିଂସାକାଣ୍ଡ ଘଟାଇବା ଆଶଙ୍କା ଥିବାରୁ ମାଲକାନଗିରି ପୁଲିସ୍‌ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳରେ ଏସ୍‌ଓଜି, ବିଏସ୍ଏଫ୍ ଓ ଡିଭିଏଫ୍ ପକ୍ଷରୁ ଅପରେସନ୍‌କୁ ଜୋରଦାର କରାଯାଇଛି।

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ ନକ୍ସଲମାନେ ପୋଷ୍ଟର୍ ଓ ବ୍ୟାନର୍ ଲଗାଇଥିଲେ। ବିଷମ କଟକ ଥାନା ଅନ୍ତର୍ଗତ କୁର୍ଲା ଗାଁରେ ଏହି ପୋଷ୍ଟର୍ ଓ ବ୍ୟାନର୍ ଲଗାଯାଇଥିଲା। ପୁଲିସ୍‌ ସେଗୁଡ଼ିକୁ ଜବତ କରିଛି।



from OdishaReporter https://ift.tt/2LxzOO5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages