
ଥିରୁଅନନ୍ତପୁରମ୍: ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ଏକଦମ ସତ। କେରଳର ଥିରୁଅନନ୍ତପୁରମ୍ ସ୍ୱତନ୍ତ୍ର ସିବିଆଇ କୋର୍ଟ ଆଜି ୧୩ ବର୍ଷ ତଳର ଏକ ମାମଲାରେ ଦୁଇ ଜଣ ପୁଲିସ୍ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। ଏମାନେ ଜଣେ ଅଭିଯୁକ୍ତଙ୍କୁ ଥାନାରେ ପିଟିପିଟି ହତ୍ୟା କରିଥିଲେ ବୋଲି କୋର୍ଟ ଜାଣିବା ପରେ ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି। ଚୋରି ଅଭିଯୋଗରେ ‘ଉଦୟ କୁମାର’ ନାମକ ଜଣେ ଯୁବକଙ୍କୁ ଥିରୁଅନନ୍ତପୁରମ୍ର ଫୋର୍ଟ ପୁଲିସ୍ ଷ୍ଟେସନ୍କୁ ଅଣା ଯାଇଥିଲା। ଥାନାରେ କନଷ୍ଟେବଲ୍ କେ.ଜିଥାକୁମାର ଓ ଏସ୍ଭି ଶ୍ରୀକୁମାର ଅତ୍ୟନ୍ତ ଅମାନବୀୟ ଭାବେ ଉଦୟଙ୍କୁ ମାଡ଼ ମାରିଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏଥିପାଇଁ ଷଡ଼ଯନ୍ତ୍ର କରିଥିବା ତତ୍କାଳୀନ ଫୋର୍ଟର ଅତିରିକ୍ତ କମିଶନର ଟି.କେ. ହରିଦାସ, ପୂର୍ବତନ ସର୍କଲ ଇନ୍ସପେକ୍ଟର ଇ.କେ.ସବୁ ଓ ପୂର୍ବତନ ସବ୍ ଇନ୍ସପେକ୍ଟର୍ ଅଜିତ କୁମାରଙ୍କୁ କୋର୍ଟ ୩ ବର୍ଷ ଲେଖାଏ ଜେଲ୍ଦଣ୍ଡ ଦେଇଛନ୍ତି। ଏମାନେ ଘଟଣାକୁ ନେଇ ଭୁଲ୍ ତଥ୍ୟ ଦେବା ସହ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ କନଷ୍ଟେବଲ୍ କେ.ଜିଥାକୁମାର ଓ ଏସ୍ଭି ଶ୍ରୀକୁମାରଙ୍କୁ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଉଦୟ କୁମାରଙ୍କ ବିଧବା ମା’ ଏକାକୀ ଦୀର୍ଘ ୧୩ ବର୍ଷ ହେଲା ନ୍ୟାୟ ପାଇଁ ଲଢ଼େଇ କରୁଥିଲେ। ସେ କେରଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ସିବିଆଇ ତଦନ୍ତ ଆରମ୍ଭ ହୋଇଥିଲା। ସିବିଆଇ ତଦନ୍ତ ସମୟରେ ପୁଲିସ୍ବାବୁ ମାନଙ୍କୁ ଗିରଫ କରାଯାଥିଲା।
from OdishaReporter https://ift.tt/2NJ1fRl
No comments:
Post a Comment