ଶ୍ରାବଣ ମାସରେ ପ୍ରଭୁ ଶିବଙ୍କୁ କେମିତି କରିବେ ସନ୍ତୁଷ୍ଟ: ରାଶି ଅନୁଯାୟୀ ଜାଣନ୍ତୁ ପୂଜାର ବିଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 30, 2018

ଶ୍ରାବଣ ମାସରେ ପ୍ରଭୁ ଶିବଙ୍କୁ କେମିତି କରିବେ ସନ୍ତୁଷ୍ଟ: ରାଶି ଅନୁଯାୟୀ ଜାଣନ୍ତୁ ପୂଜାର ବିଧି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଭୁ ଶିବଙ୍କର ପ୍ରିୟ ମାସ ହେଲା ଶ୍ରାବଣ। ଦୁଃଖ ଓ ସଙ୍କଟରୁ ମୁକ୍ତି ପାଇଁ ମନରେ ଭକ୍ତି ନେଇ ବୋଲ୍‌ବମ୍‌ ଭକ୍ତମାନେ ରାଜ୍ୟର ପ୍ରମୁଖ ଶୈବପୀଠ ଗୁଡ଼ିକ ଅଭିମୁଖେ ବାହାରି ପଡ଼ନ୍ତି। ମନସ୍କାମନା ପୂରଣ ପାଇଁ କାଉଡ଼ିଆମାନେ ଜଳାଭିଷେକ କରିଥାନ୍ତି। ଅଧିକାଂଶ ଭକ୍ତ ବ୍ରତ ମଧ୍ୟ କରିଥାନ୍ତି। ଶ୍ରାବଣ ମାସରେ ପ୍ରଭୁ ଶିବଙ୍କୁ ପୂଜା ଓ ରୁଦ୍ରାଭିଷେକ କରିବାର ସ୍ୱତନ୍ତ୍ର ବିଧି ରହିଛି। କୁହାଯାଏ ଏମିତି କିଛି ନିର୍ଦ୍ଦିଷ୍ଟ ନୀତିନିୟମ ରହିଛି, ଯାହା ଅନୁସାରେ ପୂଜାର୍ଚ୍ଚନା କଲେ, ମହାଦେବ ଶିବ ପ୍ରସନ୍ନ ହୋଇଥାନ୍ତି। ଚାଲନ୍ତୁ ଜାଣିବା ଶ୍ରାବଣ ମାସରେ କେଉଁ ରାଶିର ଲୋକ କେମିତି ପୂଜା କରିବା ଆବଶ୍ୟକ।

ମେଷ: ଏହି ରାଶିର ଲୋକମାନେ ଶ୍ରାବଣ ମାମରେ ପ୍ରଭୁ ଶିବଙ୍କୁ ଲାଲ୍ ଚନ୍ଦନ ଲଗାଇବା ଦରକାର। ସେହିପରି ଏହି ବ୍ୟକ୍ତିମାନେ ଶିବଲିଙ୍ଗରେ ଲାଲ୍ ରଙ୍ଗର ଫୁଲ ଚଢ଼ାଇବା ଆବଶ୍ୟକ। ଏଥିସହ, ‘ନାଗେଶ୍ୱରାୟ ନମଃ’ ମନ୍ତ୍ର ଜପ କରିବା ଉଚିତ୍‌। ଏହାଦ୍ୱାରା ଏହି ରାଶିର ଲୋକଙ୍କୁ ଶୁଭ ଫଳ ମିଳିଥାଏ।

ବୃଷ: ଏହି ରାଶିର ଲୋକମାନେ ଭୋଳାବାବାଙ୍କୁ ଚମେଲି ଫୁଲ ଚଢ଼ାଇବା ସହ ରୁଦ୍ରାଭିଷେକ କରି ‘ରୁଦ୍ରାଷ୍ଟକ’ ପାଠ କରନ୍ତୁ। ଏହାଦ୍ୱାରା ସେମାନଙ୍କୁ ବିଶେଷ ଲାଭ ମିଳିଥାଏ ବୋଲି ଶାସ୍ତ୍ର କହୁଛି।

ମିଥୁନ: ମିଥୁନ ରାଶିର ଲୋକମାନେ ପ୍ରଭୁ ଶିବଙ୍କୁ ପୂଜା କଲା ବେଳେ ଭାଙ୍ଗ ଚଢ଼ାନ୍ତୁ। ତା’ ସହିତ ‘ପଞ୍ଚାକ୍ଷରୀ ସ୍ତୋତ୍ର’ ପାଠ କରିବା ଜରୁରୀ। ଏପରି କଲେ ମିଥୁନ ରାଶିର ଲୋକଙ୍କୁ ଶ୍ରାବଣ ମାସରେ ବିଶେଷ ଲାଭ ମିଳିଥାଏ।

କର୍କଟ: ଏହି ରାଶିର ଲୋକମାନେ ପ୍ରଭୁ ଶିବଙ୍କୁ ଶ୍ରାବଣ ମାସରେ ଭାଙ୍ଗ ମିଶ୍ରିତ କ୍ଷୀରରେ ଅଭିଷେକ କରିବା ଶ୍ରେୟସ୍କର ବୋଲି ଶାସ୍ତ୍ରବିତ୍‌ମାନେ କହୁଛନ୍ତି।

sivaସିଂହ: ସିଂହ ରାଶିର ଲୋକମାନେ ପ୍ରଭୁ ଶିବଙ୍କୁ କନିଅର ଫୁଲ ଅର୍ପଣ କରିବା ସହ ‘ଶିବ ଚାଳିଶା’ ପାଠ କରିବା ଉଚିତ। ଏପରି କଲେ ସେମାନଙ୍କୁ ଶୁଭଫଳ ମିଳିପାରେ।

କନ୍ୟା: ଏହି ରାଶିର ବ୍ୟକ୍ତିମାନେ ପ୍ରଭୁ ଶିବଙ୍କୁ ବେଲପତ୍ର, ଭାଙ୍ଗ ଆଦି ଚଢ଼ାଇ ‘ପଞ୍ଚାକ୍ଷରୀ’ ମନ୍ତ୍ର ଜପ କରନ୍ତୁ।

ତୁଳା: ତୁଳା ରାଶିର ବ୍ୟକ୍ତିମାନେ କ୍ଷୀରରେ ପ୍ରଭୁ ଶିବଙ୍କର ଅଭିଷେକ କରାନ୍ତୁ। ଶିବଲିଙ୍ଗରେ କ୍ଷୀର ଚଢ଼ାଇବା ସହ ‘ଶିବ ସହସ୍ତ୍ରନାଥ ସ୍ତୋତ୍ର’ ପାଠ କରନ୍ତୁ।

ବିଛା: ଏହି ରାଶିର ଲୋକମାନେ ଶିବଲିଙ୍ଗରେ ଗୋଲାପ ଫୁଲ ଓ ବେଲପତ୍ର ଚଢ଼ାନ୍ତୁ ଓ ‘ରୁଦ୍ରାଷ୍ଟକ’ ପାଠ କରନ୍ତୁ। ଏହା ଦ୍ୱାରା ସେମାନେ ଶୁଭ ଫଳ ପାଇପାରନ୍ତି ବୋଲି ଶାସ୍ତ୍ରବିତ୍‌ମାନେ କହନ୍ତି।

sivaଧନୁ: ଏମାନେ ପ୍ରଭୁ ଶିବଙ୍କୁ ହଳଦୀ ରଙ୍ଗର ଫୁଲ ଚଢ଼ାଇ କ୍ଷୀରର ଭୋଗ ଲଗାନ୍ତୁ। ଏହା ସହ ‘ତାଣ୍ଡବ ସ୍ତୋତ୍ର’ ମଧ୍ୟ ପାଠ କରନ୍ତୁ।

ମକର: ପ୍ରଭୁ ଶିବଙ୍କୁ ଭାଙ୍ଗ, ବେଲପତ୍ର ଓ ପଦ୍ମ ଚଢ଼ାଇବା ସହ ‘ଗୌରୀ ମନ୍ତ୍ର’ ପାଠ କରନ୍ତୁ।

କୁମ୍ଭ: ପ୍ରଭୁ ଶିବଙ୍କୁ ଆଖୁ ଓ ମହୁରେ ଅଭିଷେକ କରାଇ ‘ପଞ୍ଚାକ୍ଷରୀ’ ମନ୍ତ୍ର ଜପ କଲେ ଏହି ରାଶିର ଲୋକମାନଙ୍କ ପାଇଁ ଶୁଭ ଭଳ ମିଳିଥାଏ।

ମୀନ: ପ୍ରଭୁ ଶିବଙ୍କୁ ପଞ୍ଚାମୃତ ଦେଇ ପୂଜାର୍ଚ୍ଚନା କରିବା ସହ ଶିବଲିଙ୍ଗରେ ହଳଦୀ ରଙ୍ଗର ଫୁଲ ଚଢ଼ାନ୍ତୁ ଓ ଚନ୍ଦନ ଲଗାଇ ମାଳ ଅର୍ପଣ କରନ୍ତୁ। ଏହାସହ ‘ପଞ୍ଚାକ୍ଷରୀ’ ପାଠ କରନ୍ତୁ। ଏପରି ହେଲେ ମୀନ ରାଶିର ଲୋକମାନଙ୍କ ପାଇଁ ଶୁଭ।



from OdishaReporter https://ift.tt/2OtIfrn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages