ରେଲୱେକୁ ଚୋରି ଭୟ:ବଦଳିଲା ପା‌ଇଖାନା,ବଦଳିଲାନି ଚେନ୍‌ ବନ୍ଧା ମଗ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 29, 2018

ରେଲୱେକୁ ଚୋରି ଭୟ:ବଦଳିଲା ପା‌ଇଖାନା,ବଦଳିଲାନି ଚେନ୍‌ ବନ୍ଧା ମଗ୍‌

ନୂଆଦିଲ୍ଲୀ: ବଦଳୁଛି ଭାରତୀୟ ରେଳର ରୂପ । ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭାରତୀୟ ରେଲୱେ ପକ୍ଷରୁ ଟ୍ରେନ୍‌ ଗୁଡ଼ିକରେ ଉନ୍ନତିକରଣ କରାଯାଉଛି। ଏହିକ୍ରମରେ ଟ୍ରେନ୍‌ ଗୁଡ଼ିକରେ ଟଏଲେଟ୍‌ ବ୍ୟବସ୍ଥାର ପରିବର୍ତ୍ତନ ଆରମ୍ଭ ହୋଇଛି। ପୂର୍ବରୁ ଥିବା ପୁରୁଣା ପାଇଖାନାକୁ ବଦଳାଯାଇ ଏବେ ବାୟୋ ଟଏଲେଟ୍‌ ଲଗାଯାଉଛି। ଏହି ଟଏଲେଟ୍‌ ଉଭୟ ସ୍ୱାସ୍ଥ୍ୟ ଏବଂ ପରିବେଶ ପାଇଁ ବେଶ ଉପଯୋଗୀ। ଇତିମଧ୍ୟରେ ପ୍ରାୟ ୨ ଲକ୍ଷ ବାୟୋ ଟଏଲେଟ୍‌ ଲଗାଗଲାଣି।

ହେଲେ ଟଏଲେଟ୍‌ରେ ଥିବା ପୁରୁଣା ଚେନ୍‌ ବନ୍ଧା ଷ୍ଟିଲ୍‌ ମଗ୍‌କୁ  ପରିର୍ତ୍ତନ କରାଯାଉ ନାହିଁ। ରେଲୱେର କହିବା ଅନୁଯାୟୀ ଏହି ମଗ୍‌ ଗୁଡ଼ିକ ଚୋରି ହେବାର ଆଶଙ୍କା ଥିବାରୁ  ଏହାକୁ ବଦଳାଯାଇ ନାହିଁ। ଖାଲି ମଗ୍‌ ନୁହଁ ଟ୍ରେନ୍‌ରୁ ସିଲିଂ ଫ୍ୟାନ୍‌, ସାୱାର ହେଡ୍‌, ବେଡ୍‌ କପଡ଼ା ଆଦି ଚୋରି ହେଉଛି। ୨୦୧୭-୧୮ ମସିହାରେ ଆରପିଏଫ୍‌ ପକ୍ଷରୁ ବିପୁଳ ପରିମାଣର ସିଲିଂ ଫ୍ୟାନ୍‌ ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି ସାମଗ୍ରୀ ଜବତ କରାଯାଇଥିଲା। ଯାହାର ମୂଲ୍ୟ ୨.୯୭ କୋଟି ଟଙ୍କା ହେବ।

ତେଣୁ ଟଏଲେଟ୍‌ରେ ମଗ୍‌ର ପରିବର୍ତ୍ତନ କରାଯିବ ନାହିଁ ବୋଲି ରେଲୱେ ପକ୍ଷରୁ କୁହାଯାଇଛି। ଆସନ୍ତା ୨୦୧୮-୧୯ରେ ୮୦,୦୦୦ ବାୟୋ ଟଏଲେଟ୍‌ଲଗାଯିବ ବୋଲି ରେଲୱେ ପକ୍ଷରୁ  ଲକ୍ଷ ରଖାଯାଇଛି। ମାର୍ଚ୍ଚ ୨୦୧୮ ସୁଦ୍ଧା ୧୨୫,୦୦୦ ବାୟୋ ଟଏଲେଟ୍‌ ଲଗା ସରିଛି। ସରକାର ସଂସଦରେ ରଖିଥିବା ରିପୋର୍ଟ ଅନୁଯାୟୀ ୨୦୧୧ରୁ ଏହି ବ୍ୟବସ୍ଥା ଆରମ୍ଭ ହୋଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଗୋଆଲିୟର-ବାରଣାସୀ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍‌ରେ ୫୭ଟି ବାୟୋ ଟଏଲେଟ୍‌ ଲଗାଯାଇଥିଲା।



from OdishaReporter https://ift.tt/2NS33HY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages