ବିବାଦରେ ମନ୍ତ୍ରୀ: କହିଲେ, ଦୁର୍ଘଟଣା ପାଇଁ ଗାତ ଦାୟୀ ନୁହେଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 15, 2018

ବିବାଦରେ ମନ୍ତ୍ରୀ: କହିଲେ, ଦୁର୍ଘଟଣା ପାଇଁ ଗାତ ଦାୟୀ ନୁହେଁ

potholes

ମୁମ୍ବାଇ: ଅନେକ ସମୟରେ ଦେଖାଯାଏ ରାସ୍ତାରେ ଥିବା ଖାଲଖମା ବା ଗାତ ଯୋଗୁଁ ଦୁର୍ଘଟଣା ଘଟେ। ଏଥିଯୋଗୁଁ ସାରା ଦେଶରେ ପ୍ରତିବର୍ଷ ବହୁତ ଲୋକଙ୍କ ମୃତ୍ୟୁ ମଧ୍ୟ ହେଉଛି। ତେବେ ମହାରାଷ୍ଟ୍ରର ଜଣେ ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ୍‌ କହିଛନ୍ତି ଯେ ସଡ଼କ ଦୁର୍ଘଟଣା ପାଇଁ କେବଳ ଗାତ ଦାୟୀ ନୁହେଁ। ଖାଲଖମା ରାସ୍ତାରେ ତ ବହୁତ ଲୋକ ଯା’ଆସ କରନ୍ତି। କିନ୍ତୁ ସମସ୍ତେ ଦୁର୍ଘଟଣାରେ ପଡ଼ନ୍ତି ନାହିଁ। ଯଦି କେହି ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାଣ ହରାଉଛନ୍ତି, ସେଥିପାଇଁ କେବଳ ରାସ୍ତାରେ ଥିବା ଗାତକୁ ଦାୟୀ କରାଯାଇପାରିବ ନାହିଁ। ଗତ ଦୁଇ ସପ୍ତାହରେ ମୁମ୍ବାଇରେ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏଥିପାଇଁ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଆଉ ଏମିତି ସମୟରେ ପାଟିଲ୍‌ଙ୍କ ଏହି ମନ୍ତବ୍ୟକୁ ସମସ୍ତେ ନାପସନ୍ଦ କରିଛନ୍ତି। କଂଗ୍ରେସ ପକ୍ଷରୁ ତାଙ୍କୁ ତୀବ୍ର ସମାଲୋଚନା କରାଯାଇଛି।

ରାଜ୍ୟ କଂଗ୍ରେସ ମହାସଚିବ ସଚିନ୍ ସାୱନ୍ତ କହିଛନ୍ତି,“ପାଟିଲ୍‌ଙ୍କ ମନ୍ତବ୍ୟ ଅତ୍ୟନ୍ତ ଅସମ୍ବେଦନଶୀଳ।  ଦୁର୍ଘଟଣାଗ୍ରସ୍ତ ହେଉଥିବା ଲୋକଙ୍କ ପ୍ରତି ସେ ଆଙ୍ଗୁଳି ଉଠାଇଛନ୍ତି। ସେମାନଙ୍କ ବିଚାର ଉପରେ ପ୍ରଶ୍ନ କରିଛନ୍ତି। ହେଲେ ନିର୍ବାଚନ ପରେ ସେ ଜାଣିବେ ଲୋକେ କ’ଣ କରିପାରନ୍ତି।”



from OdishaReporter https://ift.tt/2KWYOhg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages