ଜାଣନ୍ତୁ ଫର୍ମାଲିନ୍‌ଯୁକ୍ତ ମାଛକୁ ଚିହ୍ନିବେ କେମିତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 17, 2018

ଜାଣନ୍ତୁ ଫର୍ମାଲିନ୍‌ଯୁକ୍ତ ମାଛକୁ ଚିହ୍ନିବେ କେମିତି

ମାଛକୁ ତାଜା ରଖିବା ପାଇଁ  ଫର୍ମାଲିନ୍‌ ନାମକ ଏକ ରାସାୟନିକ ଦ୍ରବ୍ୟ ମିଶାଯାଉଥିବା ସମ୍ପର୍କରେ ଖବର ପ୍ରସାରିତ ହେବା ପରେ ଏବେ ଏକପ୍ରକାର ଆତଙ୍କ ଖେଳିଯାଇଛି। ଏହି ଫର୍ମାଲିନ୍‌ କ୍ୟାନ୍‌ସର ରୋଗର କାରକ ହୋଇଥିବାରୁ ମାଛ ଖାଇବା ନେଇ ଲୋକେ ଭୟ କଲେଣି।  ମାଛ ଅଧିକାଂଶ ଲୋକଙ୍କ ପ୍ରିୟ ଖାଦ୍ୟ ହୋଇଥିବାରୁ ସୁଦ୍ଧ ମାଛ କେମିତି ମିଳିବ ସେନେଇ ଏକ ବଡ଼ ସମସ୍ୟା ଉପୁଜିଛି। ତେବେ ଫର୍ମାଲିନ୍‌ଯୁକ୍ତ ମାଛ ଚିହ୍ନିବେ କିପରି ଜାଣନ୍ତୁ କିଛି ଉପାୟ।

ମାଛବ୍ୟବସାୟୀଙ୍କୁ ପ୍ରଶ୍ନ କରନ୍ତୁ  

ମାଛ କିଣୁଥିବା ବ୍ୟବସାୟଙ୍କୁ ଚିହ୍ନିବାକୁ ପ୍ରୟାସ କରନ୍ତୁ। କିଣିବା ପୂର୍ବରୁ ମାଛ କେଉଁଠାରୁ ଆଣିଲ ବୋଲି ପ୍ରଶ୍ନ କରନ୍ତୁ।  ଯଦି ଏହି ମାଛ ସୁପରମାର୍କେଟରୁ ଆସିଥିବ ତେବେ ଏହାଠାରୁ ଦୂରେଇ ରୁହନ୍ତୁ। ତେବେ ଏହା ଯଦି ସ୍ଥାନୀୟ ଅଞ୍ଚଳର ନଈ କିମ୍ବା ପୋଖରୀ ମାଛ ହୋଇଥିବ ତା’ହେଲେ ଏହାକୁ ଗଣକୁ ନେଇପାରିବେ। ମୁଖ୍ୟ କଥା  ହେଲା ସମ୍ପୃକ୍ତ ବ୍ୟବସାୟୀଙ୍କ ସମ୍ପର୍କ ସ୍ଥାପନ କରନ୍ତୁ। ଯେମିତି ସମ୍ପୃକ୍ତ ବ୍ୟବସାୟୀ ଆପଣଙ୍କ ବିଶ୍ୱାସଭାଜନ ହୋଇପାରିବ ସେଥିପାଇଁ ତାଙ୍କ ସହି ସମ୍ପର୍କ ସ୍ଥାପନ କରନ୍ତୁ। କିଣିବା ପୂର୍ବରୁ ମାଛ ବିଷୟରେ ପୂରା ତଥ୍ୟ ନିଅନ୍ତୁ।

ଫର୍ମାଲିନ୍‌ ମିଶ୍ରର ସଙ୍କେତ

ସାଧାରଣତଃ ଫର୍ମାଲିନ୍‌ ମିଶିଥିଲେ ମାଛର ରଙ୍ଗ ବଦଳିଯାଏ। ଏହା ନାଲି ପଡ଼ିଯାଏ। ଫର୍ମାଲିନ୍‌ ମିଶ୍ରଣ ମାଛର ଗନ୍ଧ ଅଧିକ। ତେଣୁ ଏହି ମାଛକୁ ନାକ ପାଖକୁ ନେଇ ଶୁଙ୍ଘନ୍ତୁ ନାହିଁ।

ରଙ୍ଗ

ମାଛ ଫ୍ରେସ୍‌ ହୋଇଥିଲେ ଏହାର ରଙ୍ଗ ଧଳା ଉପରେ କଳାର ଛିଟା ଥାଏ। କିନ୍ତୁ ଫର୍ମାଲିନ୍‌ ମିଶିବା ପରେ ମାଛର ରଙ୍ଗ ବଦଳିଯାଏ। ଏହା ଧୀରେ ଧୀରେ ନାଲିପଡ଼ିଯାଏ।

ମାଛ ଆଖିରୁ ସଙ୍କେତ

ସାଧାରଣତଃ ଫ୍ରେସ୍‌ ମାଛର ଆଖି ଗୁଡ଼ିକ ସ୍ପଷ୍ଟ ଥାଏ। ମାଛ ଧରାଯିବାର ଏହାର ଆଖି ଦୁଇଦିନ ପର୍ଯ୍ୟନ୍ତ ସତେଜ୍‌ ଥାଏ। ଏହା ପରେ ଧିରେ ଧିରେ ମଳିନ ପଡ଼ିଥାଏ।  ଏହି ଆଧାରରୁ ମାଛ ସ୍ଥାନୀୟ ଅଞ୍ଚଳରୁ ଆସିଛି ନା ସୁପରମାକର୍କଟରୁ ଆସିଛି ତାହା ଜାରିପାରିବେ।

ମାଛରୁ ଗନ୍ଧ

ମାଛ ଫ୍ରେସ୍‌ ହୋଇଥିଲେ ପ୍ରଥମରୁ ଏଥିରୁ ଆମିଶ ଗନ୍ଧ ଆସେନି । ଆଉ ବିଳମ୍ବ ହେଲେ ଏଥିରୁ ଗନ୍ଧ ନିର୍ଗତ ହୋଇଥାଏ। ତେଣୁ ଏହାକୁ ଲୁଚେଇବା ପାଇଁ ଫର୍ମାଲିନ୍‌ ମିଶାଯାଇଥାଏ। ଫଳରେ ଫର୍ମାଲିନ୍‌ ମାଛ ଚିହ୍ନିବା କଷ୍ଟକର ହୋଇଥାଏ।  କିନ୍ତୁ ଏହାର ପଖ ଓ ରଙ୍ଗରେ ଫରକ ଆସିଥାଏ। ତେଣୁ ଏହାକୁ ସାବଧାନତାଃର ସହ ଚିହ୍ନିବା ଜରୁରୀ।



from OdishaReporter https://ift.tt/2Nmx4zv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages